ଆଜି କୋର୍ଟରେ ହାଜର ହେବେ ବିଧାୟକ ପ୍ରଦୀପ, ପାଠକ ବାପ-ପୁଅ

ବ୍ରହ୍ମପୁର ଅଫିସ,୮ା୪: ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଗୁରୁବାର ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯିବ। ଏମାନଙ୍କ ନାମରେ ବୈଦ୍ୟନାଥପୁର ଥାନାରେ ଏକ ଠକେଇ ମାମଲା ରୁଜୁ ହୋଇଥିଲା। ଏଥିରେ ବିଧାୟକ ପ୍ରଦୀପ ଓ ପାଠକ ବାପ-ପୁଅଙ୍କ ନାମରେ ରିମାଣ୍ଡ ଲଗାଇବା ପାଇଁ ପୋଲିସ କୋର୍ଟରେ ହାଜର କରିବ। ଏଥିପାଇଁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ଦିନିକିଆ ଟ୍ରାନ୍‌ଜିଟ୍‌‌ ରିମାଣ୍ଡ ମଞ୍ଜୁର କରିଥିବା ପ୍ରଦୀପଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି।