ନିଖୋଜ ମହିଳାଙ୍କ ସନ୍ଧାନ ମିଳୁନି

ରୂପସା, ୨୧।୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ଆଙ୍କୋ ଗ୍ରାମର ମହିଳା ଅନ୍ନପୂର୍ଣ୍ଣା ନାୟକ (୭୩) ଗତ ୭ତାରିଖରୁ ନିଖୋଜ ଅଛନ୍ତି। ବହୁ ଖୋଜାଖୋଜି ପରେ ନିରାଶ ହୋଇ ଗତ ୧୨ ତାରିଖରେ ତାଙ୍କ ପୁଅ ଗୋପାଳ ଚନ୍ଦ୍ର ନାୟକ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଭାବେ ଜଣାଇଥିଲେ। ହେଲେ ୧୫ ଦିନ ବିତିଯାଇଥିଲେ ହେଁ ଏଯାବତ୍‌ ନିଖୋଜ ମହିଳାଙ୍କ ସନ୍ଧାନ ମିଳିନାହିଁ। ପୂର୍ବରୁ ମଧ୍ୟ ସେ ତିନି ଚାରି ଥର ଏଭଳି ନିଖୋଜ ହୋଇଯାଇଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ପୋଲିସ ପକ୍ଷରୁ ପଦକ୍ଷେପ ନିଆଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।