Posted inଖେଳ

ଚୟନରେ ତ୍ରୁଟି, ରକ୍ଷଣଶୀଳ ସ୍ବଭାବରୁ ବିପର୍ଯ୍ୟୟ

ମେଲବୋର୍ନ, ୧୨ା୧୧(ପି.ଟି.): ଚଳିତ ଟି୨୦ କ୍ରିକେଟ ବିଶ୍ୱକପର ସେମିଫାଇନାଲରୁ ଭାରତ ବିଦାୟ ନେଇଛି। ମାତ୍ର ଇଂଲଣ୍ଡଠାରୁ ଯେପରି ୧୦ ଉଇକେଟରେ ଲଜ୍ଜାଜନକ ପରାଜୟ ମିଳିଲା ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଖେଳାଳି ଚୟନରେ ଜିଦ୍‌ଖୋର ମନୋବୃତ୍ତି, ପାଓ୍ବାରପ୍ଲେରେ ଟପ୍‌ ଅର୍ଡରଙ୍କ ପୁରୁଣାକାଳିଆ ରକ୍ଷଣଶୀଳ ସ୍ବଭାବ, ଉଇକେଟ କିପରଙ୍କ ବିଫଳତା, କୋଚ୍‌ ରାହୁଲ ଡ୍ରାଭିଡଙ୍କ ରିସ୍କ ନ ନେବାର ରଣନୀତି ଅଷ୍ଟ୍ରେଲିଆରେ ଭାରତ ପାଇଁ ମହଙ୍ଗା ପଡ଼ିଲା। ଏହାକୁ ବିଚାରକୁ ନେଇ ଆଗାମୀ ଦିନିକିଆ କ୍ରିକେଟ ବିଶ୍ୱକପ ପୂର୍ବରୁ ଟିମ୍‌ ମ୍ୟାନେଜମେଣ୍ଟକୁ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ। ବିଶ୍ୱକପ୍‌ ପରି ଏକ ବଡ଼ ପ୍ରତିଯୋଗିତାର ସେମିଫାଇନାଲରେ ପହଞ୍ଚତ୍ବା ଭଲ ଫିନିଶ୍‌ ବୋଲି ହୁଏତ ଅଧିନାୟକ ରୋହିତ ଶର୍ମା ଓ କୋଚ୍‌ ରାହୁଲ ଡ୍ରାଭିଡ ଭାବୁଥାଇ ପାରନ୍ତି, ମାତ୍ର ଭାରତୀୟ କ୍ରିକେଟ ପ୍ରଶଂସକ ଏହାକୁ ସହଜରେ ହଜମ କରିପାରିନାହାନ୍ତି।
ବିଶ୍ୱସ୍ତରୀୟ ପ୍ରତିଯୋଗିତାର ନକ୍‌ଆଉଟ ପର୍ଯ୍ୟାୟରେ ୯ ବର୍ଷରେ ଭାରତର ୬ ପରାଜୟର ଅନେକ କାରଣ ରହିଛି। ଏଥର ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଓ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତି ଅନୁଭୂତ ହୋଇଥିଲା। ବୁମ୍‌ରାଙ୍କ ଉପସ୍ଥିତି ଡେଥ୍‌ ଓଭରରେ ଭାରତୀୟ ବୋଲିଂରେ ପ୍ରଭେଦ ଆଣିଥାନ୍ତା। ଜାଡେଜା ପରିସ୍ଥିତି ଅନୁସାରେ ଉଭୟ ବ୍ୟାଟ୍‌ ଓ ବଲ୍‌ରେ କରିସ୍ମା ଦେଖାଇଥାନ୍ତି। ଏହା ବ୍ୟତୀତ ସେ ବାମହାତୀ ହୋଇଥିବାରୁ ଟିମ୍‌ ଲାଇନ୍‌ଅପ୍‌ରେ ସନ୍ତୁଳନ ମଧ୍ୟ ରକ୍ଷା ହୋଇଥାଏ। ମାତ୍ର ସେମାନେ ଆହତ ଥିବାରୁ ଏହା ନିୟନ୍ତ୍ରଣ ବାହାରେ ଥିଲା। ଭାରତର ବିପର୍ଯ୍ୟୟ ପଛରେ ଯେଉଁ କେତେକ ମୁଖ୍ୟ କାରଣ ଥିଲା ତାହା ଆଲୋଚନା କରାଯାଇପାରେ..
ପାଓ୍ବାରପ୍ଲେରେ ଟପ୍‌-୩ଙ୍କ ରକ୍ଷଣଶୀଳ ମନୋଭାବ
ଭାରତୀୟ ବ୍ୟାଟିଂ ଅର୍ଡରରେ ଟପ୍‌-୩ରେ ଲୋକେଶ ରାହୁଲ, ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଖେଳିଥିଲେ। ତେବେ କୋହଲିଙ୍କ ଅପେକ୍ଷା ରାହୁଲ ଓ ରୋହିତଙ୍କ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଜୋର ଧରିଛି। ପାଓ୍ବାରପ୍ଲେରେ ଏମାନେ ଖେଳ ମୋଡ଼ ବଦଳାଇବାରେ ସକ୍ଷମ ହୋଇ ନ ଥିଲେ ବୋଲି ନିଶ୍ଚିତ ସ୍ବୀକାର କରିବେ। ପାଓ୍ବାରପ୍ଲେ ସମୟରେ ଭାରତୀୟ ଦଳର ପୁରୁଣାକାଳିଆ ଖେଳ ଦେଖି ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସିର ହୁସେନ ବିସ୍ମୟ ପ୍ରକାଶ କରିଥିଲେ। ଏହି ସମୟରେ ଭାରତ ନିର୍ଭୀକ ଖେଳ ଦେଖାଇବାରେ ଅସମର୍ଥ ରହିଲା ବୋଲି ଡ୍ରାଭିଡ ମଧ୍ୟ ସ୍ବୀକାର କରିଛନ୍ତି। ଟପ୍‌ ଅର୍ଡରରେ ୩ ଜଣଙ୍କ ମଧ୍ୟରୁ ଜଣେ ଆଙ୍କରର ଭୂମିକା ନେଇଥାଏ ଏବଂ ଅନ୍ୟ ୨ ଜଣ ଆକ୍ରମଣାତ୍ମକ ଖେଳିବା କଥା। ମାତ୍ର ରାହୁଲ (୧୨୦.୭୫ ଷ୍ଟ୍ରାଇକରେଟ୍‌), ରୋହିତ (୧୦୬.୪୨) ଏବଂ କି କୋହଲି (୧୩୬.୪୦) ରକ୍ଷଣଶୀଳ ମନୋବୃତ୍ତି ଆପଣେଇଥିଲେ। ପେସ୍‌ ପିଚ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଓ୍ବାରପ୍ଲେରେ ୩୩/୨ ଓ ପାକିସ୍ତାନ ବିପକ୍ଷରେ ୩୧/୩ ଗ୍ରହଣଯୋଗ୍ୟ ହୋଇଥିଲେ ମଧ୍ୟ ଆଡିଲେଡ୍‌ରେ ୩୮/୧ ଆଦୌ କ୍ଷମଣୀୟ ନ ଥିଲା। ଟୁର୍ନାମେଣ୍ଟରେ ମୋଟ ୧୬ଟି ଦଳ ଖେଳିଥିଲେ। ସେମାନଙ୍କ ମଧ୍ୟରୁ ପାଓ୍ବାରପ୍ଲେରେ ଧିମା ଖେଳିବାରେ ଭାରତ ସ୍ଥାନ ୧୫ ନମ୍ବରରେ ରହିଥିଲା। ଏହାର ରନ ହାର ୬.୦୨ ରହିଥିଲା। କେବଳ ୟୁଏଇ (୪.୭୧ ରନହାର) ଭାରତ ତଳକୁ ରହିଥିଲା। ବିଶ୍ୱକପ୍‌ ପୂର୍ବ ପ୍ରି-ଗେମ୍‌ରେ ରୋହିତଙ୍କ ସହ ରିଷଭ ପନ୍ତ ଓ ଦୀପକ ହୁଦାଙ୍କୁ ଓପନରଭାବେ ପରୀକ୍ଷା କରାଯାଇଥିଲା। ସେମାନେ ନିଭୀକ ଖେଳ ମଧ୍ୟ ଦେଖାଇଥିଲେ। ମାତ୍ର ରାହୁଲ ଫିଟ୍‌ହୋଇ ଯିବା ପରେ ସବୁକିଛି ବଦଳି ଯାଇଥିଲା। ରାହୁଲଙ୍କ ଟି୨୦ ରେକର୍ଡ ଭଲ, ମାତ୍ର ଯଦି ଇଣ୍ଡିଆନ ପ୍ରିମିୟର ଲିଗ୍‌ ମଧ୍ୟ ଦେଖାଯାଏ ତେବେ ସେ ସେଟ୍‌ ହେବାପାଇଁ ସମୟ ନେଉଥିବା ସ୍ପଷ୍ଟ ପରିଲକ୍ଷିତ। ସେ ପାଓ୍ବାରପ୍ଲେରେ ୨ଟି ମେଡେନ ଓଭର ଦେଇଥିଲେ, ଯାହାକି ଏହି ଫର୍ମାଟରେ ଆଦୌ ଗ୍ରହଣୀୟ ନୁହେଁ।
ରିଷଭ ବନାମ କାର୍ତ୍ତିକ
ସୀମିତ ଓଭର କ୍ରିକେଟରେ ଇନିଂସ ଓପନ କଲେ ରିଷଭ ପନ୍ତ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥାନ୍ତି। ସେ ବଡ଼ ସ୍କୋର କରି ନ ପାରିଲେ ମଧ୍ୟ ନିଜର ଆକ୍ରମଣାତ୍ମକ ସ୍ବଭାବ ଦେଖାଇଥାନ୍ତି। ମାତ୍ର ତାଙ୍କ ସ୍ଥାନରେ ମିଡିଲ ଅର୍ଡରରେ ଦୀନେଶ କାର୍ତ୍ତିକଙ୍କୁ ସୁଯୋଗ ଦିଆଗଲା। ଆଇପିଏଲ୍‌ରେ ଉପମହାଦେଶୀୟ ପିଚ୍‌ରେ କାର୍ତ୍ତିକ ହୁଏତ ୧୦ ବଲ୍‌ରୁ ୨୫ କିମ୍ବା ୩୦ ରନକରି ଫିନିଶରର ଭୂମିକା ତୁଲାଇଥିଲେ। ତେବେ ଅଷ୍ଟ୍ରେଲିଆ ପିଚ୍‌, ଯେଉଁଠି ବୋଲରଙ୍କୁ ଅତିରିକ୍ତ ବାଉନ୍ସ ମିଳୁଥିଲା ସେଠାରେ ସେ ବିଫଳ ହେଲେ। ହଠାତ ସେମିଫାଇନାଲ ପୂର୍ବରୁ ପନ୍ତଙ୍କୁ ପରୀକ୍ଷା କରାଗଲା। ମାନସିକ ସ୍ତରରେ ପ୍ରସ୍ତୁତିର ଅଭାବ ହେଉ କି ଅନ୍ୟକିଛି ସେ ମଧ୍ୟ ଫେଲ୍‌ ମାରିଲେ। ତାଙ୍କୁ ଟପ୍‌ ଅର୍ଡରରେ ପଠା ଯାଇଥିଲେ ହୁଏତ ସ୍ଥିତି ଭିନ୍ନ ହୋଇଥାନ୍ତା।
ଚହଲଙ୍କୁ ବ୍ୟବହାର କରାଗଲାନି
ୟୁଜବେନ୍ଦ୍ର ଚହଲ ହେଉଛନ୍ତି ଟି୨୦ରେ ଭାରତର ସର୍ବାଧିକ ଉଇକେଟ ହାସଲକାରୀ। ମାତ୍ର ବିଶ୍ୱକପ୍‌ରେ ତାଙ୍କୁ ଗୋଟିଏ ହେଲେ ମ୍ୟାଚ ଖେଳା ନ ଯିବା ହାସ୍ୟାସ୍ପଦ ହୋଇଛି। ସେ ଲେଗ୍‌ ବ୍ରେକ୍‌ ମାଧ୍ୟମରେ ଟର୍ନ କରିବା ସହିତ ଭଲ ଗୁଗ୍‌ଲି ମଧ୍ୟ ବୋଲିଂ କରିପାରନ୍ତି। ଇଂଲଣ୍ଡ ବ୍ୟାଟିଂ ଲାଇନ୍‌ଅପ୍‌ ବିପକ୍ଷରେ ସେ ସମ୍ଭବତଃ ଉପାଦେୟ ହୋଇଥାନ୍ତେ। ମାତ୍ର ତାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ନିଆଗଲା, ଯିଏକି ନିରାଶ କଲେ।
ଡ୍ରାଭିଡଙ୍କ ନିଷ୍ପତ୍ତି
ରାହୁଲ ଡ୍ରାଭିଡ ଗତ ୧ ବର୍ଷ ଧରି ମୁଖ୍ୟ କୋଚ୍‌ଭାବେ କାର୍ଯ୍ୟ କରି ଆସୁଛନ୍ତି। ବିଭିନ୍ନ ପ୍ରସଙ୍ଗରେ ନିଷ୍ପତ୍ତି ନେବାର ଅଧିକାର ତାଙ୍କର ଅଛି। ମାତ୍ର ସମୟ ଅନୁସାରେ ସେ ଦଳ ଚୟନରେ କଠୋର ହୋଇପାରି ନ ଥିଲେ। ଶୁବମନ ଗିଲ, ପୃଥ୍ବୀ ଶ’, ରାହୁଲ ତ୍ରିପାଠୀ, ରଜତ ପଟିଦାର ଭଲ ପ୍ରଦର୍ଶନ କରୁଥିବାରୁ ଆଗାମୀ ଟି୨୦ ବିଶ୍ୱକପ ପୂର୍ବରୁ ତାଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri