ୟୁକ୍ରେନ୍‌ରେ କ୍ଷେପଣାସ୍ତ୍ର ବର୍ଷା

କିଭ୍‌,୩୦ା୧୨: ୟୁକ୍ରେନ୍‌ ଉପରେ ରୁଷିଆ ୨୨ ମାସ ହେଲା ଆକ୍ରମଣ ଜାରି ରଖିଥିବାବେଳେ ଶୁକ୍ରବାର ଆକାଶମାର୍ଗରୁ ସର୍ବବୃହତ୍‌ ଆକ୍ରମଣ କରିଛି। ୟୁକ୍ରେନ୍‌କୁ ଟାର୍ଗେଟ କରି ରୁଷିଆ ୧୨୨ଟି କ୍ଷେପଣାସ୍ତ୍ର ମାଡ଼ କରିବା ସହ ୩୬ଟି ଡ୍ରୋନ୍‌ ଆକ୍ରମଣ କରିଛି। ଏହି ଆକ୍ରମଣରେ ୧୩ ଜଣ ନାଗରିକ ନିହତ ହୋଇଛନ୍ତି। ତେବେ ୟୁକ୍ରେନ୍‌ ବାୟୁସେନା ୮୭ଟି କ୍ଷେପଣାସ୍ତ୍ର ଏବଂ ୨୭ଟି ଡ୍ରୋନ୍‌କୁ ପିଛା କରିଥିଲା ବୋଲି ଏହାର ସେନା ମୁଖ୍ୟ ଭାଲେରି ଜାଲୁଝ୍‌ନି କହିଛନ୍ତି।
୨୦୨୨ ଫେବୃୟାରୀରୁ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଥିବାବେଳେ ଗୋଟିଏ ଦିନରେ ଏତେ ସଂଖ୍ୟାରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ମାଡ଼ କରି ନ ଥିଲା। ଏହା ପୂର୍ବରୁ ଗତବର୍ଷ ନଭେମ୍ବରରେ ଗୋଟିଏ ଦିନରେ ୟୁକ୍ରେନ୍‌ ଉପରେ ରୁଷିଆ ସର୍ବାଧିକ ୯୬ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଚଳିତ ବର୍ଷ ମାର୍ଚ୍ଚ ୯ରେ ରୁଷିଆ ୟୁକ୍ରେନ୍‌କୁ ଟାର୍ଗେଟକରି ସର୍ବାଧିକ ୮୧ କ୍ଷେପଣାସ୍ତ୍ର ଛାଡ଼ିଥିଲା। ଗ୍ରୀଷ୍ମଋତୁରେ ୟୁକ୍ରେନ୍‌ ରୁଷିଆ ଆକ୍ରମଣର ଠିକଣା ଜବାବ ଦେଉଥିଲା। ଶୀତଦିନ ଯୋଗୁ ଆକ୍ରମଣ କିଛିଟା ଥମିଥିଲା। ୧,୦୦୦ କିଲୋମିଟର ବ୍ୟାପୀ ସୀମାରେ ଫ୍ରଣ୍ଟଲାଇନ ଆକ୍ରମଣ ବନ୍ଦ ରହିଥିଲା। ଶୁକ୍ରବାରର ଆକ୍ରମଣ ପରେ ୟୁକ୍ରେନ୍‌ କର୍ତ୍ତୃପକ୍ଷ ପାଶ୍ଚାତ୍ୟ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଅଧିକ ଏୟାର ଡିଫେନ୍ସ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଆକାଶମାର୍ଗ ଆକ୍ରମଣରୁ ସୁରକ୍ଷା ପାଇଁ ଅଧିକ ଏୟାର ଡିଫେନ୍ସ ସିଷ୍ଟମ ଜରୁରୀ ହୋଇପଡ଼ିଛି। ପ୍ରାୟ ୧୮ ଘଣ୍ଟାର ଆକ୍ରମଣରେ ବହୁ ଘରଦ୍ୱାର ଧ୍ୱଂସହୋଇଥିବାରୁ ଏହା ତଳେ ଅନେକ ଲୋକ ପୋତିହୋଇ ରହିଥିବାବେଳେ ଅନେକ ଆହତ ହୋଇଛନ୍ତି। ୟୁକ୍ରେନ୍‌ର ଏକ ମାଟର୍ନିଟି ହସ୍ପିଟାଲ ସମେତ କେତେକ ଆପାର୍ଟମେଣ୍ଟ ଏବଂ ସ୍କୁୂଲ୍‌ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି। ରୁଷିଆ ସୈନ୍ୟମାନେ ବାଲିଷ୍ଟିକ୍‌, କ୍ରୁଜ୍‌ ମିଶାଇଲ୍‌ ସମେତ ଅନେକ ପ୍ରକାର ଅସ୍ତ୍ର ବ୍ୟବହାର କରିଥିଲେ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ଶୁକ୍ରବାର ରୁଷିଆ ପାଖାପାଖି ସବୁ ପ୍ରକାର ଅସ୍ତ୍ର ଆକ୍ରମଣରେ ବ୍ୟବହାର କରିଥିବା ଜେଲେନସ୍କି ସୋସିଆଲ ମିଡିଆ ଏକ୍ସ’ରେ ଲେଖିଛନ୍ତି। କେବଳ ବୁଡ଼ାଜାହାଜରୁ ନିକ୍ଷେପ ହେଉଥିବା କାଲିବର ମିଶାଇଲ୍‌ ବ୍ୟତୀତ ରୁଷିଆ ଆକ୍ରମଣରେ ସମସ୍ତ ଅସ୍ତ୍ର ବ୍ୟବହାର କରିସାରିଲାଣି ବୋଲି ୟୁକ୍ରେନ୍‌ ବାୟୁସେନା ମୁଖପାତ୍ର ୟୁରି ଇହ୍‌ନାଟ କହିଛନ୍ତି। ଗୁରୁବାରଠାରୁ ଆରମ୍ଭ ହୋଇଥିବା ଆକ୍ରମଣ ୟୁକ୍ରେନ୍‌ର ୬ଟି ସହରରେ ରାତି ତମାମ ଲାଗି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri