ଭଞ୍ଜନଗର,୩।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର ତିଲିସିଙ୍ଗି ନିକଟରେ ଦୁର୍ଘଟଣା । ରାସ୍ତା କାମରେ ନିୟୋଜିତ ଏକ ମିକ୍ସଚର ମେସିନ୍ ଗାଡ଼ି ଓଲଟି ପଡିଛି । ଫଳରେ ଗାଡିରେ ଥିବା ମିସ୍ତ୍ରୀ ମାଟି ତଳେ ପୋତି ହୋଇଯାଇଛନ୍ତି। ତାଙ୍କୁ ଉଦ୍ଧାର ପାଇଁ ଭଞ୍ଜନଗର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମିସ୍ତ୍ରୀ ସହ ଆଉ ଅଧିକ ଲୋକ ଥିଲେ ନା ଡ୍ରାଇଭର ଜଣେ ମାଟିତଳେ ପୋତି ହୋଇଯାଇଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ ।