ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଉଦ୍‌ଘାଟନ କଲେ ବିଧାୟକ, ମାଗଣାରେ ରୋଗୀଙ୍କୁ…

ଦିଗପହଣ୍ଡି,୨୧।୧୧(ଅଶେଷ ନାଥ ମିଶ୍ର): ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଶୁକ୍ରବାର ଦିଗପହଣ୍ଡି ଏନ୍‌ଏସି ୱାର୍ଡ ନଂ. ୨ କରଣ ସାହି ସ୍ଥିତ ଗୋପବନ୍ଧୁ ବିଦ୍ୟାଳୟର ପୁରୁଣା କୋଠାରେ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଶୁଭ ଉଦଘାଟନ ହୋଇଯାଇଛି । ଦିଗପହଣ୍ଡି ଗୋଷ୍ଠୀ ସୱାସ୍ଥ୍ୟକେନ୍ଦ୍ର ରେ ଆୟୋଜିତ ରୋଗୀ କଲ୍ୟାଣ ସମିତିର ବୈଠକ ପରେ ମୁଖ୍ୟ ଅତିଥି ତଥା ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଉତ୍ସବ ସ୍ଥଳରେ ପହଞ୍ଚିଥିଲେ। ଆରୋଗ୍ୟ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା କାଉନସିଲର ସୁଶାନ୍ତ କୁମାର ପାତ୍ର ଆରୋଗ୍ୟ ମନ୍ଦିର କୋଠାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଦିଗପହଣ୍ଡିରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଥିଲେ ମଧ୍ୟ ଏହି ଆରୋଗ୍ୟ ମନ୍ଦିର ଦ୍ବାରା ରୋଗୀ ସ୍ବାସ୍ଥ୍ୟସେବା ପାଇବା ସହ ସେମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯିବ ବୋଲି ବିଧାୟକ କହିଥିଲେ।

ଉଦଘାଟନୀ ଉତ୍ସବରେ ଏନଏସି ନଗରପାଳ ପ୍ରଫୁଲ୍ଲ ପଣ୍ଡା , କାର୍‌ୟଯର୍ନିବାହୀ ଅଧିକାରୀ ଅବିନାଶ ମିଶ୍ର , ଗଞ୍ଜାମ ଜିଲା ମୂଖ୍ୟ ଚିକିତ୍ସାଧିକାରୀ ଡ଼ା. ସୁଶାନ୍ତ କୁମାର ନାୟକ , ଡିପିଏମ ବୁଲୁନାଥ ସାହୁ , ଏପିଏମ୍‌ ସଦାନନ୍ଦ ସାହୁ , ବମକେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା. ସୁଚସ୍ମିତା ଚୌଧୁରୀ , ବିପିଏମ୍‌ ଶୁଭେନ୍ଦୁ କୁମାର ଦାସ , ପିଏଚ୍‌ଇଓ ସଂଯୁକ୍ତା ଜେନା , କନିଷ୍ଠ ସହାୟକ ରବି ପ୍ରସାଦ ପାତ୍ର , ବିଏଏମ୍‌ ଶ୍ୟାମାନନ୍ଦ ପାଠୀ , ବିଡିଏମ ଦାୟିତ୍ୱରେ ଥିବା ଦିଗପହଣ୍ଡି ମେଡିକାଲ ଅଫିସର ଡ଼ା. ଶିବାନନ୍ଦ ଚୌଧୁରୀ, କାଉନସିଲର ନୀଳମାଧବ ଗୌଡ଼ , ରମେଶ ଚନ୍ଦ୍ର ଜେନା ଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଦୀର୍ଘବର୍ଷ ଧରି ଲାଗିରହିଥିବା ବିବିଧ ସମସ୍ୟା , ଖାଲି ପଡ଼ିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ ନିମନ୍ତେ ଏନଏସି ଉପାଧ୍ୟକ୍ଷା ପ୍ରତିନିଧି କେ. କୁନା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ଏନେଇ ଆଲୋଚନା କରିବା ପରିବର୍ତ୍ତେ କ୍ଷୁବ୍ଧ ହୋଇପଡ଼ିଥିଲେ। ଗତ ସରକାରରେ ଥିବା ପ୍ରତିନିଧିଙ୍କୁ ସମସ୍ୟା ଜଣାଇବାକୁ କହିବାରୁ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଉପସ୍ଥିତ ଏନଏସି ଅଧ୍ୟକ୍ଷ ଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri