Posted inଜାତୀୟ

ମିଶନ ନନ୍ଦିଗ୍ରାମ

କୋଲକାତା/ନୂଆଦିଲ୍ଲୀ,୬ା୩: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲା ହଳଦିଆ ସବ୍‌ସିଡିଭିଜନ୍‌ ଅଧୀନ ଏକ ଛୋଟ ସହର ନନ୍ଦିଗ୍ରାମ। ୨୦୦୭ରେ ପଶ୍ଚିମବଙ୍ଗର ତତ୍କାଳୀନ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ସରକାର ସଲିମ ଗ୍ରୁପ୍‌କୁ ଏଠାରେ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ (ଏସ୍‌ଇଜେଡ୍‌) ଅଧୀନରେ ଏକ କେମିକାଲ ହବ୍‌ ପ୍ରତିଷ୍ଠା ପାଇଁ ଅନୁମତି ଦେଇଥିଲେ। ଶିଳ୍ପ ପାଇଁ ଜୋରଜବରଦସ୍ତ ଜମି ଅଧିଗ୍ରହଣକୁ ଗ୍ରାମବାସୀ ଘୋର ବିରୋଧ କରିଥିଲେ। ସେହି ବର୍ଷ ମାର୍ଚ୍ଚ ୧୪ ରାତିରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୧୪ ଜଣଙ୍କ ଜୀବନ ଯାଇଥିଲା। ଅନେକେ ଆହତ ହୋଇଥିଲେ। ବହୁ ମହିଳାଙ୍କୁ ବଳାତ୍କାର ମଧ୍ୟ କରାଯାଇଥିଲା। ଏସବୁ ଘଟାଯାଇଥିଲା ଶାସକ ଭାରତୀୟ କମ୍ୟୁନିଷ୍ଟ ପାର୍ଟି-ମାର୍କ୍ସବାଦୀ (ସିପିଆଇଏମ୍‌)ର ବଳରେ। ନନ୍ଦିଗ୍ରାମରେ ବାମପନ୍ଥୀ ଏବଂ ପୋଲିସର ବର୍ବରତାକୁ ସେତେବେଳେ ସାରା ଦେଶରେ ନିନ୍ଦା କରାଯାଇଥିଲା। ଏଇଠୁ ବାମପନ୍ଥୀଙ୍କ ୩୪ ବର୍ଷ ଶାସନ ପତନର ମୁଳଦୂଆ ପଡ଼ିଥିଲା, ଯାହାର ନେତୃତ୍ୱ ନେଇଥିଲେ ତତ୍କାଳୀନ ବିରୋଧୀ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତ୍ରୀ ମମତା ବାନାର୍ଜୀ। ଏହି ନାଁକୁ ନେଇ ଏବେ ପୁଣିଥରେ ଦେଶବ୍ୟାପୀ ଚର୍ଚ୍ଚା।
୨୦୦୯ ଉପନିର୍ବାଚନ ପରଠାରୁ ନନ୍ଦିଗ୍ରାମ ଟିଏମ୍‌ସି ଦଖଲରେ ରହିଛି। ୨୦୧୧ରେ ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେଲେ। ସେତେବେଳେ ମମତାଙ୍କ ପ୍ରଚାର ମଙ୍ଗ ଧରିଥିଲେ ତାଙ୍କ ଡାହାଣ ହାତ ଶୁଭେନ୍ଦୁ ଅଧିକାରୀ। ୨୦୧୬ରେ ଏହି ଆସନକୁ ନନ୍ଦିଗ୍ରାମ ଲଢ଼େଇର ସ୍ଥପତି ଶୁଭେନ୍ଦୁ ୧,୩୪,୬୨୩ ଭୋଟ ପାଇ ଦଖଲ କଲେ। ମମତା ତାଙ୍କୁ ପରିବହନ ମନ୍ତ୍ରୀ କରିଥିଲେ। ତେବେ ଶୁଭେନ୍ଦୁ କିଛି ମାସ ତଳେ ଟିଏମ୍‌ସି ଛାଡ଼ି ଭାଜପାରେ ମିଶିଛନ୍ତି। ଶୁଭେନ୍ଦୁ ନିଜ ଲୋକପ୍ରିୟତାକୁ ଦେଖି ନନ୍ଦିଗ୍ରାମରେ ମମତାଙ୍କୁ ୫୦ ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ହରାଇବେ ବୋଲି ଭାଜପାର କେନ୍ଦ୍ରୀୟ ନେତୃତ୍ୱଙ୍କ ଆଗରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତେଣୁ ଭାଜପା ତାଙ୍କୁ ନନ୍ଦିଗ୍ରାମରୁ ପ୍ରାର୍ଥୀ କରିବାକୁ ଯାଉଛି। ଯୁଦ୍ଧଭୂଇଁ ନନ୍ଦିଗ୍ରାମରେ ଏଥର ମମତା ବନାମ ଶୁଭେନ୍ଦୁ ଲଢ଼େଇ ହେବା ଏକପ୍ରକାର ନିଶ୍ଚିତ।

୨୯୧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲା ଟିଏମ୍‌ସି
ପଶ୍ଚିମବଙ୍ଗରେ ସର୍ବାଧିକ ୮ ପର୍ଯ୍ୟାୟରେ (ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯) ଭୋଟ ଗ୍ରହଣ କରାଯିବ। ଏଥିପାଇଁ ସବୁ ଦଳ ରଣନୀତି ପ୍ରସ୍ତୁତି ଓ ଗୋଟି ଚାଳନାରେ ବ୍ୟସ୍ତ ଥିବାବେଳେ ୨୯୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ଲାଗି ଟିଏମ୍‌ସି ଶୁକ୍ରବାର ୨୯୧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ଅଧ୍ୟକ୍ଷା ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ଫଳରେ ଉକ୍ତ ଆସନରେ ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ମମତାଙ୍କର ଜୋର୍‌ଦାର ଲଢ଼େଇ ହୋଇପାରେ। ମମତାଙ୍କୁ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବା ଲାଗି ଶୁଭେନ୍ଦୁ ଚ୍ୟାଲେଞ୍ଜ ଦେଇଥିଲେ, ଯାହାକୁ ସେ ଗ୍ରହଣ କରିନେଇଛନ୍ତି। କହିଛନ୍ତି, ମାର୍ଚ୍ଚ ୯ରେ ମୁଁ ନନ୍ଦିଗ୍ରାମ ଯାଉଛି। ୧୦ ତାରିଖରେ ହଳଦିଆରେ ନାମାଙ୍କନପତ୍ର ଦାଖଲ କରିବି।
ପ୍ରାର୍ଥୀ ତାଲିକାରେ ସୋସିଆଲ ଇଞ୍ଜିନିୟରିଂ ବା ସାମାଜିକ ସମୀକରଣର ମଜଭୁତ ଚିତ୍ର ଦେଖିବାକୁ ମିଳିଛି। ଘୋଷଣା ବେଳେ ମମତା କହିଥିଲେ, ସେ କେବଳ ନନ୍ଦିଗ୍ରାମରୁ ଲଢ଼ିବେ। ତାଙ୍କ ଭବାନୀପୁର ଆସନରୁ ଶକ୍ତିମନ୍ତ୍ରୀ ଶୋଭନଦେବ ମୁଖାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେହିପରି ନିକଟରେ ଟିଏମ୍‌ସିରେ ଯୋଗଦେଇଥିବା କ୍ରିକେଟର ମନୋଜ ତିଓ୍ବାରୀ ହାଓଡା ଜିଲାର ଶିବପୁର ନିର୍ବାଚନମଣ୍ଡଳୀରେ ପ୍ରଥମ ଥର ପାଇଁ ଭାଗ୍ୟପରୀକ୍ଷା କରିବେ। ଏଥର ଟିଏମ୍‌ସି ମୋଟ ୨୯୧ ଆସନରେ ଲଢ଼ିବ ଏବଂ ଅବଶିଷ୍ଟ ୩ ଆସନ (ଦାର୍ଜିଲିଂ, କଲିମପୋଙ୍ଗ ଓ କୁର୍ସେଓଙ୍ଗ) ସହଯୋଗୀ ଦଳ ଗୋର୍ଖା ମୁକ୍ତି ମୋର୍ଚ୍ଚା(ଜିଜେଏମ୍‌)କୁ ଛାଡ଼ି ଦିଆଯିବ। ଏଥର ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ପ୍ରାର୍ଥୀଙ୍କୁ ଟିଏମ୍‌ସି ଟିକେଟ ଦେଇନାହିଁ। ସେହିପରି ୨୮ ବିଧାୟକଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ। ଅନ୍ୟପକ୍ଷରେ ଏଥର ୫୦ ଜଣ ମହିଳାଙ୍କୁ ଦଳ ପ୍ରାର୍ଥୀ କରିଛି। ୪୨ ମୁସଲମାନ, ୭୯ ତଫସିଲଭୁକ୍ତ ଜାତି(ଏସ୍‌ସି) ଏବଂ ୧୭ ତଫସିଲଭୁକ୍ତ ଉପଜାତି(ଏସ୍‌ଟି) ଲୋକଙ୍କୁ ଟିକେଟ ଦିଆଯାଇଛି।

ଭାଜପାରେ ମନ୍ତ୍ରଣା
ସେପଟେ ନନ୍ଦିଗ୍ରାମ ଓ ଭବାନୀପୁର ସମେତ ୧୫ ଆସନରେ କାହାକୁ ପ୍ରାର୍ଥୀ କରାଯିବ ସେନେଇ ଭାଜପାର ଶୀର୍ଷ ନେତୃତ୍ୱ ମନ୍ତ୍ରଣା ଚଳାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

ବାମଦଳର ପ୍ରାର୍ଥୀ ଘୋଷଣା
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବାମ ସାମ୍ମୁଖ୍ୟ, କଂଗ୍ରେସ ଏବଂ ନବଗଠିତ ଇଣ୍ଡିଆନ ସିକ୍ୟୁଲାର ଫ୍ରଣ୍ଟ (ଆଇଏସ୍‌ଏଫ୍‌) ମଧ୍ୟରେ ମେଣ୍ଟ ହୋଇଛି। ଶୁକ୍ରବାର ବାମ ସାମ୍ମୁଖ୍ୟ ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସହଯୋଗୀ କଂଗ୍ରେସ ଏବଂ ଆଇଏସ୍‌ଏଫ୍‌ ଖୁବ୍‌ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବେ। ଆଉ କେତେକ ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇ ନ ଥିବା ବାମ ସାମ୍ମୁଖ୍ୟ ଅଧ୍ୟକ୍ଷ ବିମାନ ବୋଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଆରମ୍ଭ ହେଲା ସିବିଏସଇ ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ,୧୭।୨: ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି, ଯେଉଁଥିରେ ୪୩ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି, ପ୍ରାୟ…

ଛାତିଥରା… ପ୍ରେମିକାକୁ ହତ୍ୟା କରି ଯୌନ ସମ୍ପର୍କ ରଖିଲେ ପ୍ରେମିକ, ତନ୍ତ୍ର କରି ଆତ୍ମାକୁ କହିଲେ Sorry

ଭୋପାଳ,୧୭ା୨: ମଧ୍ୟପ୍ରଦେଶର ଇନ୍ଦୋରର ଦ୍ୱାରକାପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଏମବିଏ ଛାତ୍ରୀଙ୍କ ହତ୍ୟା ମାମଲାରେ, ପୋଲିସ ଅଭିଯୁକ୍ତ ପ୍ରେମିକ ପୀୟୁଷକୁ ମୁମ୍ବାଇରୁ ଗିରଫ କରିଛି ।…

ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଭାରତରେ ଦୃଶ୍ୟମାନ…

ଭୁବନେଶ୍ୱର,୧୭ା୨ (ସୁଚିସ୍ମିତା ସାହୁ): ବର୍ଷର ପ୍ରଥମ ବଳୟ ସୂର୍ଯ୍ୟୋପରାଗ ମଙ୍ଗଳବାର ସଙ୍ଗଠିତ ହେବ । ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ, ଦକ୍ଷିଣ ଆମେରିକାର ଦକ୍ଷିଣ ପାର୍ଶ୍ୱ, ପ୍ରଶାନ୍ତ ମହାସାଗର,…

ପାକିସ୍ତାନକୁ ଧୂଳି ଚଟାଇ ସ୍ବଦେଶ ଫେରିଲେ ମେନ ଇନ ବ୍ଲୁ, ଜାଣନ୍ତୁ ପରବର୍ତ୍ତି ମ୍ୟାଚ କାହା ସହ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୭।୨: ଗତ ରବିବାର (୧୫ ଫେବୃଆରୀ) କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରିଥିଲା। ପରଦିନ, ସୋମବାର…

Delhi Accident: ରିଲ ନିଶାରେ ଦୌଡାଇଲେ ସ୍କର୍ପିଓ, ଚାଲିଗଲା ବାଇକ ଚାଳକଙ୍କ ଜୀବନ, ନ୍ୟାୟ ପାଇଁ ଗୁହାରି କରୁଛନ୍ତି ମାଆ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ଦ୍ୱାରକା ଦକ୍ଷିଣ ପୋଲିସ ଷ୍ଟେଶନ ଅଞ୍ଚଳରେ ଫେବୃଆରୀ ୩,୨୦୨୬ ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା, ଯାହା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ…

ଧରିତ୍ରୀର ପ୍ରଭାବ, ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ତତ୍ପରତା         

ଦିଗପହଣ୍ଡି,୧୭ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଏସ୍‌ସିବିରେ ଡ୍ୟୁଟି ସମୟରେ ଶୋଉଛନ୍ତି କର୍ମଚାରୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କଟକ,୧୭।୨ (ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି । ରୋଗୀଙ୍କୁ ସୁବିଧା ଯୋଗାଇବା ପାଇଁ ବ୍ୟାଟେରି ଗାଡି ରହିଛି । ହେଲେ…

ଦାରିଙ୍ଗବାଡିରେ ମହମ୍ମଦ ମୋକିମ, ନୂଆ ଦଳ ଗଠନ ପୂର୍ବରୁ ସହଯୋଗ ଲୋଡିଲେ

ଦାରିଙ୍ଗବାଡି,୧୭।୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ସୋମବାଇ କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏତେ ଲୋକ ପ୍ରିୟ ଯେ ତାଙ୍କୁ ଭେଟିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri