ଓଡ଼ିଶାରେ ବଢ଼ିଛି ଶିଶୁ ନିଖୋଜ

ଭୁବନେଶ୍ୱର,୩୦ା୧୧ (ସତ୍ୟଜିତ ରାଉତ): ରାଜ୍ୟରେ ଶିଶୁମାନଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି। ହେଲେ ଏଥିରେ ସେତେମାତ୍ରାରେ ସଫଳତା ମିଳୁନାହିଁ। ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ ହୋଇ ମା’ର କୋଳ ଖାଲି ହୋଇଯାଉଛି, ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଧାନସଭାରେ ଶନିବାର ଶିଶୁ ନିଖୋଜ ସଂକ୍ରାନ୍ତରେ ଆଲୋଚନା ହୋଇଯାଇଛି। ପାଟଣାର ଭାଜପା ସଦସ୍ୟ ଅଖିଳ ଚନ୍ଦ୍ର ନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ରାଜ୍ୟରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ ରିପୋର୍ଟ ପଞ୍ଜୀକୃତ ହୋଇଛି। ସେମାନଙ୍କ ମଧ୍ୟରୁ ୮,୩୬୨ ଶିଶୁଙ୍କୁ ଉଦ୍ଧାର କରାଯାଇଥିବାବେଳେ ୨,୯୭୫ ଜଣ ନିଖୋଜ ଅଛନ୍ତି। ଏସବୁ ରିପୋର୍ଟକୁ ପଞ୍ଜୀକୃତ କରାଯାଇ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌(ଡିସିପିୟୁ)କୁ ହସ୍ତାନ୍ତର କରାଯାଇଛି ବୋଲି ସେ କହିଛନ୍ତି।

ପ୍ରଭାତୀଙ୍କ ସୂଚନା ଅନୁଯାୟୀ, ୨୦୨୪ରୁ ଏପର୍ଯ୍ୟନ୍ତ ଶିଶୁ ସହାୟତା ନଂ.୧୦୯୮ରେ ଏହି ଅଭିଯୋଗଗୁଡ଼ିକ ପଞ୍ଜୀକୃତ ହୋଇଛି। ଖୋର୍ଦ୍ଧା ଜିଲାରେ ସର୍ବାଧିକ ୭୮୫ ଜଣ ନିଖୋଜ ହୋଇଥିବାବେଳେ ୫୭୬ ଜଣଙ୍କୁ ଉଦ୍ଧାର କରାଯାଇପାରିଛି। ଜିଲାଓ୍ବାରି ତଥ୍ୟ ଅନୁଯାୟୀ, ଅନୁଗୋଳରେ ୨୬୭ ଜଣ ଶିଶୁ ନିଖୋଜ ହୋଇଥିବାବେଳେ ବଲାଙ୍ଗୀରରେ ୩୯୪, ବାଲେଶ୍ୱରରେ ୬୮୩, ବରଗଡ଼ରେ ୧୨୨, ଭଦ୍ରକରେ ୪୧୨, ବୌଦ୍ଧରେ ୩୧୯, କଟକରେ ୪୫୦, ଦେବଗଡ଼ରେ ୨୮୫, ଢେଙ୍କାନାଳରେ ୨୬୫, ଗଜପତିରେ ୬୫୯, ଗଞ୍ଜାମରେ ୩୧୩, ଜଗତ୍‌ସିଂହପୁରରେ ୨୫୭, ଯାଜପୁରରେ ୩୩୦, ଝାରସୁଗୁଡ଼ାରେ ୩୮୦, କଳାହାଣ୍ଡିରେ ୧୩୨, କନ୍ଧମାଳରେ ୪୩୭, କେନ୍ଦ୍ରାପଡ଼ାରେ ୧୭୮ ଶିଶୁ ନିଖୋଜ ହୋଇଥିବା ରିପୋର୍ଟ ହୋଇଛି। ସେହିପରି କେନ୍ଦୁଝରରେ ୩୭୪, କୋରାପୁଟରେ ୫୭୬, ମାଲକାନଗିରିରେ ୩୦୫, ମୟୂରଭଞ୍ଜରେ ୩୪୩, ନବରଙ୍ଗପୁରରେ ୨୯୦, ନୟାଗଡରେ ୪୫୩, ନୂଆପଡାରେ ୩୬୦, ପୁରୀରେ ୫୯୫, ରାୟଗଡ଼ାରେ ୨୩୧, ସମ୍ବଲପୁରରେ ୨୪୧, ସୁବର୍ଣ୍ଣପୁରରେ ୬୨୦ ଓ ସୁନ୍ଦରଗଡ଼ରେ ୨୮୧ଜଣ ଶିଶୁ ନିଖୋଜ ହୋଇଛନ୍ତି।

ଅପରପକ୍ଷରେ ଅନୁଗୋଳରେ ୨୦୬ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବାବେଳେ ବଲାଙ୍ଗୀରରେ ୨୩୯, ବାଲେଶ୍ୱରରେ ୧୧୪, ବରଗଡରେ ୧୭୮, ଭଦ୍ରକରେ ୩୫୧, ବୌଦ୍ଧରେ ୪୦୭, କଟକରେ ୩୫୦, ଦେବଗଡ଼ରେ ୧୫୫, ଢେଙ୍କାନାଳରେ ୨୦୧, ଗଜପତିରେ ୭୧୫ଜଣଙ୍କୁ ଉଦ୍ଧାର କରାଯାଇଛି। ସେହିପରି ଗଞ୍ଜାମରେ ୫୧୬, ଜଗତ୍‌ସିଂହପୁରରେ ୧୩୦, ଯାଜପୁରରେ ୧୪୦, ଝାରସୁଗୁଡ଼ାରେ ୨୮୨, କଳାହାଣ୍ଡିରେ ୭୦, କନ୍ଧମାଳରେ ୧୫୦, କେନ୍ଦ୍ରାପଡ଼ାରେ ୧୨୫, କେନ୍ଦୁଝରରେ ୧୭୩, ଖୋର୍ଦ୍ଧାରେ ୫୭୬, କୋରାପୁଟରେ ୧୩୫, ମାଲକାନଗିରିରେ ୨୦୫, ମୟୂରଭଞ୍ଜରେ ୨୭୩, ନବରଙ୍ଗପୁରରେ ୨୨୯, ନୟାଗଡ଼ରେ ୨୨୨, ନୂଆପଡ଼ାରେ ୩୭୨, ପୁରୀରେ ୮୧୯, ରାୟଗଡ଼ାରେ ୮୫, ସମ୍ବଲପୁରରେ ୧୭୫, ସୁବର୍ଣ୍ଣପୁରରେ ୬୧୮ ଏବଂ ସୁନ୍ଦରଗଡ଼ଜିଲାରେ ୧୫୧ ଜଣଙ୍କୁ ଉଦ୍ଧାର କରାଯାଇଥିବା ମନ୍ତ୍ରୀ ପ୍ରଭାତୀ ଗୃହରେ ତଥ୍ୟ ରଖିଛନ୍ତି।

ଏନେଇ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋଙ୍କ କହିବା କଥା, ସରକାରଙ୍କ ନିଖୋଜ ପିଲାଙ୍କ ଉଦ୍ଧାର ନେଇ ସ୍ପଷ୍ଟ ଆଭିମୁଖ୍ୟ ସହ ନିର୍ଦ୍ଦେଶନାମା ନ ରହିଲେ ତଳସ୍ତରରେ ଥିବା ଅଫିସର କିମ୍ବା କର୍ମଚାରୀମାନେ ତାହାକୁ ଅନୁପାଳନ କରିବେ ନାହିଁ। ପ୍ରଶାସନିକସ୍ତରରେ ଥିବା ଅଧିକାରୀମାନେ ଶିଶୁ, ମହିଳା, ଦଳିତ, ଆଦିବାସୀ, ସଂଖ୍ୟାଲଘୁ ଆଦିଙ୍କ ବିରୋଧରେ ହେଉଥିବା ଅପରାଧ ଘଟଣା, ସେମାନଙ୍କ ପାଇଁ ଏକ ପ୍ରସଙ୍ଗ ହେଉନାହିଁ। ସେମାନଙ୍କ ମଧ୍ୟରେ ମାନବିକ ସମ୍ବେଦନଶୀଳତାର ଘୋର ଅଭାବ ରହିଛି। ସେହିପରି ଥାନାକୁ ନାବାଳକ ଓ ନାବାଳିକା ନିଖୋଜ ଏତଲା ନେଇ ଯାଉଥିବା ଲୋକମାନଙ୍କୁ ଥାନା ଅଧିକାରୀମାନେ ଗୁରୁତ୍ୱ ଦେଉ ନ ଥିବାରୁ ଏଭଳି ସ୍ଥିତି ଉପୁଜିଛି। ଏଯାଏ ଥାନାର ପରିବେଶ ବଦଳି ନ ଥିବା ବେଳେ ପୋଲିସ ମଧ୍ୟ ପିପୁଲ୍ସ ଫ୍ରେଣ୍ଡ୍‌ଲି ହୋଇପାରୁ ନାହିଁ ବୋଲି କାନୁନ୍‌ଗୋ କହିଛନ୍ତି।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ପୀୟୂଷଙ୍କୁ ନେଇ ଆସିଲା ବଡ଼ ଖବର, ଯାତ୍ରା ମଞ୍ଚ ଚଢ଼ିବା ଉପରେ କୋର୍ଟ ନେଲେ ଏହି ନିଷ୍ପତ୍ତି

ଭୁବନେଶ୍ୱର,୨୦।୧: ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅନୁମତି। ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା ପୀୟୂଷଙ୍କ ଓକିଲ କହିଛନ୍ତି। ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri