ନିଖୋଜ ଶିଶୁ

ଆମ ଦେଶରେ ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଅନେକ ଆଇନକାନୁନ ପ୍ରଣୟନ ହୋଇଛି। ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ପାଇଁ ମଧ୍ୟ ବିଭିନ୍ନ ଯୋଜନା କରାଯାଇଛି। ଏହା ସତ୍ତ୍ୱେ ଶିଶୁ ତା’ର ପ୍ରକୃତ ଅଧିକାର ପାଇବାରେ ବଞ୍ଚିିତ ହେଉଛି। ଅନେକ ଶିଶୁ ଏବେ ବି ଶିକ୍ଷାର ସ୍ବାଦ ପାଇବାରୁ ବଞ୍ଚିତ ହେଉଥିବାବେଳେ ପୁଷ୍ଟିକର ଖାଦ୍ୟ, ଉତ୍ତମ ସ୍ବାସ୍ଥ୍ୟ ସେବା ପାଇପାରୁ ନାହାନ୍ତି। ବିଭିନ୍ନ ସମସ୍ୟା ଭିତରେ ଥାଇ ବଞ୍ଚିବା ପାଇଁ ପ୍ରୟାସ କରୁକରୁ ଅନେକ ଶିଶୁ ପଥଭ୍ରଷ୍ଟ ହୋଇ ବିପଥଗାମୀ ହେଉଛନ୍ତି। ଶୈଶବ ଅବସ୍ଥାରେ ପାରିବାରିକ ବୋଝ ମାନସିକ ଅବସ୍ଥାକୁ ଦୋହଲାଇ ଦେଇଥାଏ। ଯାହାଫଳରେ ସେ ନୀତି ନୈତିକତା, ଭଲ ମନ୍ଦ ବିଚାର କରିବା ଅପେକ୍ଷା ନିଜ ଜୀବନକୁ ବଞ୍ଚାଇବା ଓ ପରିବାରକୁ ବଞ୍ଚାଇବା କଥାକୁ ପ୍ରାଥମିକତା ଦେଉଛି। ଅପରିପକ୍ୱ ବୟସରେ ଆତ୍ମସମ୍ମାନ ଓ ଆତ୍ମମର୍ଯ୍ୟାଦା ପ୍ରତି ବିଶେଷ ଧ୍ୟାନ ଦେବା ଅପେକ୍ଷା ସେ ଲଢେଇକରି ବଞ୍ଚିବା ପାଇଁ ସଚେତନ ହେଉଛି। ଏହି ପରିସ୍ଥିତି ଦେଇ ଗତି କରୁକରୁ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ହଜାର ହଜାର ଶିଶୁ ସହରର ଗଳିକନ୍ଦିରେ ବା ଅନ୍ୟ କେଉଁ ଭିଡ଼ ଭିତରେ ହଜି ଯାଉଛନ୍ତି। ଏହି ନିଖୋଜ ଶିଶୁମାନଙ୍କ ମଧ୍ୟରୁ କିଛି ଉଦ୍ଧାର ହୋଇ ଘରକୁ ଫେରୁଛନ୍ତି, ଆଉ କିଛିଙ୍କ ପତ୍ତା ମିଳୁନାହଁି। ସେହି ନିରୁଦ୍ଦିଷ୍ଟ ଶିଶୁଗଣ କେତେବେଳେ ଶିଶୁଶ୍ରମିକ ପାଲଟିଯାଉଛନ୍ତି ତ କେତେବେଳେ ଭିକ୍ଷାଥାଳ ଧରି ରାଜରାସ୍ତାରେ ଜୀବନକୁ ନଷ୍ଟ କରିବାପାଇଁ ବାଧ୍ୟ ହେଉଛନ୍ତିି। ଆଉ କିଛି ନିରୁଦ୍ଦିଷ୍ଟ ପଥଭ୍ରଷ୍ଟ ହୋଇ ପର ମୁହୂର୍ତ୍ତରେ ସମାଜର ଏକ କଳଙ୍କିତ ଓ ଆତଙ୍କ ସୃଷ୍ଟି କରୁଥିବା ଚରିତ୍ର ହୋଇ ଉଭା ହେଉଛନ୍ତି। ସେମାନେ ସମାଜ ଓ ରାଷ୍ଟ୍ର ପାଇଁ ବୋଝ ହେଉଛନ୍ତି। ଅନନ୍ତ ସମ୍ଭାବନାର ପ୍ରତୀକ ବୋଲି ଆମେ କହୁଥିବା ଶିଶୁଟି ଅନନ୍ତ ବିନାଶର କାରକ ସାଜୁଛି। ଆମ ଅବହେଳାର ଶିକାର ହେଉଥିବା ଏହି ନିଖୋଜ ଶିଶୁମାନଙ୍କ ସଂଖ୍ୟା ସମାଜରେ ଦିନକୁ ଦିନ ବଢିବଢି ଚାଲିଛି। ଆଜି ସମଗ୍ର ବିଶ୍ୱରେ ହେଉ କି ଆମ ଦେଶରେ ତଥା ଆମ ରାଜ୍ୟ ଓଡ଼ିଶାରେ ହେଉ ନିଖୋଜ ଶିଶୁର ପରିସଂଖ୍ୟାନ ଆମକୁ ଯେତିକି ଚକିତ କରୁଛି ସେତିକି ଚିନ୍ତାଗ୍ରସ୍ତ ମଧ୍ୟ କରୁଛି। ଅଠର ବର୍ଷରୁ କମ୍‌ ଏହି ନିରୁଦ୍ଦିଷ୍ଟ ଶିଶୁଗଣଙ୍କ ମଧ୍ୟରୁ ଅନେକ ନାବାଳିକା ଅଛନ୍ତି। ଏହି ନାବାଳିକା ତା’ର ପରିପକ୍ୱତା ଆସିବା ପୂର୍ବରୁ ସହରର କେଉଁ ଅନ୍ଧକାର ଗଳି ଭିତରେ ନିଜ ପେଟର କ୍ଷୁଧା ମେଣ୍ଟାଇବା ପାଇଁ ବାଧ୍ୟ ହେଉଛି। ଏଭଳି ସଙ୍ଗିନ ଜୀବନ ଜିଉଁଥିବା ଶିଶୁମାନଙ୍କ ସଂଖ୍ୟା କମ୍‌ ନୁହେଁ। ବିଗତ ଦିନର କିଛି ତଥ୍ୟ ଉପସ୍ଥାପନ କଲେ ନିଖୋଜ ହେଉଥିବା ଶିଶୁମାନଙ୍କ ସମ୍ପର୍କରେ ଅନେକ ଭୟଙ୍କର କଥା ଆମେ ଜାଣିପାରିବା। ସରକାରଙ୍କ ଗୃହ ବିଭାଗର ତଥ୍ୟ ମୁତାବକ ଭାରତରେ ୨୦୧୮ମସିହାରେ ୬୭,୧୩୪ ଜଣ ଶିଶୁ ନିଖୋଜ ହୋଇଥିଲେ। ଏହା ପୂର୍ବରୁ ନିଖୋଜ ଶିଶୁ ସଂଖ୍ୟା ଥିଲେ ୪୮,୫୨୨। ମୋଟ ୧,୧୫,୬୫୬ ନିଖୋଜ ଶିଶୁଙ୍କ ମଧ୍ୟରୁ ମାତ୍ର ୭୧,୧୭୬ଜଣ ଶିଶୁ ସେହି ବର୍ଷ ଉଦ୍ଧାର ହୋଇଥିଲେ। ୨୦୧୯ ମସିହାରେ ୭୩ହଜାର ୮ ଶହ ୮୫ଜଣ ଶିଶୁ ନିଖୋଜ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬୯ ହଜାର ୫ଶହ ୭୪ ଜଣ ଉଦ୍ଧାର ହୋଇଥିଲେ। ୨୦୨୦ମସିହାରେ ୫୯ହଜାର ୨ଶହ ୬୨ଜଣ ଶିଶୁ ନିଖୋଜ ହୋଇଥିବାବେଳେ ୬୪ହଜାର ୫ଶହ ୧୩ଜଣ ଶିଶୁ ଉଦ୍ଧାର ହୋଇଛନ୍ତି। ୨୦୨୧ ମସିହାରେ ୭୭ହଜାର ୫ଶହ ୩୫ଜଣ ଶିଶୁ ନିଖୋଜ ହୋଇଥିବାବେଳେ ୭୬ହଜାର ୮ଶହ ୨୭ଜଣ ଶିଶୁ ଉଦ୍ଧାର ହୋଇଛନ୍ତି। ୨୦୨୨ମସିହାରେ ୮୩,୩୫୦ଜଣ ଶିଶୁ ନିଖୋଜ ହୋଇଥିବାବେଳେ ୮୦,୫୬୧ ଶିଶୁ ଉଦ୍ଧାର ହୋଇଥିଲେ। ୨୦୨୨ମସିହା ଶେଷ ସୁଦ୍ଧା ମୋଟ ୪୭,୩୧୩ଜଣ ଶିଶୁଙ୍କ ପତ୍ତା ମିଳି ନ ଥିଲା। ଏହି ନିଖୋଜ ଶିଶୁମାନଙ୍କ ମଧ୍ୟରୁ ପ୍ରାୟ ୭୧ପ୍ରତିଶତ ହେଉଛନ୍ତି ବାଳିକା । ୨୦୨୦ରୁ ୨୦୨୪ ଫେବୃଆରୀ ମାସ ମଧ୍ୟରେ ପ୍ରାୟ ତିନି ଲକ୍ଷ ଶିଶୁ ନିଖୋଜ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୩୬ହଜାର ଶିଶୁ ଉଦ୍ଧାର ହୋଇପାରିନାହାନ୍ତି। ଓଡ଼ିଶାରେ ମଧ୍ୟ ଏହି ଶିଶୁ ନିଖୋଜଙ୍କ ପରିସଂଖ୍ୟାନ ଉଦ୍‌ବେଗଜନକ ଅଟେ। ୨୦୧୮ମସିହା ସୁଦ୍ଧା ୧୧୫୬ ନିରୁଦ୍ଧିଷ୍ଟ ଶିଶୁଙ୍କ ସମେତ ଏହି ବର୍ଷ ୨୩୨୬ଜଣ ଶିଶୁ ନିଖୋଜ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୧୩୯ଜଣ ଶିଶୁ ଉଦ୍ଧାର ହୋଇଥିବାବେଳେ ମୋଟ ୨୩୫୨ଜଣ ଶିଶୁ ନିରୁଦ୍ଦିଷ୍ଟ ରହିଥିଲେ। ୨୦୧୯ରେ ୩୧୫୧ଜଣ ନିଖୋଜ ହୋଇଥିଲେ ଓ ୧୪୯୦ଜଣ ଶିଶୁ ଉଦ୍ଧାର ହୋଇଥିଲେ। ୨୦୨୦ରେ ୨୮୯୯ଜଣ ନିଖୋଜ ହୋଇଥିଲେ ଓ ୩୬୪୧ଜଣ ଉଦ୍ଧାର ହୋଇଥିଲେ। ୨୦୨୧ରେ ୪୧୩୩ ଜଣ ନିଖୋଜ ହୋଇଥିଲେ ଓ ୪୫୯୬ଜଣ ଉଦ୍ଧାର ହୋଇଥିବାବେଳେ ୨୦୨୨ ମସିହାରେ ୪୭୫୭ଜଣ ଶିଶୁ ନିଖୋଜ ହୋଇଥିଲେ ଓ ୪୫୯୬ ଜଣ ଉଦ୍ଧାର ହୋଇଥିଲେ। ୨୦୨୨ମସିହା ଶେଷ ସୁଦ୍ଧା ୪୮୩୭ଜଣ ଶିଶୁ ନିରୁଦ୍ଦିଷ୍ଟ ରହିଥିଲେ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ରିପୋର୍ଟ ଅନୁସାରେ ଉକ୍ତ ବର୍ଷ ଦେଶରେ ପ୍ରତିଦିନ ୧୭୨ଜଣ ନାବାଳିକା ନିଖୋଜ ହୋଇଥିବାବେଳେ ୧୭୦ଜଣ ନାବାଳିକା ଅପହରଣ ହୋଇଥିଲେ। ପ୍ରତ୍ୟହ ୩ଜଣ ନାବାଳିକା ଚାଲାଣ ହୋଇଥିଲେ। ଏତେସଂଖ୍ୟକ ଶିଶୁ ନିଖୋଜ ହେବା ପଛରେ ଅନେକ ସ୍ପର୍ଶକାତର କାରଣ ରହିଛି। ଅନେକ ଶିଶୁ ବିଶେଷତଃ ନାବାଳିକାମାନେ ନିଜ ଅଜାଣତରେ ଅନ୍ୟତ୍ର କର୍ମସଂସ୍ଥାନ ବାହାନାରେ ନିଖୋଜ ହୋଇ ଯୈାନକର୍ମୀ ଭଳି ଘୃଣ୍ୟ କାର୍ଯ୍ୟକୁ ମଧ୍ୟ ଆଦରି ନେଇଥାନ୍ତି। ବିଶେଷକରି ଗରିବ, ଅଭାବୀ ଓ ପିତୃମାତୃ ହୀନ ସନ୍ତାନମାନେ ନିଖୋଜ ହେବାର ଅନେକ ଉଦାହରଣ ରହିଛି। ଦୁର୍ବଳ ଆଇନ ବ୍ୟବସ୍ଥା, ଉପଯୁକ୍ତ ଶିକ୍ଷାର ଅଭାବ, ବେକାରି ସମସ୍ୟା ଭଳି ଜଟିଳ ସମସ୍ୟା ହଁି ଶିଶୁ ନିଖୋଜ ହେଉଥିବାର ମୁଖ୍ୟ କାରଣ ପାଲଟିଛି। ବହି ବସ୍ତାନି ଧରି ପାଠ ପଢିବା ବୟସରେ ଅନେକ ଶିଶୁ ପରିବାରର ଭରଣପୋଷଣ କରିଥାନ୍ତି। ହସ ଖୁସି ଖେଳ କୁଦରେ ଶୈଶବକୁ ଅତିବାହିତ କରିବା ବଦଳରେ ଅଭାବ ଓ ଅନଟନ ତାକୁ ପଥଚ୍ୟୁତ କରୁଛି। ସମାଜ ତାକୁ ସ୍ନେହ ମମତା ଦେଇ ଭଲ ମଣିଷଟିଏ କରି ଗଢିତୋଳିବା ପାଇଁ ଉଦ୍ୟମ କରିବା ପରିବର୍ତ୍ତେ ତାକୁ ନିଜଘରେ ଚାକରବାକର କରି ରଖୁଛି। ରେଳଷ୍ଟେଶନ, ବସ୍‌ ଷ୍ଟାଣ୍ଡ, ମନ୍ଦିର ସାମ୍‌ନାରେ ଆଜି ଶିଶୁ ଜୀବନ ବଞ୍ଚାଇବା ପାଇଁ ଭିକ୍ଷା ବୃ୍‌ତ୍ତିକୁ ଆଦରି ନେଇଛି। ହୋଟେଲ,ବଜାର, ଶିଳ୍ପ କଳକାରଖାନାରେ ବାଳ ଶ୍ରମିକ ଭାବରେ କାମକରି ଗୁଜରାଣ ମେଣ୍ଟାଉଛି। ଦିଲ୍ଲୀ,ମୁମ୍ବାଇ, କଲିକତା ଭଳି ମହାନଗରୀରେ ଶହ ଶହ ନାବାଳିକା ଯୈାନକର୍ମୀ ଭଳି ବୃତ୍ତିକୁ ଆପଣାଇ ନେବା ପାଇଁ ବାଧ୍ୟ ହୋଇଛନ୍ତି। ଅଳ୍ପ ବୟସରେ ଏଡ୍‌ସ ଭଳି ବିଭିନ୍ନ ଦୁରାରୋଗ୍ୟର ଶିକାର ହୋଇ ଜୀବନ ହରାଉଛନ୍ତି।
ସଭା ସମିତିରେ ଏହି ଶିଶୁଙ୍କୁ ବିଭିନ୍ନ ବିଶେଷଣରେ ସମ୍ବୋଧନ କରାଯାଏ, ସେମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଅନେକ ଭାଷଣ ହୁଏ। କିନ୍ତୁ ଏହି ନିଷ୍ପାପ ଶିଶୁମାନଙ୍କ ଅନ୍ତର୍ବେଦନାକୁ ବୁଝିବା ପାଇଁ କେତେ ଲୋକଙ୍କ ଆନ୍ତରିକତା ଅଛି? ସେମାନଙ୍କୁ ରାସ୍ତାକଡ଼ରୁ ସାଉଁଟି ଆଣି ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ପାଇଁ କେତେ ଲୋକ ଆଗେଇ ଆସନ୍ତି? ସେମାନଙ୍କ ଶିକ୍ଷା ,ସ୍ବାସ୍ଥ୍ୟ ଓ ସୁରକ୍ଷା ପାଇଁ ଅନେକ ଯୋଜନା ଓ ଆଇନ ହୋଇଛି ସତ, ହେଲେ ତାହା କେତେଦୂର ସଫଳତାର ସହିତ କାର୍ଯ୍ୟକାରୀ ହେଉଛି? ଏ ସମସ୍ତ ବିଷୟ ପ୍ରତି ଆମକୁ ଦୃଷ୍ଟି ଦେବାକୁ ହେବ। ସମାଜର ତଥାକଥିତ ବୁଦ୍ଧିଜୀବୀ, ସମାଜସେବୀ, ଚିନ୍ତାନାୟକମାନେ ନିର୍ଭୀକ ଭାବରେ ଆଗେଇ ଆସି ଏହି ଶିଶୁମାନଙ୍କ ଅଧିକାର ଓ ନିରାପତ୍ତା ପାଇଁ ସ୍ବର ଶାଣିତ କଲେ ହିଁି ସେମାନଙ୍କୁ ଆମେ ଉଚିତ ନ୍ୟାୟ ପ୍ରଦାନ କରିପାରିବୁ। ନଚେତ୍‌ ହଜାର ହଜାର ଶିଶୁ ଆଶ୍ରୟ ନ ପାଇ ଏମିତି ଭାସି ଯାଉଥିବେ ଓ ଆମେ ନୀରବ ଦର୍ଶକ ସାଜିଥିବା।

ରବୀନ୍ଦ୍ରନାଥ ଯୋଷୀ
ସିନାପାଲି (ଗୋଡ଼ାଲ) ନୂଆପଡ଼ା
ମୋ: ୮୦୧୮୧୮୦୩୮୧

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଅନୁମୋଦନ ପରେ ଯୁକ୍ତ ୨ ପାଇଁ ମିଳିଲା ଅନୁମତି: ଅଞ୍ଚଳବାସୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଭଞ୍ଜନଗର,୨୧।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆଉ ଏକ ଖୁସି ଖବର ପହଞ୍ଚିଛି। କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ୧୫ ବର୍ଷ ପରେ...

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ ସମର୍ପିତ ହୋଇ କାମ କରିବାକୁ ଆହ୍ବାନ

ନୂଆପଡ଼ା,୨୧ା୧ (ମକାରୁ ବେମାଲ): ନୂଆପଡ଼ା ବିଧାନସଭା କ୍ଷେତ୍ର ବିକାଶ ସମିତି ବୈଠକ ସ୍ଥାନୀୟ ସଦ୍‌ଭାବନା ସଭା ଗୃହଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ବିଧାୟକ ଜୟ...

ବିରାଟ-ରୋହିତଙ୍କ କଟିବ ଦରମା! କିଏ କେଉଁ କାଟାଗୋରୀରେ ରହିବେ? ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ନେଇ BCCIର ବଡ଼ ବୟାନ

ନୂଆଦିଲ୍ଲୀ,୨୧।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପୁରୁଷ କ୍ରିକେଟ ପାଇଁ କେନ୍ଦ୍ରୀୟ ଚୁକ୍ତିନାମା ତାଲିକାକୁ ସୁଗମ କରିବାକୁ ପ୍ରସ୍ତୁତ ହେଉଛି। ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମାକୁ...

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ଚାଲିଗଲା ଜୀବନ, ଏହି କାରଣରୁ…

ବଲାଙ୍ଗୀର,୨୧।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ। ତୁଳସୀନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା...

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ଭାରତ ଉପରେ ଲାଗିବ ନାହିଁ ୫୦୦% ଟାରିଫ୍‌, ଟାର୍ଗେଟ୍‌ରେ ଏବେ ଏହି ଦେଶ, ବଡ଼ ଖୁଲାସା କଲେ…

ଓ୍ବାଶିଂଟନ୍‌,୨୧।୧: ଆମେରିକାର ଟ୍ରେଜେରୀ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ରୁଷୀୟ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ୫୦୦% ଟାରିଫ୍‌ ଲାଗୁ କରିବା ପାଇଁ ରାଷ୍ଟ୍ରପତି...

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri