ଇଭିଏମ୍‌ ଭାଙ୍ଗି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ

ଖୋର୍ଦ୍ଧା/ ବୋଲଗଡ଼, ୨୬ା୫ (ପ୍ରଭାତ ପାଣିଗ୍ରାହୀ/ ଦେବବ୍ରତ ହୋତା): ବେଗୁନିଆ ନିର୍ବାଚନମଣ୍ଡଳୀର ବୋଲଗଡ଼ ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନିକଟ କାଉଁରିପାଟଣାର ୧୧୪ ନମ୍ବର ବୁଥରେ ଶନିବାର ଭାଜପା ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ବୁଥ୍‌ରେ ପଶି ପୋଲିଂ, ପ୍ରିଜାଇଡିଂ ଅଧିକାରୀଙ୍କୁ ଆକ୍ରମଣ କରିବା ସହ ଇଭିଏମ୍‌ ଭାଙ୍ଗିବା ଅଭିଯୋଗରେ ପୋଲିସ ଜଗଦ୍ଦେବଙ୍କୁ ଗିରଫ କରିଛି। ପ୍ରଜାଇଡିଂ ଅଫିସର ଜ୍ଞାନରଞ୍ଜନ ତ୍ରିପାଠୀଙ୍କ ଅଭିଯୋଗକ୍ରମେ ବୋଲଗଡ଼ ଥାନାରେ ଏକ ମାମଲା(ନଂ.୧୧୭/୨୦୨୪) ରୁଜୁ କରାଯାଇ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିବା ବୋଲଗଡ଼ ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳ ସୂଚନା ଦେଇଛନ୍ତି।

ଜଣେ ପ୍ରତ୍ୟକ୍ଷଦର୍ଶୀ ମହିଳାଙ୍କ କହିବା ଅନୁଯାୟୀ, କାଉଁରିପାଟଣା ୧୧୪ ନମ୍ବର ବୁଥରେ ମତଦାନ ଚାଲିଥିଲା। ଭୋଟରମାନେ ଲମ୍ବାଧାଡ଼ିରେ ଛିଡ଼ା ହୋଇଥିଲେ। ଏହି ସମୟରେ ଜଗଦ୍ଦେବ ସମର୍ଥକଙ୍କ ସହ ବୁଥ ଭିତରେ ପଶିଥିଲେ। ପୋଲିଂ ଅଧିକାରୀଙ୍କୁ କିଛି କହିଥିଲେ, ତେବେ ସେ କାମରେ ବ୍ୟସ୍ତ ଥିବାରୁ ଶୁଣି ପାରି ନ ଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରଶାନ୍ତ ତାଙ୍କୁ ଗାଳିଗୁଲଜ କରିଥିଲେ। ସେଠାରେ ଉପସ୍ଥିତ ସମ୍ପୃକ୍ତ ମହିଳା ଜଣକ ବିରୋଧ କରିବାରୁ ଜଗଦ୍ଦେବ ତାଙ୍କୁ ମଧ୍ୟ ଖରାପ ବ୍ୟବହାର କରିବା ସହ ପୋଲିଂ ଅଧିକାରୀ ଓ ପ୍ରିଜାଇଡିଂ ଅଫିସରଙ୍କୁ ଆକ୍ରମଣ କରିଥିଲେ। ପରେ ବୁଥ୍‌ ଭିତରେ ଠେଲାପେଲା ହୋଇଥିଲା। ଏପରି କି ବୁଥ୍‌ ଭିତରେ ଇଭିଏମ୍‌କୁ ଭାଙ୍ଗି ଦେଇଥିଲେ। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତାଙ୍କ ଗାଡ଼ିରେ ବସି ଜଗଦ୍ଦେବ ସେଠାରୁ ଫେରାର ହୋଇଯାଇଥିଲେ। ଖବରପାଇ ପୋଲିସ ଟିମ୍‌ ଉକ୍ତ ଗାଡ଼ିର ପିଛା କରି ବୋଲଗଡ଼-ବେଗୁନିଆ ରାସ୍ତାରେ ଅଟକାଇ ଜଗଦ୍ଦେବଙ୍କୁ ଧରି ବୋଲଗଡ଼ ଥାନାକୁ ଆଣିଥିଲା। ତେବେ ଉକ୍ତ ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ଦର୍ଶାଇ ଥାନା ପରିସରରେ ଜଗଦ୍ଦେବ ସମର୍ଥକଙ୍କ ସହ ଧାରଣା ଦେଇଥିଲେ। ପରେ ତାଙ୍କୁ ଏସ୍‌ଡିପିଓ ଦିଲୀପ ଦାସ ବୁଝାଶୁଝା କରି ଖୋର୍ଦ୍ଧାକୁ ନେଇଆସିଥିଲେ। ତେବେ ପରେ ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗକ୍ରମେ ପୋଲିସ ଜଗଦ୍ଦେବଙ୍କୁ ଗିରଫ କରିଛି। ଅନ୍ୟପଟେ ଏଭଳି ଅସ୍ବାଭାବିକ ସ୍ଥିତିଯୋଗୁ ଉକ୍ତ ବୁଥ୍‌ରେ ମତଦାନ କିଛି ସମୟ ପାଇଁ ବନ୍ଦ ରହିଥିଲା। ସ୍ଥିତି ସ୍ବାଭାବିକ ହେବା ପରେ ମତଦାନ ପୁଣି ହୋଇଥିଲା। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଅପରପକ୍ଷରେ ଇଭିଏମ୍‌ ଭଙ୍ଗା ଘଟଣାକୁ ଜଗଦ୍ଦେବ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଜଣେ ଉନ୍ମତ୍ତ ଯୁବକ ହଠାତ୍‌ ବୁଥରେ ପଶି ଭଙ୍ଗାରୁଜା କରିଥିଲେ। ତାଙ୍କୁ ବୁଝାଶୁଝା କରିବା ସମୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଠେଲାପେଲା ହୋଇଥିଲା। ପରେ ମୁଁ ସେଠାରୁ ପଳାଇ ଆସିଥିଲି ବୋଲି କହିଛନ୍ତି।

ଏହି ଘଟଣାକୁ ନେଇ ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ବିଜେଡିର ଏକ ଟିମ୍‌ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଏନେଇ ରାଜ୍ୟ ସଭା ସଦସ୍ୟ ସସ୍ମିତ୍‌ କହିଛନ୍ତି, ପୂର୍ବରୁ ମଧ୍ୟ ବିଭିନ୍ନ ଘଟଣାରେ ଜଗଦ୍ଦେବଙ୍କ ବିରୋଧରେ ୩ଥର ଅଭିଯୋଗ କରାଯାଇଛି। ହେଲେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଅଭିଯୋଗ ସତ୍ତ୍ୱେ କାହିଁକି ଜଗଦ୍ଦେବଙ୍କ ବିରୋଧରେ ପଦକ୍ଷେପ ନିଆଯାଉ ନାହିଁ ବୋଲି ସସ୍ମିତ୍‌ ପ୍ରଶ୍ନ କହିଛନ୍ତି। ପ୍ରକାଶ ଯେ, ଖୋର୍ଦ୍ଧା ଟାଉନ ଥାନା ଏବଂ ଏସ୍‌ଡିପିଓ କାର୍ଯ୍ୟାଳୟ ଘେରାଉ ସହ ଆବଶ୍ୟକ ପଡ଼ିଲେ ନିର୍ବାଚନ କରାଇଦେବେ ନାହିଁ ବୋଲି ଗତ ୨୧ତାରିଖରେ ଜଗଦ୍ଦେବ ଗଣମାଧ୍ୟମରେ ଧମକ୍‌ ଦେଇଥିଲେ। ଏନେଇ ଜଗଦ୍ଦେବଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଫେରାଦ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri