ଓଡ଼ିଶାରେ ବଢ଼ିଛି ଶିଶୁ ନିଖୋଜ

ଭୁବନେଶ୍ୱର,୩୦ା୧୧ (ସତ୍ୟଜିତ ରାଉତ): ରାଜ୍ୟରେ ଶିଶୁମାନଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି। ହେଲେ ଏଥିରେ ସେତେମାତ୍ରାରେ ସଫଳତା ମିଳୁନାହିଁ। ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ ହୋଇ ମା’ର କୋଳ ଖାଲି ହୋଇଯାଉଛି, ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଧାନସଭାରେ ଶନିବାର ଶିଶୁ ନିଖୋଜ ସଂକ୍ରାନ୍ତରେ ଆଲୋଚନା ହୋଇଯାଇଛି। ପାଟଣାର ଭାଜପା ସଦସ୍ୟ ଅଖିଳ ଚନ୍ଦ୍ର ନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ରାଜ୍ୟରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ ରିପୋର୍ଟ ପଞ୍ଜୀକୃତ ହୋଇଛି। ସେମାନଙ୍କ ମଧ୍ୟରୁ ୮,୩୬୨ ଶିଶୁଙ୍କୁ ଉଦ୍ଧାର କରାଯାଇଥିବାବେଳେ ୨,୯୭୫ ଜଣ ନିଖୋଜ ଅଛନ୍ତି। ଏସବୁ ରିପୋର୍ଟକୁ ପଞ୍ଜୀକୃତ କରାଯାଇ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌(ଡିସିପିୟୁ)କୁ ହସ୍ତାନ୍ତର କରାଯାଇଛି ବୋଲି ସେ କହିଛନ୍ତି।

ପ୍ରଭାତୀଙ୍କ ସୂଚନା ଅନୁଯାୟୀ, ୨୦୨୪ରୁ ଏପର୍ଯ୍ୟନ୍ତ ଶିଶୁ ସହାୟତା ନଂ.୧୦୯୮ରେ ଏହି ଅଭିଯୋଗଗୁଡ଼ିକ ପଞ୍ଜୀକୃତ ହୋଇଛି। ଖୋର୍ଦ୍ଧା ଜିଲାରେ ସର୍ବାଧିକ ୭୮୫ ଜଣ ନିଖୋଜ ହୋଇଥିବାବେଳେ ୫୭୬ ଜଣଙ୍କୁ ଉଦ୍ଧାର କରାଯାଇପାରିଛି। ଜିଲାଓ୍ବାରି ତଥ୍ୟ ଅନୁଯାୟୀ, ଅନୁଗୋଳରେ ୨୬୭ ଜଣ ଶିଶୁ ନିଖୋଜ ହୋଇଥିବାବେଳେ ବଲାଙ୍ଗୀରରେ ୩୯୪, ବାଲେଶ୍ୱରରେ ୬୮୩, ବରଗଡ଼ରେ ୧୨୨, ଭଦ୍ରକରେ ୪୧୨, ବୌଦ୍ଧରେ ୩୧୯, କଟକରେ ୪୫୦, ଦେବଗଡ଼ରେ ୨୮୫, ଢେଙ୍କାନାଳରେ ୨୬୫, ଗଜପତିରେ ୬୫୯, ଗଞ୍ଜାମରେ ୩୧୩, ଜଗତ୍‌ସିଂହପୁରରେ ୨୫୭, ଯାଜପୁରରେ ୩୩୦, ଝାରସୁଗୁଡ଼ାରେ ୩୮୦, କଳାହାଣ୍ଡିରେ ୧୩୨, କନ୍ଧମାଳରେ ୪୩୭, କେନ୍ଦ୍ରାପଡ଼ାରେ ୧୭୮ ଶିଶୁ ନିଖୋଜ ହୋଇଥିବା ରିପୋର୍ଟ ହୋଇଛି। ସେହିପରି କେନ୍ଦୁଝରରେ ୩୭୪, କୋରାପୁଟରେ ୫୭୬, ମାଲକାନଗିରିରେ ୩୦୫, ମୟୂରଭଞ୍ଜରେ ୩୪୩, ନବରଙ୍ଗପୁରରେ ୨୯୦, ନୟାଗଡରେ ୪୫୩, ନୂଆପଡାରେ ୩୬୦, ପୁରୀରେ ୫୯୫, ରାୟଗଡ଼ାରେ ୨୩୧, ସମ୍ବଲପୁରରେ ୨୪୧, ସୁବର୍ଣ୍ଣପୁରରେ ୬୨୦ ଓ ସୁନ୍ଦରଗଡ଼ରେ ୨୮୧ଜଣ ଶିଶୁ ନିଖୋଜ ହୋଇଛନ୍ତି।

ଅପରପକ୍ଷରେ ଅନୁଗୋଳରେ ୨୦୬ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବାବେଳେ ବଲାଙ୍ଗୀରରେ ୨୩୯, ବାଲେଶ୍ୱରରେ ୧୧୪, ବରଗଡରେ ୧୭୮, ଭଦ୍ରକରେ ୩୫୧, ବୌଦ୍ଧରେ ୪୦୭, କଟକରେ ୩୫୦, ଦେବଗଡ଼ରେ ୧୫୫, ଢେଙ୍କାନାଳରେ ୨୦୧, ଗଜପତିରେ ୭୧୫ଜଣଙ୍କୁ ଉଦ୍ଧାର କରାଯାଇଛି। ସେହିପରି ଗଞ୍ଜାମରେ ୫୧୬, ଜଗତ୍‌ସିଂହପୁରରେ ୧୩୦, ଯାଜପୁରରେ ୧୪୦, ଝାରସୁଗୁଡ଼ାରେ ୨୮୨, କଳାହାଣ୍ଡିରେ ୭୦, କନ୍ଧମାଳରେ ୧୫୦, କେନ୍ଦ୍ରାପଡ଼ାରେ ୧୨୫, କେନ୍ଦୁଝରରେ ୧୭୩, ଖୋର୍ଦ୍ଧାରେ ୫୭୬, କୋରାପୁଟରେ ୧୩୫, ମାଲକାନଗିରିରେ ୨୦୫, ମୟୂରଭଞ୍ଜରେ ୨୭୩, ନବରଙ୍ଗପୁରରେ ୨୨୯, ନୟାଗଡ଼ରେ ୨୨୨, ନୂଆପଡ଼ାରେ ୩୭୨, ପୁରୀରେ ୮୧୯, ରାୟଗଡ଼ାରେ ୮୫, ସମ୍ବଲପୁରରେ ୧୭୫, ସୁବର୍ଣ୍ଣପୁରରେ ୬୧୮ ଏବଂ ସୁନ୍ଦରଗଡ଼ଜିଲାରେ ୧୫୧ ଜଣଙ୍କୁ ଉଦ୍ଧାର କରାଯାଇଥିବା ମନ୍ତ୍ରୀ ପ୍ରଭାତୀ ଗୃହରେ ତଥ୍ୟ ରଖିଛନ୍ତି।

ଏନେଇ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋଙ୍କ କହିବା କଥା, ସରକାରଙ୍କ ନିଖୋଜ ପିଲାଙ୍କ ଉଦ୍ଧାର ନେଇ ସ୍ପଷ୍ଟ ଆଭିମୁଖ୍ୟ ସହ ନିର୍ଦ୍ଦେଶନାମା ନ ରହିଲେ ତଳସ୍ତରରେ ଥିବା ଅଫିସର କିମ୍ବା କର୍ମଚାରୀମାନେ ତାହାକୁ ଅନୁପାଳନ କରିବେ ନାହିଁ। ପ୍ରଶାସନିକସ୍ତରରେ ଥିବା ଅଧିକାରୀମାନେ ଶିଶୁ, ମହିଳା, ଦଳିତ, ଆଦିବାସୀ, ସଂଖ୍ୟାଲଘୁ ଆଦିଙ୍କ ବିରୋଧରେ ହେଉଥିବା ଅପରାଧ ଘଟଣା, ସେମାନଙ୍କ ପାଇଁ ଏକ ପ୍ରସଙ୍ଗ ହେଉନାହିଁ। ସେମାନଙ୍କ ମଧ୍ୟରେ ମାନବିକ ସମ୍ବେଦନଶୀଳତାର ଘୋର ଅଭାବ ରହିଛି। ସେହିପରି ଥାନାକୁ ନାବାଳକ ଓ ନାବାଳିକା ନିଖୋଜ ଏତଲା ନେଇ ଯାଉଥିବା ଲୋକମାନଙ୍କୁ ଥାନା ଅଧିକାରୀମାନେ ଗୁରୁତ୍ୱ ଦେଉ ନ ଥିବାରୁ ଏଭଳି ସ୍ଥିତି ଉପୁଜିଛି। ଏଯାଏ ଥାନାର ପରିବେଶ ବଦଳି ନ ଥିବା ବେଳେ ପୋଲିସ ମଧ୍ୟ ପିପୁଲ୍ସ ଫ୍ରେଣ୍ଡ୍‌ଲି ହୋଇପାରୁ ନାହିଁ ବୋଲି କାନୁନ୍‌ଗୋ କହିଛନ୍ତି।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାକୁ ନେଇ ଏମିତି କହିଦେଲେ ଅମିତ ଶାହା: ଦେଖୁଦେଖୁ…

