ବିବାହ ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଦିବ୍ୟଶଙ୍କର

ପୁରୀ ଅଫିସ,୨୭।୨: କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ଅଗସ୍ତି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ରବିବାର ହିନ୍ଦୁ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା। ବିବାହରେ କେବଳ ଘନିଷ୍ଠ ବନ୍ଧୁ ଯୋଗ ଦେଇଥିଲେ। ତେବେ ବିବାହ ପରେ ସୋମବାର ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀରେ ପହଞ୍ଚିଥିବା ସୂଚନା ମିଳିଛି।