ୟୁକ୍ରେନ୍‌ରେ କ୍ଷେପଣାସ୍ତ୍ର ବର୍ଷା

କିଭ୍‌,୩୦ା୧୨: ୟୁକ୍ରେନ୍‌ ଉପରେ ରୁଷିଆ ୨୨ ମାସ ହେଲା ଆକ୍ରମଣ ଜାରି ରଖିଥିବାବେଳେ ଶୁକ୍ରବାର ଆକାଶମାର୍ଗରୁ ସର୍ବବୃହତ୍‌ ଆକ୍ରମଣ କରିଛି। ୟୁକ୍ରେନ୍‌କୁ ଟାର୍ଗେଟ କରି ରୁଷିଆ ୧୨୨ଟି କ୍ଷେପଣାସ୍ତ୍ର ମାଡ଼ କରିବା ସହ ୩୬ଟି ଡ୍ରୋନ୍‌ ଆକ୍ରମଣ କରିଛି। ଏହି ଆକ୍ରମଣରେ ୧୩ ଜଣ ନାଗରିକ ନିହତ ହୋଇଛନ୍ତି। ତେବେ ୟୁକ୍ରେନ୍‌ ବାୟୁସେନା ୮୭ଟି କ୍ଷେପଣାସ୍ତ୍ର ଏବଂ ୨୭ଟି ଡ୍ରୋନ୍‌କୁ ପିଛା କରିଥିଲା ବୋଲି ଏହାର ସେନା ମୁଖ୍ୟ ଭାଲେରି ଜାଲୁଝ୍‌ନି କହିଛନ୍ତି।
୨୦୨୨ ଫେବୃୟାରୀରୁ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଥିବାବେଳେ ଗୋଟିଏ ଦିନରେ ଏତେ ସଂଖ୍ୟାରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ମାଡ଼ କରି ନ ଥିଲା। ଏହା ପୂର୍ବରୁ ଗତବର୍ଷ ନଭେମ୍ବରରେ ଗୋଟିଏ ଦିନରେ ୟୁକ୍ରେନ୍‌ ଉପରେ ରୁଷିଆ ସର୍ବାଧିକ ୯୬ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଚଳିତ ବର୍ଷ ମାର୍ଚ୍ଚ ୯ରେ ରୁଷିଆ ୟୁକ୍ରେନ୍‌କୁ ଟାର୍ଗେଟକରି ସର୍ବାଧିକ ୮୧ କ୍ଷେପଣାସ୍ତ୍ର ଛାଡ଼ିଥିଲା। ଗ୍ରୀଷ୍ମଋତୁରେ ୟୁକ୍ରେନ୍‌ ରୁଷିଆ ଆକ୍ରମଣର ଠିକଣା ଜବାବ ଦେଉଥିଲା। ଶୀତଦିନ ଯୋଗୁ ଆକ୍ରମଣ କିଛିଟା ଥମିଥିଲା। ୧,୦୦୦ କିଲୋମିଟର ବ୍ୟାପୀ ସୀମାରେ ଫ୍ରଣ୍ଟଲାଇନ ଆକ୍ରମଣ ବନ୍ଦ ରହିଥିଲା। ଶୁକ୍ରବାରର ଆକ୍ରମଣ ପରେ ୟୁକ୍ରେନ୍‌ କର୍ତ୍ତୃପକ୍ଷ ପାଶ୍ଚାତ୍ୟ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଅଧିକ ଏୟାର ଡିଫେନ୍ସ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଆକାଶମାର୍ଗ ଆକ୍ରମଣରୁ ସୁରକ୍ଷା ପାଇଁ ଅଧିକ ଏୟାର ଡିଫେନ୍ସ ସିଷ୍ଟମ ଜରୁରୀ ହୋଇପଡ଼ିଛି। ପ୍ରାୟ ୧୮ ଘଣ୍ଟାର ଆକ୍ରମଣରେ ବହୁ ଘରଦ୍ୱାର ଧ୍ୱଂସହୋଇଥିବାରୁ ଏହା ତଳେ ଅନେକ ଲୋକ ପୋତିହୋଇ ରହିଥିବାବେଳେ ଅନେକ ଆହତ ହୋଇଛନ୍ତି। ୟୁକ୍ରେନ୍‌ର ଏକ ମାଟର୍ନିଟି ହସ୍ପିଟାଲ ସମେତ କେତେକ ଆପାର୍ଟମେଣ୍ଟ ଏବଂ ସ୍କୁୂଲ୍‌ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି। ରୁଷିଆ ସୈନ୍ୟମାନେ ବାଲିଷ୍ଟିକ୍‌, କ୍ରୁଜ୍‌ ମିଶାଇଲ୍‌ ସମେତ ଅନେକ ପ୍ରକାର ଅସ୍ତ୍ର ବ୍ୟବହାର କରିଥିଲେ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ଶୁକ୍ରବାର ରୁଷିଆ ପାଖାପାଖି ସବୁ ପ୍ରକାର ଅସ୍ତ୍ର ଆକ୍ରମଣରେ ବ୍ୟବହାର କରିଥିବା ଜେଲେନସ୍କି ସୋସିଆଲ ମିଡିଆ ଏକ୍ସ’ରେ ଲେଖିଛନ୍ତି। କେବଳ ବୁଡ଼ାଜାହାଜରୁ ନିକ୍ଷେପ ହେଉଥିବା କାଲିବର ମିଶାଇଲ୍‌ ବ୍ୟତୀତ ରୁଷିଆ ଆକ୍ରମଣରେ ସମସ୍ତ ଅସ୍ତ୍ର ବ୍ୟବହାର କରିସାରିଲାଣି ବୋଲି ୟୁକ୍ରେନ୍‌ ବାୟୁସେନା ମୁଖପାତ୍ର ୟୁରି ଇହ୍‌ନାଟ କହିଛନ୍ତି। ଗୁରୁବାରଠାରୁ ଆରମ୍ଭ ହୋଇଥିବା ଆକ୍ରମଣ ୟୁକ୍ରେନ୍‌ର ୬ଟି ସହରରେ ରାତି ତମାମ ଲାଗି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ଆମେରିକା-ଇରାନ ଡିଲ୍‌ରେ ଏହି ଦେଶ ସାମିଲ, ଜାଣିଲେ ହୋଇଯିବେ ତାଜୁବ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦର ମଧ୍ୟସ୍ଥତା ପାଇଁ ପ୍ରୟାସ ଜୋର ଧରିଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri