ଏମ୍‌କେସିଜି ପୁରୁଣା ଇନଡୋର୍‌ କୋଠା ଅସୁରକ୍ଷିତ

ବ୍ରହ୍ମପୁର,୧୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଏମକେସିଜ ମେଡିକାଲର ପୁରୁଣା ଇନଡୋର୍‌ କୋଠାକୁ ଫାଇଲିନ୍‌ ମହାବାତ୍ୟା ପରଠାରୁ ଅସୁରକ୍ଷିତ ଘୋଷଣା କରାଯାଇଛି। ଦୀର୍ଘ ୧୧ବର୍ଷ ମଧ୍ୟରେ ବିଭିନ୍ନ କୋଠାରୁ ପଲସ୍ତରା ଖସିବା ସହ ଛାତ ଭାଙ୍ଗି ଗଲାଣି। ସେଠାରେ ଏମକେସିଜି ଅଧିକ୍ଷକଙ୍କ କାର୍ଯ୍ୟାଳୟ ଓ କେତେକ ବିଭାଗ କାର୍ଯ୍ୟାଳୟ ରହିଛି। ଏଥିପାଇଁ ପୂର୍ତ୍ତ ବିଭାଗ ତରଫରୁ କୋଠାର ଚାରି ପଟେ ସୂଚନା ଫଳକ ଲଗାଯାଇଛି। ଖୁବଶୀଘ୍ର କୋଠା ଭଙ୍ଗାଯିବ ବୋଲି ସୂଚନା ଦିଆଯାଇଛି। ଏହି କୋଠା ସଂଲଗ୍ନ ରହିଥିବା ଅଧୀକ୍ଷକଙ୍କ କାର୍ଯ୍ୟାଳୟ ମଧ୍ୟ ସ୍ଥାନାନ୍ତର କରାଯିବ। ଅଧୀକ୍ଷକଙ୍କ କାର୍ଯ୍ୟାଳୟ କୋଠା ମଧ୍ୟ ପୁରୁଣା ହୋଇ ସାରିଲାଣି। ମେଡିକାଲ ପରିସରରେ ଥିବା ନର୍ସିଂ ସ୍କୁଲର କୋଠାକୁ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ରେକର୍ଡ଼ ସେକ୍ସନକୁ ସେଠାକୁ ଘୁଞ୍ଚାଯାଇଛି। ପର୍ଯ୍ୟାୟ କ୍ରମେ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସହିତ ଅନ୍ୟ ସମସ୍ତ ବିଭାଗ ସେଠାକୁ ସ୍ଥାନାନ୍ତର କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏମକେସିଜିର ପୁରୁଣା ଇନଡୋର୍‌ କୋଠାକୁ ଗତ ଫାଇଲିନ୍‌ ବାତ୍ୟା ପରେ ପୂର୍ତ୍ତ ବିଭାଗ ତରଫରୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା। ସେହି କୋଠାରେ ସମସ୍ତ ଇନଡୋର୍‌ ବିଭାଗ ଚାଲିଥିଲା। ପର୍ଯ୍ୟାୟ କ୍ରମେ ନୂତନ କୋଠା ତିଆରି ହେବା ପରେ ସେଠାରୁ ସମସ୍ତ ବିଭାଗକୁ ସ୍ଥାନାନ୍ତର କରି ଦିଆଯାଇଛି। ସେହି ପୁରୁଣା କୋଠାରେ ଆଉ କୌଣସି ବିଭାଗ ନାହିଁ। ଶିଶୁରୋଗ ବିଭାଗ, ପ୍ରସୂତି ବିଭାଗ, ସର୍ଜରି ବିଭାଗ ସହିତ ମେଡିସିନ୍‌ ବିଭାଗ ପାଇଁ ସ୍ବତନ୍ତ୍ର କୋଠା ରହିଛି। ପୁରୁଣା ଇନଡୋର୍‌ କୋଠା ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ରହିଛି। କୋଠାର ବିଭିନ୍ନ ସ୍ଥାନରୁ ସିମେଣ୍ଟ ପଲସ୍ତରା ଖସୁଥିବା ବେଳେ ଚାରିପଟେ ଗଛ ଉଠିଗଲାଣି। ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାରୁ ତାହା ଯେ କେଣସି ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଏଣୁ ସେଠାରୁ ସମସ୍ତ ବିଭାଗକୁ ସ୍ଥାନାନ୍ତର କରି ଦିଆଯାଇଛି। ସେହି କୋଠା ଚାରିପଟେ ବାଡ଼ ଦିଆଯାଇଛି। କୋଠା ପାଖକୁ ଯିବା ପାଇଁ ଜନସାଧାରଣଙ୍କୁ ବାରଣ କରାଯାଇଛି। ଏହି କୋଠା ସଂଲଗ୍ନ ରହିଥିବା ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ନର୍ସିଂ ସ୍କୁଲ କୋଠାକୁ ସ୍ଥାନାନ୍ତର କରାଯିବ। କିଛି କାମ ବାକି ରହିଥିବାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ। କାମ ସରିବା ପରେ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନରେ ରହିଥିବା ସମସ୍ତ ବିଭାଗ ସେଠାକୁ ସ୍ଥାନାନ୍ତର କରି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀବନ୍ଧକୁ ଦୁର୍ବଳ କରୁଛି ବେଆଇନ ଚିଙ୍ଗୁଡ଼ିଘେରି: ଗୋବରୀରେ ଧସିଲା ୧୦୦ ଫୁଟ ଅତଡ଼ା

ମହାକାଳପଡ଼ା,୮ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ କଂସାର-ରଡ଼ିଆ-ବଗଗହଣ ଗୋବରୀ ନଦୀରେ ତଟବନ୍ଧ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିସହ…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

‘ଆତଙ୍କବାଦ ଉପରେ ଦୋମୁହାଁ ମନୋଭାବ…,’ ମାଲେସିଆରେ ଏମିତି କହିଲେ ମୋଦି, ଶୁଣିଲେ ଉଡିବ ପାକିସ୍ତାନର ନିଦ

ନୂଆଦିଲ୍ଲୀ,୮।୨: ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ଏକ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ଏବଂ ମାଲେସିଆ ସେମାନଙ୍କର ସମ୍ପର୍କକୁ…

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ଇମ୍ରାନ ଖାନ-ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ, ଲାଗିଛି କୋଟି କୋଟି ଟଙ୍କାର ଜରିମାନା

ଇସଲାମାବାଦ,୮।୨: ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୭ ବର୍ଷ ଜେଲଦଣ୍ଡ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ଉପ ମୁଖ୍ୟମନ୍ତ୍ରୀସ୍‌ଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର 

କେସିଙ୍ଗା,୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ସୋମବାର  ଗସ୍ତରେ ଆସିବେ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri