Posted inଜାତୀୟ

ବଜେଟରୁ ‘₹’ ର ପ୍ରତୀକ ହଟାଇଦେଲେ ଷ୍ଟାଲିନ ସରକାର, ଭାଷା ବିବାଦ ମଧ୍ୟରେ ବଡ଼ ପଦକ୍ଷେପ

ଚେନ୍ନାଇ,୧୩।୩: ତାମିଲନାଡ଼ୁରେ ଚାଲିଥିବା ଭାଷା ବିବାଦ ମଧ୍ୟରେ ଷ୍ଟାଲିନ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବଜେଟ ସମୟରେ ସରକାର ଟଙ୍କାର ପ୍ରତୀକକୁ ହଟାଇ ଦେଇ ‘ரூ’ ରଖିଛନ୍ତି। ସାରା ଦେଶରେ ଟଙ୍କାର ପ୍ରତୀକକୁ ଆଧିକାରୀକ ଭାବେ ଆପଣାଯାଇଛି। ହେଲେ ଷ୍ଟାଲିନ ସରକାର ଭିନ୍ନ ପ୍ରତୀକ ଆଣିଛନ୍ତି। ବଜେଟ ସମୟରେ ସେ ନୂଆ ପ୍ରତୀକ ଜାରି କରିଛନ୍ତି। ପ୍ରଥମ ରାଜ୍ୟ ଭାବେ ଏଠାକାର ସରକାର ବଡ଼ ପଦକ୍ଷେପ ନେଇଥିବା କୁହାଯାଉଛି।

ତେବେ ଷ୍ଟାଲିନ ସରକାରଙ୍କ ଏହି ପଦକ୍ଷେପ ଏଭଳି ସମୟରେ ଆସିଛି ଯେତେବେଳେ ହିନ୍ଦୀକୁ ନେଇ କିଛିଦିନ ଧରି ବିବାଦ ଲାଗି ରହିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଷ୍ଟାଲିନ କହିଥିଲେ ଯେ, ସାରା ଦେଶରେ ହିନ୍ଦୀର ବ୍ୟବହାର ଯୋଗୁ ପ୍ରାଚୀନ ଭାଷାଗୁଡ଼ିକ ବିଲୁପ୍ତ ହେଉଛି। ବିହାର ଏବଂ ଉତ୍ତର ପ୍ରଦେଶ କେବେ ବି ହିନ୍ଦୀ ଭାଷାର ଅଞ୍ଚଳ ନ ଥିଲା। ଏବେ ଏଠାକାର ମୂଳ ଭାଷା ଅତୀତର ପ୍ରତୀକ ଭାବେ ରହିଛି।

ତେବେ ଏହି ବିବାଦ କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତି ଲାଗୁ ସମୟରେ ସାମ୍ନାକୁ ଆସିଛି। ଏନ୍‌ଇପି ୨୦୨୦ରେ ପ୍ରସ୍ତାବିତ ୩ ଭାଷାର ଫର୍ମୁଲା କହୁଛି ଯେ ଛାତ୍ରୀଛାତ୍ରଙ୍କୁ ୩ଟି ଭାଷା ଶିଖିବା ଉଚିତ, ଯେଉଁଥିରେ ଅତି କମ୍‌ରେ ଦୁଇଟି ଭାରତୀୟ ଭାଷା ରହିଥିବ। ସରକାରୀ ଏବଂ ବେସରକାରୀ ସ୍କୁଲରେ ଏହି ଫର୍ମୁଲା ଲାଗୁ ହେବ ଏବଂ ରାଜ୍ୟମାନଙ୍କୁ ବିନା କୌଣସି ଚାପରେ ଭାଷାକୁ ବାଛିବାକୁ ଅନୁମତି ରହିବ। ତେବେ ଏହି ପଦକ୍ଷେପକୁ ଷ୍ଟାଲିନ୍‌ ସରକାର ‘ଭଗ୍‌ବା ନୀତି’ କହିଥିଲେ। ଏପରିକି ଏହାକୁ ଲାଗୁ କରିବାକୁ ମନା କରିଦେଇଥିଲେ। ଏହାପରେ କେନ୍ଦ୍ର ସରକାର ରାଜ୍ୟକୁ ମିଳିବାକୁ ଥିବା ସମଗ୍ର ଶିକ୍ଷା ଅଭିଯାନ ସହାୟତା ରାଶି ୫୭୩ କୋଟି ଟଙ୍କାର ପ୍ରଥମ କିସ୍ତି ଉପରେ ରୋକ ଲଗାଇଥିଲେ। ସେବେଠାରୁ ଷ୍ଟାଲିନ ସରକାର କେନ୍ଦ୍ର ସରକାରଙ୍କ ଉପରେ ଖପ୍ପା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପାଇଁ ଖୁସି ଖବର, ଆଜି ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨୨।୧: ଅପେକ୍ଷାର ଅନ୍ତ ଘଟିବ। ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା। ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ମହିଳାମାନେ ଏହି...

ବାଙ୍କୀରେ ଧାନମଣ୍ଡି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବାଙ୍କୀ,୨୨ା୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଉପଖଣ୍ଡରେ ଚଳିତବର୍ଷ ୪୯ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ)ରେ ମଣ୍ଡି ଖୋଲିବାକୁ...

ଆକ୍ସନ ମୋଡରେ ଭାଜପା ଅଧ୍ୟକ୍ଷ! ୮ ଘଣ୍ଟାର ବୈଠକରେ ୫ ରାଜ୍ୟର ନିର୍ବାଚନକୁ ନେଇ ମନ୍ଥନ

ନୂଆଦିଲ୍ଲୀ,୨୨।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ, ନୀତିନ ନବୀନ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ଚାଲିଥିବା...

ଜାନୁଆରୀରେ ୧.୫% ଦୁର୍ବଳ ହେଲାଣି ଟଙ୍କା

ମୁମ୍ବାଇ,୨୨ା୧(ବ୍ଲୁମ୍‌ବର୍ଗ/ପି.ଟି.): ୨୦୨୫ ଡିସେମ୍ବର ୧୬ରେ ଭାରତୀୟ ମୁଦ୍ରା ୯୧.୧୪ ଟଙ୍କାକୁ ଖସି ସର୍ବକାଳୀନ ନିମ୍ନସ୍ତରକୁ ଛୁଇଁଥିଲା। ସେବେଠୁ ଅଦ୍ୟାବଧି ଟଙ୍କା ୧.୫% ଦୁର୍ବଳ ହୋଇଥିବା ଫରେକ୍ସ ଟ୍ରେଡର୍ସ...

ଆକାଶରେ ପରିବର୍ତ୍ତନ

ମଣିଷ ଆଭ୍ୟନ୍ତରୀଣ ଉପତ୍ୟକାରୁ ଉପକୂଳ, ଜଙ୍ଗଲରୁ ପର୍ବତ ଅଞ୍ଚଳକୁ ସ୍ଥାନାନ୍ତର ହୋଇଥିବାରୁ ତାହା ବିଭିନ୍ନ କାହାଣୀ ଓ ସଙ୍କେତ ବହନ କରିଥିଲା। ସେମାନଙ୍କ ସହ ଆକାଶ...

ସମସ୍ତେ ଶୋଇଥିବା ବେଳେ ଲାଗିଲା ନିଆଁ, ଜଳିଗଲା ୧୦ ବଖରା ଘର

ବାସୁଦେବପୁର,୨୨।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଂଚାୟତର ନାୟକ ସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ଜଳିଯାଇଛ।...

ବଞ୍ଚିବାର ସଂଘର୍ଷ

କ୍ଷୁଧା ବା ଭୋକକୁ ମଣିଷ ନିଜର ପ୍ରାଥମିକତା ମନେକରେ। ଚିନ୍ତା କରେ କ’ଣ କଲେ ପେଟରେ ଦାନା ପଡ଼ିବ। ନିଜେ ବଞ୍ଚିଲେ ତ ପରିବାର ମୁହଁରେ...

ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣରେ ଅସଙ୍ଗତି

ନାଗରିକଙ୍କ ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ଏକ ଆବଶ୍ୟକତା। ଆମ ଗଣତାନ୍ତ୍ରିକ ସରକାର ୧୯୬୯ ମସିହାରେ ଜନ୍ମ ମୃତ୍ୟୁ ପଞ୍ଜୀକରଣ ଆଇନ ତିଆରି କରିଛନ୍ତି। ଯେଉଁଠି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri