ମିଳୁନି ସ୍ଲଟ୍‌, ଡାଏଲିସିସ୍‌ ପାଇଁ କିଡ୍‌ନୀ ରୋଗୀ ହଇରାଣ

ରାୟଗଡ଼ା,୧୭।୯ (ଭାଗ୍ୟଶ୍ରୀ ମିଶ୍ର )ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲାର ବିଭିନ୍ନ ବ୍ଲକ୍‌ରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ଲୋକେ ଡାଏଲିସିସ୍‌ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାବେଳେ ଏଠାରେ ଉଚିତ ସ୍ବାସ୍ଥ୍ୟସେବା ନ ପାଇ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ମେଡିକାଲରେ ରୋଗୀଙ୍କ ସଂଖ୍ୟା ଅଧିକ ରହୁଥିବାବେଳେ ମେଶିନ୍‌ କମ୍‌ ଥିବାରୁ ଗୁରୁତର ରୋଗୀଙ୍କୁ ଡାଏଲିସିସ୍‌ ପାଇଁ ୫ରୁ ୬ଦିନ ଲେଖାଏଁ ଅପେକ୍ଷା କରିବାକୁ ପଡ଼ୁଛି। ଫଳରେ ଅନେକ ଗୁରୁତର ରୋଗୀ ବାଧ୍ୟ ହୋଇ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ଭୁବନେଶ୍ୱର, କଟକ ଯାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବା ଅଭିଯୋଗ ହେଉଛି।

ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ଡାଏଲିସିସ୍‌ ସେବା ଯୋଗାଇଦେବାକୁ ୨ ଜୁଲାଇ ୨୦୧୮ରେ ଡାଏଲିସିସ୍‌ ସେଣ୍ଟର ଆରମ୍ଭ କରାଯାଇଛି । ରାହି କେୟାର ନାମକ ଏକ ବେସରକାରୀ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯାଇଛି। ଉକ୍ତ ସେଣ୍ଟରରେ ଆବଶ୍ୟକ ଅନୁଯାୟୀ ମେଶିନ ନ ଥିବାରୁ ୩ଟି ଶିଫ୍ଟରେ ଦୈନିକ ପ୍ରାୟ ୧୫ ଜଣ ରୋଗୀଙ୍କ ଡାଏଲିସିସ୍‌ କରାଯାଉଛି। ତେବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାଗଣାରେ ଡାଏଲିସିସ୍‌ କରାଯାଉଥିବାରୁ ଜିଲାର ବିଭିନ୍ନ ବ୍ଲକ୍‌ରୁ ରୋଗୀ ଏଠାକୁ ଆସିଥାନ୍ତି। ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନଙ୍କୁ ସ୍ଲଟ୍‌ ପାଇଁ ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ପ୍ରତିଦିନ ୧୫ ରୋଗୀଙ୍କ ଡାଏଲିସିସ୍‌ କରାଯାଉଥିବାବେଳେ ୧୨ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି। ଗୁରୁତର ରୋଗୀଙ୍କୁ ସ୍ଲଟ୍‌ ନାହିଁ ବୋଲି କହି ଫେରାଇ ଦିଆଯାଉଥିବାରୁ ସେମାନେ ମୃତ୍ୟୁମୁଖରେ ପଡ଼ୁଥିବା ମଧ୍ୟ ଅଭିଯୋଗ ହେଉଛି।

ସେଣ୍ଟରରେ ଡାଏଲିସିସ୍‌ ମେଶିନ କମ୍‌ ଥିବାବେଳେ ରୋଗୀ ଅଧିକ ହେଉଥିବାରୁ ସେବା ଯୋଗାଇପାରୁ ନ ଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ସେହିପରି ଜଣେ ରୋଗୀଙ୍କୁ ଡାକ୍ତର ବାରମ୍ବାର ଡାଏଲିସିସ୍‌ ପାଇଁ ମଧ୍ୟ କହିଥାନ୍ତି। ଏଭଳି ପରିସ୍ଥିତିରେ ନୂତନ ରୋଗୀଙ୍କୁ ସ୍ଲଟ୍‌ ଦେବୁ ନା ପୁରୁଣା ରୋଗୀଙ୍କୁ ବାରମ୍ବାର ଡାଏଲିସିସ୍‌ କରିବେ ତାକୁ ନେଇ ବିଭଗୀୟ କର୍ତ୍ତୃପକ୍ଷ ଦ୍ୱନ୍ଦ୍ୱରେ ରହୁଛନ୍ତି । ଏଭଳି ସ୍ଥିତିରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକତା ପଡୁଥିବା ଆଉ ୩ଟି ଡାଏଲିସିସ୍‌ ମେଶିନ ତୁରନ୍ତ ଯୋଗାଇଦେବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଗତ ୩ ମାସ ମଧ୍ୟରେ ୧୦୪ ରୋଗୀ ଡାଏଲିସିସ୍‌ ସେବା ପାଇଛନ୍ତି । ୧୪ ରୁ ୭୨ ବୟସ ପର୍ଯ୍ୟନ୍ତ କିଡ୍‌ନୀ ରୋଗୀ ହେମୋ ଡାଏଲିସିସ୍‌ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଛନ୍ତ l ବର୍ତ୍ତମାନ ହେମୋ ଡାଏଲିସିସ୍‌ ସେଣ୍ଟରରେ ୬ଟି (୧ ପଜିଟିଭ ୫ଟା ନେଗେଟିଭ) ମେଶିନ ରହିଥିବା ଜଣାପଡିଛି । ରାୟଗଡା କସ୍ତୁରୀନଗର ନିବାସୀ କେ.କେ. ଜେନା ମଧୁମେହ ରୋଗରେ ପୀଡିତ ହୋଇ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଡାକ୍ତର ତାଙ୍କୁ ନିୟମିତ ବ୍ୟବଧାନରେ ଡାଏଲିସିସ୍‌ ପାଇଁ କହିଥିବାବେଳେ କେବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ଲଟ୍‌ ମିଳୁଛି ପୁଣି କେବେ ମିଳୁନାହିଁ। ଏଠାରେ ମାଗଣା ସୁବିଧା ପାଇଁ ଅନେକ ଦିନ ଅପେକ୍ଷ ପରେ ସ୍ଲଟ୍‌ ନ ମିଳିବାରୁ ବାଧ୍ୟ ହୋଇ ଧାରକରଜ କରି ଭୁବନେଶ୍ୱର ଯାଇ ଡାଏଲିସିସ୍‌ କରୁଛନ୍ତି ବୋଲି ସେ କହିଛନ୍ତି। ଭୁବନେଶ୍ୱର ଯାଇ ଥରେ ଡାଏଲିସିସ୍‌ କରିବାକୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଡାକ୍ତରଖାନାରେ ସ୍ଥାୟୀ କିଡ୍‌ନୀ ବିଶେଷଜ୍ଞ ନ ଥିବାରୁ ଚୁକ୍ତି ଭିତ୍ତିରେ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ନେଇ ଚାଲିଛି ବିଭାଗ। ଅନେକ ସମୟରେ ମେଡିକାଲରେ ଡାକ୍ତର ଉପସ୍ଥିତ ରହୁନାହାନ୍ତି। ଫଳରେ ରେଗୁଲାର ଚେକ୍‌ଅପ୍‌ ମଧ୍ୟ ହୋଇପାରୁ ନ ଥିବା କିଡ୍‌ନୀ ରୋଗୀ ଅଭିଯୋଗ କରିଛନ୍ତି। ସେପଟେ ଏକ ବେସରକାରୀ ସଂସ୍ଥା ରାହି କେୟାରକୁ ଦାୟିତ୍ୱ ଦେଇ ଚୁପ୍‌ ବସିଛି ସ୍ବାସ୍ଥ୍ୟ ବିଭାଗ। ଏ ନେଇ ସିଡିଏମ୍‌ଓ ଲାଲମୋହନ ରାଉତରାୟଙ୍କୁ ପଚାରିବାରୁ ସେଣ୍ଟରରେ ଅଧିକ ମେଶିନ କିପରି ଲାଗିବ ସେ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ । ମେଶିନ ଲାଗିଲେ ସମସ୍ୟା ରହିବ ନାହଁ, ରୋଗୀଙ୍କୁ ଉଚିତ ସେବା ମିଳିପାରିବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri