ଦେବଗଡ,୪।୧୨( ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଟାଇଁସିରା ଯୌତୁକନାଳରେ ନିଖୋଜ ଯୁବକଙ୍କ ମୃତଦେହ ଠାବ ହୋଇଥିବା ବେଳେ ହତ୍ୟା ସନ୍ଦେହ ବୋଲି କୁହାଯାଉଛି। ମୃତଦେହଟି ପାଣିରେ ବୁଡି ରହିଛି। ମୃତକ ହେଲେ ରାଜକିଶୋର ମହାକୁଳ। ପଥର ବାନ୍ଧି ନାଳରେ ମୃତଦେହ ଫିଙ୍ଗାଯାଇଥିବା ଅନୁମାନ କରାଯାଉଛି। ହତ୍ୟା ସନ୍ଦେହରେ ଜଣଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ। ଅଟକ ଯୁବକଙ୍କୁ ପୋଲିସ ଆଣିବାକୁ ଚେଷ୍ଟା କରିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଗ୍ରାମବାସୀପୋଲିସ ଗାଡିକୁ ଘେରାଉ କରିଛନ୍ତି । ସାଇଣ୍ଟିଫିକ ଟିମ ଆସିଲେ ନାଳରୁ ମୃତଦେହ ଉଦ୍ଧାର ହେବ ଜଣାପଡିଛି।


