ଜିଲାର ବିଭିନ୍ନ ସମସ୍ୟା ନେଇ ମୁଖ୍ୟ ଶାସନସଚିବଙ୍କୁ ଭେଟିଲେ ବିଧାୟକ

ଗଜପତି,୫।୧(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ସୋମବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କୁ ସାକ୍ଷାତ କରି ମୁଖ୍ୟଶାସନ ସଚିବ ଭାବରେ ଦ୍ବାୟିତ୍ୱ ନେଇଥିବା ବେଳେ ସେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେହିଭଳି ଇଂରାଜୀ ନବବର୍ଷର ଶୁଭକାମନା ଜଣାଇଛନ୍ତି । ଏହି ଅବସରରେ ଜିଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ତାର ଅନୁଦାନ ଏବଂ ଚାଷୀମାନଙ୍କ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଗଜପତି ଏକ ଆଦିବାସୀ ବହୁଳ ଏବଂ କେନ୍ଦ୍ର ସରକାରଙ୍କ ଆକାଂକ୍ଷା ଜିଲା ହୋଇ ଥିବାରୁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ। ବିଶେଷ କରି ଜିଲାପାଳ ପଦବୀରେ ଜଣେ ଆଇଏଏସଙ୍କୁ ଦେବା ପାଇଁ ଅନୁରୋଧ କରିଥିଲେ। ପ୍ରତିକ୍ରିୟାରେ ନୂତନ ଜିଲାପାଳ ଭାବେ ଜଣେ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଥିବା କହିଥିଲେ। ମଧ୍ୟ ପ୍ରତ୍ୟେକ ସମୟରେ ଜିଲାପାଳଙ୍କ ବଦଳି ଯୋଗୁ ଜିଲାର ବିକାଶ ମୁଳକ କାର୍ଯ୍ୟର ଅଗ୍ରଗତିରେ ବାଧା ସୃଷ୍ଟି ହେଉଥିବା ବିଧାୟକ ଅବଗତ କରାଇଥିଲେ। ଆଗାମୀ ସମୟରେ ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଥିବା ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀଙ୍କୁ ଡିଜିପିଙ୍କ କଡ଼ା ଚେତାବନୀ, ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍‌…

ଭୁବନେଶ୍ୱର,୨୭ା୨: ମାଓବାଦୀଙ୍କୁ ପୋଲିସ ଡିଜି ଓ୍ବାଇ ବି ଖୁରାନିଆ କଡ଼ା ଚେତାବନୀ ଦେଇଛନ୍ତି। ଡିଜିପି କହିଛନ୍ତି, ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍‌ ପରିଣାମ ଭୋଗିବ। ଏସ୍‌ଓଜି…

ଆଫଗାନିସ୍ତାନର ଆକ୍ରମଣରେ ବିଚଳିତ ହେଲାଣି ପାକିସ୍ତାନ! ଭାରତ ଉପରେ ଆଣୁଛି ବଡ଼ ଅଭିଯୋଗ

ଇସଲାମାବାଦ,୨୭।୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ପରିଣତ ହୋଇଛି। ପାକିସ୍ତାନର ବିମାନ ଆକ୍ରମଣର ପ୍ରତିଶୋଧ ନେଇ ଆଫଗାନିସ୍ତାନ ଏହି ଆକ୍ରମଣ କରିଛି।…

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ଯଦି ବର୍ଷା ଯୋଗୁ ହୁଏ ବାତିଲ: ସେମିଫାଇନାଲକୁ ଯିବ କିଏ, ଜାଣନ୍ତୁ ସମ୍ପୂର୍ଣ୍ଣ ନିୟମ

ନୂଆଦିଲ୍ଲୀ,୨୭।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ ପର୍ଯ୍ୟାୟରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ ଏବେ କର ବା ମର ପ୍ରତିଯୋଗିତାରେ ପରିଣତ ହୋଇଛି। ୧…

‘ମୁଁ ଦାଢିଥିବା ଲୋକଙ୍କୁ ଭୟକରେ’, କାହିଁକି ଏମିତି କହିଲେ ପୂର୍ବତନ ଉପ ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୭।୨: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖର ବୁଧବାର (୨୫ ଫେବୃଆରୀ) ତାଙ୍କ ଗୃହରାଜ୍ୟ ରାଜସ୍ଥାନର ଚୁରୁ ଜିଲାରେ ପହଞ୍ଚିଥିଲେ। ସେ ପୂର୍ବତନ ଏମପି ରାମ ସିଂହ କାସୱା…

କାମ ନ କରି ମଜୁରୀ ହଡ଼ପ କରୁଛନ୍ତି ଶ୍ରମିକ: ଆସିଲା ସାଂଘାତିକ ଅଭିଯୋଗ

ଲୋଇସିଂହା,୨୬।୨(ସୁଶାନ୍ତ ବାରିକ): ଗାଁରେ ଶ୍ରମିକ ବର୍ଗର ଲୋକଙ୍କୁ କାମ ଯୋଗାଇବା ସହିତ ସେମାନଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନା କାର୍ଯ୍ୟକାରୀ…

ଲଜିଷ୍ଟିକ୍ସ୍‌ରେ ପୂର୍ବ ପରିବହନ ସଂସ୍ଥାର ଦବଙ୍ଗଗିରି ଅଭିଯୋଗ, ସ୍ଥାନୀୟ ଯୁବକଙ୍କୁ…

ଗଞ୍ଜାମ,୨୭।୨(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଅବସ୍ଥିତ ଗ୍ରାସୀମ ଇଣ୍ଡ୍ରଷ୍ଟ୍ରିର ପରିବହନ ବ୍ୟବସ୍ଥାକୁ ନେଇ ପୁନର୍ବାର ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଦୀର୍ଘ ୬ ବର୍ଷ…

ବିଧାୟକଙ୍କୁ ନବୀନ ନିବାସ ଡକରା, ଅପରାହ୍ନ ୫ଟାରେ ବଡ଼ ବୈଠକ

ଭୁବନେଶ୍ବର,୨୭।୨: ଅପରାହ୍ନ ୫ଟାରେ ନବୀନଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏନେଇ ସମସ୍ତ ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡକରା ହୋଇଛି । ରାଜ୍ୟ ସଭା ନିର୍ବାଚନକୁ…

ଲୋଇସିଂହା ଥାନା ବଢୁଛି ଚୋରି: କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି

ଲୋଇସିଂହା,୨୬।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ କ୍ରମାଗତ ଭାବରେ ଚୋରି ବୃଦ୍ଧି ପାଇଛି। ଥାନା ଅନ୍ତର୍ଗତ ଜେଉଁଟିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri