ପାଟଣାରେ ପତାକା ଉତ୍ତୋଳନ କଲେ ବିଧାୟକ

ପାଟଣା,୨୬ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣାରେ ବ୍ଲକସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ଗୁରୁବାର ମୁଖ୍ୟାଳୟ ଷ୍ଟାଡିୟମରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ଜାତୀୟ ପତାକା ଉତ୍ତୋଳନ କରି ୨୬ଟି ପରେଡ ଗ୍ରୁପରୁ ଅଭିବାଦନ ଗ୍ରହଣ କରିଛନ୍ତି। ବକ୍ତବ୍ୟରେ ରାଷ୍ଟ୍ରକୁ ପରମ ବୈଭବଶାଳୀ କରିବାକୁ ନାଗରିକଙ୍କୁ ଦେଶ ଗଠନରେ ଭାଗିଦାରୀ ହେବାକୁ ଉପସ୍ଥିତ ଛାତ୍ରୀଛାତ୍ର କର୍ମଚାରୀ ଓ ଜନତାଙ୍କୁ ବିଧାୟକ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ଉପାଧ୍ୟକ୍ଷା ବୀଣାପାଣି ନାଏକ, ବଡ଼ପାଟଣା ସରପଞ୍ଚ ବିନତି ବାନରା, ସମିତିସଭ୍ୟ ମୋହନ ସୁନ୍ଦର ମହାନ୍ତ, ବିଡିଓ ଈଶ୍ୱର ଚନ୍ଦ୍ର ନାଏକ, ତହସିଲଦାର ତାପସ ରଞ୍ଜନ ଦେହୁରୀ, ବିଇଓ ପୂର୍ଣ୍ଣ ଚନ୍ଦ୍ର ଅମାନ୍ତ, ରେଞ୍ଜର ଘାସିନାଥ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ପରେଡର ବିଚାରକ ଭାବେ ରେଞ୍ଜର ଘାସିନାଥ ପାତ୍ର,ଥାନାଧିକାରୀ ମନୋରଞ୍ଜନ ପ୍ରଧାନ, ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ମହାନ୍ତ ଯୋଗ ଦେଇଥିଲେ। ପରେଡର ସିନିୟରଗ୍ରୁପ ଜି ଏନ ହାଇସ୍କୁଲ ବାଳକ ପ୍ରଥମ,ଜୁନିୟରରେ ଜିଏନ୍‌ ହାଇସ୍କୁଲ ବାଳିକା, ସବ୍‌ଜୁନିୟରରେ ସେଣ୍ଟ ଜାଭିୟର ସ୍କୁଲ ବାଳକ ପ୍ରଥମ ସ୍ଥାନ ଗ୍ରହଣ କରି ସିଲ୍ଡ ପାଇଥିବା ବେଳେ ଜି ଏନ୍‌ ହାଇସ୍କୁଲ ସ୍ବାମପାଟଣା ଚାମ୍ପିଅନ ହୋଇଥିଲା। ସ୍ଥାନୀୟ ମହାବିଦ୍ୟାଳୟକୁ ସ୍ବତନ୍ତ୍ର ସିଲ୍ଡ ପ୍ରଦାନ କରାଯାଇଥିଲା। ବ୍ଲକରେ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ତହସିଲରେ ତହସିଲଦାର ତାପସ ରଞ୍ଜନ ଦେହୁରୀ,ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡା. ଲକ୍ଷ୍ମଣ ମହାନ୍ତ, କଲେଜରେ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ସାହୁ, ରେଞ୍ଜ କାର୍ଯ୍ୟାଳୟରେ ରେଞ୍ଜର ଘାସିନାଥ ପାତ୍ର, ମୁକ୍ତି ତୀର୍ଥ କ୍ଲବ ସ୍ବାମ୍‌ରେ ଭାଗୀରଥି ଦାଶ, ଅଗ୍ନିଶମ କାର୍ଯ୍ୟାଳୟରେ ହାବିଲଦାର ଚନ୍ଦ୍ରାଇ ସୋରେନ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ।