୫୦ ଲକ୍ଷ ବ୍ୟୟରେ ନିର୍ମାଣ ହେବ ମିଶନ ଶକ୍ତି ଭବନ

ବାସୁଦେବପୁର,୧୮ା୫(ଡି.ଏନ.ଏ.): ବାସୁଦେବପୁର ବ୍ଲକ ପରିସରରେ ୫୦ ଲକ୍ଷ ଟଙ୍କା ବ୍ୟୟବରାଦରେ ମିଶନ ଶକ୍ତି ଭବନ ନିର୍ମାଣ ହେବ । ଏହି ଗୃହ ନିର୍ମାଣ ପାଇଁ ବୁଧବାର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ବ୍ଲକ ପରିସରରେ କ୍ଷେତ୍ର ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଏ ନେଇ ଆଲୋଚନା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ, ବିଡିଓ ସତ୍ୟଜିତ ରାଉତ, ବିଧାୟକଙ୍କ ପ୍ରତିନିଧି ଅସୀତ ଦାଶ, ବିପିଏମ୍‌ ବୀଣାପାଣି ପଣ୍ଡାଙ୍କ ସମେତ ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ମିଶନ ଶକ୍ତି ଭବନର କାର୍ଯ୍ୟ ଖୁବଶୀଘ୍ର କିପରି ଆରମ୍ଭ ହେବ ସେ ଦିଗରେ ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ।