Categories: ରାଜ୍ୟ

ବିଧାୟକ ଦେବୀ ମିଶ୍ରଙ୍କୁ କରୋନା

ଭୁବନେଶ୍ୱର,୩୦।୮(ବ୍ୟୁରୋ)-ବଡମ୍ବା-ନରସିଂହପୁର ବିଧାୟକ ଦେବୀ ପ୍ରସାଦ ମିଶ୍ର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ ଥିବା ନେଇ ସେ ତାଙ୍କର ଫେସବୁକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ସଂକ୍ରମଣର କୌଣସି ବାହ୍ୟ ଲକ୍ଷଣ ନାହିଁ। ତାପମାତ୍ରା ଏବଂ ଅକ୍ସସିଜେନ ଲେଭଲ ମଧ୍ୟ ଠିକ ରହିଥିବା ସେ କହିଛନ୍ତି। ସେ ଡାଇବେଟସରେ ପୀଡିତ ଥିବାରୁ ଡାକ୍ତରଙ୍କ ପରାମର୍ଶ ନେଉଥିବା ପୋଷ୍ଟରେ ଉଲ୍ଲେଖ ରହିଛି।
ସେ ଲେଖିଛନ୍ତି ଯେ, ମୋର ହୋଇଥିବା ଟେଷ୍ଟିଂ ଆନୁଷ୍ଠନିକ କମ୍ୟୁନିକେସନରୁ କୋଭିଡ ପଜିଟିଭ ବାହାରିଛି। ଅନ୍ୟ କର୍ମଚାରୀଙ୍କ ପରିବାର ବର୍ଗଙ୍କ ନେଗେଟିଭ ଆସିଛି। ଡ୍ରାଇଭରଙ୍କୁ ହେବା ପରେ କାଲିଠାରୁ ମୁଁ ଆଇସୋଲେସନରେ ରହିଛି। ମୋର ଏବେ କୋଣସି ସଂକ୍ରମଣର ବାହ୍ୟ ଲକ୍ଷଣ ନାହିଁ। ସେ ଆହୁରି ମଧ୍ୟ ଲେଖିଛନ୍ତି, “ମୋଟାମୋଟି ମୋର ସ୍ବାସ୍ଥ୍ୟ ଠିକ ଅଛି। ମୁଁ ଜରୁରୀ କାମକୁ ଟେଲିଫୋନ କନଫରେନ୍ସ ଜରିଆରେ କରୁଛି ଏବଂ କରିବି। କିନ୍ତୁ ବର୍ତ୍ତମାନ କିଛିଦିନ ପାଇଁ ଛୋଟ କଥାରେ ଯୋଗାଯୋଗ ନ କରିବାକୁ ସେ ଅନୁରୋଧ କରିଛନ୍ତି।