ପାରାଦୀପ,୭।୩ (ଶରତ ରାଉତ):୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍‌କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର…

ବୃହତ୍‌ ବିଜୟ ଦିଗରେ ଆର୍‌ଏସ୍‌ପି: ୬ ମାସ ପରେ…

କାଠମାଣ୍ଡୁ,୭ା୩(ପି.ଟି.):ଗତବର୍ଷ ସେପ୍ଟେମ୍ବରରେ ନେପାଳରେ ହିଂସାତ୍ମକ ଜେନ୍‌ ଜି ଆନ୍ଦୋଳନ ଯୋଗୁ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରର ପତନ ଘଟିଥିଲା। ଏହାର ୬ ମାସ ପରେ…

ବେକରେ ଧୋତି ବାନ୍ଧି ଝୁଲିପଡ଼ିଲେ ଜେଲ ଓ୍ବାର୍ଡର

ଭୁବନେଶ୍ୱର,୭ା୩(ତ୍ରିନାଥ ମହାନ୍ତି):ଝାରପଡ଼ା ଜେଲ ପରିସର ସରକାରୀ କ୍ୱାର୍ଟର୍ସରେ ଜଣେ ଜେଲ ଓ୍ବାର୍ଡର ବେକରେ ଧୋତି ବାନ୍ଧି ଫ୍ୟାନ୍‌ରେ ଝୁଲି ଆମତ୍ହତ୍ୟା କରିଛନ୍ତି। ମୃତ ଓ୍ବାର୍ଡର ଜଣକ ହେଲେ…

ନୂତନ ପ୍ରଜାତିର ଆମ୍ଫିପୋଡ ଚିହ୍ନଟ: ପ୍ରଥମ ଥର…

ବ୍ରହ୍ମପୁର,୭ା୩(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ପ୍ରଜାତିର ଉଭୟଚର ପ୍ରାଣୀ ଛୋଟ ଚିଙ୍ଗୁଡ଼ି ଆମ୍ଫିପୋଡ ଚିହ୍ନଟ ହୋଇଛି। ଗତ ଅକ୍ଟୋବରରେ ବିଶ୍ୱବିଦ୍ୟାଳୟ…

ଗ୍ରାହକଙ୍କୁ ବଡ଼ ଝଟକା: ଯୁଦ୍ଧ ଯୋଗୁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସାରା ଦେଶରେ ପଡୁଛି। ଇରାନ ହେର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି, ଯାହା ଫଳରେ ଆମଦାନୀ…

ବୁମରାଙ୍କ ବ୍ରହ୍ମାସ୍ତ୍ର ଆଗରେ ସବୁ ଫେଲ୍‌! କେଉଁ ସ୍ପେଶାଲ୍ ପ୍ଲାନରେ ବ୍ୟାଟରଙ୍କୁ ନାକେଦମ୍ କରୁଛନ୍ତି ଏହି ୟର୍କର କିଙ୍ଗ?

ନୂଆଦିଲ୍ଲୀ,୬।୩: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍‌ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ…

ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ଲାଗି ପ୍ରସ୍ତୁତି ବଳି ପକାଇଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ପୁରୁଷୋତ୍ତମପୁର,୬ା୩ (ସବିତା ମିଶ୍ର): ଚଳିତବର୍ଷ ମାର୍ଚ୍ଚ ୧୦ରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ ହେବ। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…

ନୀତିଶ ଯିବେ ଦିଲ୍ଲୀ, ବିହାର ସମ୍ଭାଳିବେ ପୁଅ; କାଲିଠାରୁ ସକ୍ରିୟ ରାଜନୀତିରେ ଏଣ୍ଟ୍ରି, ହୋଇପାରନ୍ତି Dy CM

ପାଟନା,୬।୩: ବିହାର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ରାଜନୀତି ଛାଡ଼ି ଜାତୀୟ ରାଜନୀତିକୁ ଯିବା ପ୍ରାୟତଃ ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri