ନିଖୋଜ ଯୁବତୀ ଭୁବନେଶ୍ୱରରୁ ଉଦ୍ଧାର

ସାରସକଣା,୨।୧୨(ଡି.ଏନ.ଏ.)   ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରୁ ନିଖୋଜ ଥିବା ଜଣେ ଯୁବତୀଙ୍କୁ ଭୁବନେଶ୍ୱରର ତମାଣ୍ଡୋସ୍ଥିତ ଏକ ହୋଟେଲରୁ ମଙ୍ଗଳବାର ରାତିରେ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଯୁବତୀଙ୍କ ପ୍ରେମିକଙ୍କୁ ଅଟକ ରଖିଛି। ଅଟକ ଯୁବକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲା ରାଜକନିକା ଅଞ୍ଚଳର ରୁଦ୍ର ପ୍ରତାପ ବିଶ୍ୱାଳ।
ସୂଚନା ଅନୁଯାୟୀ, ଗତ ୨୩ ତାରିଖ ଅପରାହ୍ନରେ ଯୁବତୀ ଜଣକ ନିଖୋଜ ହୋଇ ଯାଇଥିଲେ। ପରିବାର ବର୍ଗ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇବାରୁ ତାଙ୍କୁ କେହି ଅପହରଣ କରିନେଇଥିବା ସନ୍ଦେହ କରି ଥାନାରେ ଏତଲା ଦେଇଥିଲେ। ଯୁବତୀ ଜଣକ ଘରୁ ଗଲା ବେଳେ ୨ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଯାଇଥିବା ଏତଲାରେ ଦର୍ଶାଯାଇଥିଲା। ଏହି ନିଖୋଜ ଘଟଣାରେ ସ୍ଥାନୀୟ ଏକ କଲେଜର ଜଣେ ଛାତ୍ର ସମ୍ପୃକ୍ତ ଥିବା ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଏକ ମାମଲା(ନଂ.୨୪୫/୨୧) ରୁଜୁ କରି ସମ୍ପୃକ୍ତ ଛାତ୍ରଙ୍କୁ ଥାନାରେ ଅଟକ ରଖି ପଚରା କରୁଥିଲା। ତେବେ ମୋବାଇଲ ଟ୍ରାକିଂରୁ ଯୁବତୀ ଜଣକ ଭୁବନେଶ୍ୱରର ତମାଣ୍ଡୋ ଅଞ୍ଚଳର ଏକ ହୋଟେଲରେ ଥିବା ଜଣାପଡ଼ିବାରୁ ମଙ୍ଗଳବାର ପୋଲିସ ସେଠାରେ ଚଢ଼ାଉ କରି ସମ୍ପୃକ୍ତ ଯୁବତୀ ଓ ତାଙ୍କ ପ୍ରେମିକ ରୁଦ୍ର ପ୍ରତାପଙ୍କୁ ଠାବ କରିଥିଲା। ଅନ୍ୟପକ୍ଷରେ ନିଖୋଜ ଯୁବତୀଙ୍କ ବିବାହ ସ୍ଥାନୀୟ ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା। ଉକ୍ତ ଯୁବକ ଜଣକ ତାଙ୍କ ଭାବି ସ୍ତ୍ରୀଙ୍କୁ ଚାକିରି କରାଇବା ପାଇଁ ସମସ୍ତ ଖଚ୍ଚର୍ର୍ କରି ଭୁବନେଶ୍ୱର ସ୍ଥିତ ଏକ ଶିକ୍ଷାନୁଷ୍ଠାନରେ ନର୍ସିଂ ପାଠ ପଢ଼ାଉଥିଲେ। ପ୍ରାୟ ୩ରୁ ୪ଲକ୍ଷ ଟଙ୍କା ସେ ଯୁବତୀଙ୍କ ପାଠପଢ଼ାରେ ଖର୍ଚ୍ଚ କରି ସାରିଥିଲେ। କିଛି ଦିନ ପୂର୍ବେ ଉଭୟଙ୍କ ପରିବାର ମଧ୍ୟରେ ଆଲୋଚନା ପରେ ବିବାହ ତାରିଖ ଠିକ୍‌ ହେବା ସହ ନିର୍ବନ୍ଧ କାର୍ଯ୍ୟ ସମ୍ପାଦନ ହୋଇଥିଲା। ତେବେ ଅପହର୍ତ୍ତା ସନ୍ଦେହରେ ଜଣେ କଲେଜ ଛାତ୍ରଙ୍କୁ ପୋଲିସ ଧରି ଆଣି ଅଟକ ରଖିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….

ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ  ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି…

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

୪୦୦ଟଙ୍କା ପାଇଁ ପୁଅ ଭୁଲିଗଲା ରକ୍ତ ସମ୍ପର୍କ, ବାପାକୁ ପିଟିପିଟି ହତ୍ୟା

ମୋରଡା,୨୬।୩(ସ୍ମାରକ ମାଜୀ): ମାତ୍ର ୪୦୦ଟଙ୍କା ପାଇଁ ନିଜ ବାପାଙ୍କୁ ହତ୍ୟା କରିଲେ ପୁଅ । ଏଭଳି ଲୋମହର୍ଷକାରୀ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ମୋରଡା ଥାନା…

ଯୁବକଙ୍କ ପାଇଁ ନାକେଦମ ହେଲାଣି ପୋଲିସ-ଦମକଳ ବାହିନୀ: ଟାଓ୍ବାର ଉପରକୁ ଚଢିଯିବାରୁ…

ମୋରଡା,୨୬।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବକଙ୍କ ପାଇଁ ପୋଲିସ ଓ଼ ଦମକଳ ବାହିନୀକୁ ନାକେଦମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri