କ୍ରୀଡ଼ାମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କଲେ ବିଧାୟକ

ଉମରକୋଟ/ରାଇଘର,୧୭ା୭(ସ୍ବ.ପ୍ର./ଡି.ଏନ୍‌.ଏ.): ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ୩ ଦିନିଆ ନବରଙ୍ଗପୁର ଜିଲା ଗସ୍ତ କରିଛନ୍ତି। ଶନିବାର ସେ ଉମରକୋଟ ଯାଇଥିଲେ। ତେବେ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛି ଭାଜପା। ମନ୍ତ୍ରୀ ଉମରକୋଟ ଏବଂ ରାଇଘର ଗସ୍ତ ବେଳେ ଉଭୟ ସ୍ଥାନରେ ତାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା।

ଉମରକୋଟ ନୂତନ ବସ୍‌ଷ୍ଟାଣ୍ଡ ନିକଟରେ ଭାଜପାକର୍ମୀମାନେ ମନ୍ତ୍ରୀଙ୍କୁ କଳାପତାକା ଦେଖାଇଥିଲେ। ଏହାକୁ ନେଇ ଉଭୟ ଭାଜପା ଏବଂ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ଏହି ଘଟଣାରେ ପୋଲିସ ୩ ଜଣ ଭାଜପା କର୍ମୀଙ୍କୁ ଉମରକୋଟ ଥାନାରେ ଅଟକ ରଖିଛି। ସେହିପରି ରାଇଘରଠାରେ ମଧ୍ୟ ମନ୍ତ୍ରୀଙ୍କୁ କଳାପତାକା ଦେଖାଇ ଆଉ ୨ ଭାଜପା କର୍ମୀ ଅଟକଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏକ ଖବରଦାତା ସମ୍ମିଳନୀରେ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛନ୍ତି। ମନ୍ତ୍ରୀଙ୍କ ଗସ୍ତବେଳେ ବିଧାୟକଙ୍କୁ ଅପମାନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ବିଧାୟକଙ୍କ ଅଭିଯୋଗ ମୁତାବକ, ଉମରକୋଟ ମିନି ଷ୍ଟାଡିୟମଠାରେ ଶନିବାର ଏକ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଥିଲା। ତାଙ୍କୁ ଉମରକୋଟ ପୌର ପରିଷଦ ଅଧ୍ୟକ୍ଷଙ୍କ ବ୍ୟତୀତ ଅନ୍ୟ କେହି ଯୋଗାଯୋଗ କରି ନ ଥିଲେ। ଏପରି କି ମନ୍ତ୍ରୀଙ୍କ ଗସ୍ତର ସୂଚୀ ମଧ୍ୟ ତାଙ୍କୁ ଦିଆଯାଇ ନ ଥିଲା। ପୌର ପରିଷଦ ଅଧ୍ୟକ୍ଷଙ୍କ ମାଧ୍ୟମରେ ପାଇଥିବା ଖବର ଅନୁଯାୟୀ ବିଧାୟକ ପୂର୍ବାହ୍ନ ୧୦ଟାରେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଥିଲେ। ସେଠାରେ ୪୦ମିନିଟ୍‌ ଅପେକ୍ଷାକରି ମନ୍ତ୍ରୀ ନ ପହଞ୍ଚିବାରୁ ଫେରିଥିଲେ। ମନ୍ତ୍ରୀ ତାଙ୍କ ନିର୍ଦ୍ଧାରିତ ଗସ୍ତ ସମୟ ପୂର୍ବାହ୍ନ ୧୧ଟାରେ ପହଞ୍ଚିଥିଲେ। ତେବେ ବିଧାୟକ ପୂର୍ବରୁ ପହଞ୍ଚି ଫେରିଥିବା ବେଳେ ମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ କାହିଁକି ସୂଚନା ଦିଆଗଲା ନାହିଁ ବୋଲି ବିଧାୟକ ନିତ୍ୟାନନ୍ଦ ପ୍ରଶ୍ନ କରିଛନ୍ତି। ଏହା ଏକ ଅସାମ୍ବିଧାନିକ କାର୍ଯ୍ୟ ଓ ସ୍ଥାନୀୟ ବିଧାୟକଙ୍କ ପ୍ରତି ଅପମାନ ବୋଲି ସେ କହିଛନ୍ତି।

ସେହିପରି କଳାପତାକା ପ୍ରଦର୍ଶନ ଅଭିଯୋଗରେ ଭାଜପା କର୍ମୀଙ୍କୁ ଅଟକ ଘଟଣାର ପ୍ରତିବାଦ କରି ବିଧାୟକ ଦଳୀୟ କର୍ମୀଙ୍କ ସହ ଉମରକୋଟ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ଅଟକ କର୍ମୀଙ୍କୁ ଥାନାରୁ ନ ଛାଡ଼ିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସେ କହିଛନ୍ତି। ଅପରପକ୍ଷରେ ନବରଙ୍ଗପୁର ଜିଲାର ଉନ୍ନତି ପାଇଁ ଆସିଥିବା ମନ୍ତ୍ରୀଙ୍କୁ ବିରୋଧ କରି କଳାପତାକା ପ୍ରଦର୍ଶନ ଘଟଣାର ପ୍ରତିବାଦ କରି ବିଜୁ ଛାତ୍ର ଜନତା ଦଳର ସଭାପତି ସୁଧାଂଶୁ ଦାସଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଉମରକୋଟ ଥାନାରେ ଅଭିଯୋଗ କରିବାକୁ ଆସିଥିଲେ। ହେଲେ ଥାନା ଅଧିକାରୀ ଉଭୟ ଦଳର କର୍ମୀଙ୍କୁ ବୁଝାଶୁଝା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri