Posted inଜାତୀୟ

ଏନ୍‌ଆଇଏ ନାଁରେ ଅସଦାଚରଣ ମାମଲା

କୋଲକାତା,୮ା୪:୨୦୨୨ ଡିସେମ୍ବରରେ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲା ଅନ୍ତର୍ଗତ ନରୁଆବିଲ୍ଲା ଗ୍ରାମରେ ଘଟିଥିବା ବିସ୍ଫୋରଣରେ ୩ ଜଣ ପ୍ରାଣ ହରାଇଥିଲେ। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ଅଫିସରମାନେ ଏହି ମାମଲାର ତଦନ୍ତ କରିବା ପାଇଁ ଶୁକ୍ରବାର ବିଳମ୍ବିତ ରାତିରେ ଭୂପତିନଗରକୁ ଯାଇଥିବାବେଳେ ଜନାକ୍ରୋଶର ଶିକାର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଟେକାମାଡ଼ରେ ୨ ତଦନ୍ତକାରୀ ଅଧିକାରୀ ଆହତ ହୋଇଥିବାବେଳେ ସେମାନଙ୍କ କାର୍‌ର କିଛି ଅଂଶ ଭାଙ୍ଗିଯାଇଛି। ବିସ୍ଫୋରଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ବଲାଇ ଚରଣ ମୈତି ଓ ମୋନୋବ୍ରତ ଜନାଙ୍କୁ ଏନ୍‌ଆଇଏ ଗିରଫ କରିଥିବା କହିଛି। ଇତିମଧ୍ୟରେ ଜନାଙ୍କ ସ୍ତ୍ରୀ ମୋନି ଜନା ଭୂପତିନଗର ଥାନାରେ ତଦନ୍ତକାରୀ ଅଧିକାରୀମାନଙ୍କ ବିରୋଧରେ ଏତଲା ଦେଇଛନ୍ତି। ଏନ୍‌ଆଇଏ ଅଧିକାରୀମାନେ କବାଟ ଭାଙ୍ଗି ବଳପୂର୍ବକ ତାଙ୍କ ଘରେ ପ୍ରବେଶ କରି ସମ୍ପତ୍ତି ନଷ୍ଟ କରିଥିଲେ। ଏପରି କି ତାଙ୍କୁ ଅସଦାଚରଣ କରି ମର୍ଯ୍ୟାଦାହାନି କରିଥିଲେ ବୋଲି ମୋନି ଅଭିଯୋଗ କରିଛନ୍ତି। ମୋନିଙ୍କ ଏତଲା କ୍ରମେ ଏନ୍‌ଆଇଏ ଅଫିସରଙ୍କ ବିରୋଧରେ ଜିଲା ପୋଲିସ ଅସଦାଚରଣ ମାମଲା ରୁଜୁ କରିଛି। ଆଇପିସିର ଦଫା ୩୫୪ (ଅସଦାଚରଣ) ଏବଂ ୪୪୧ (ଅନଧିକାର ପ୍ରବେଶ) ବଳରେ ଏହି ମାମଲା ହୋଇଛି।
ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଲାଗିରହିଛି। ବିରୋଧୀ ନେତାମାନେ ଭୂପତିନଗର ଆକ୍ରମଣକୁ ଜାନୁଆରୀ ୫ର ସନ୍ଦେଶଖାଲିରେ ଇଡି ଅଫିସରଙ୍କ ଉପରେ ହୋଇଥିବା ଆକ୍ରମଣ ସହ ତୁଳନା କରିଛନ୍ତି। କେନ୍ଦ୍ରୀୟ ଏଜେନ୍ସି ଉପରେ ଆକ୍ରମଣ ଅର୍ଥ ଭାରତୀୟ ସମ୍ବିଧାନ ଉପରେ ଆକ୍ରମଣ। ଡ୍ୟୁଟିରେ ଥିବା ଅଫିସରଙ୍କ ବିରୋଧରେ ଅସଦାଚରଣ ମାମଲା ଲଗାଯିବା ସାମ୍ବିଧାନିକ ସଂସ୍ଥା ଭୁଶୁଡ଼ି ପଡ଼ିଥିବାର ସୂଚନା ମିଳୁଛି। ସେମାନେ ସମ୍ବିଧାନ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିବା ଭାଜପା ଏମ୍‌ପି ସମିକ୍‌ ଭଟ୍ଟାଚାର୍ଯ୍ୟ କହିଛନ୍ତି। ଅନ୍ୟପକ୍ଷରେ ଭାଜପା ଏବଂ ଏନ୍‌ଆଇଏ ମଧ୍ୟରେ ଅସାଧୁ ମେଣ୍ଟ ଚାଲିଥିବା ଟିଏମ୍‌ସି ସମାଲୋଚନା କରିଛି। ଏହି ପ୍ରସଙ୍ଗରେ ନିର୍ବାଚନ କମିଶନ ନୀରବ ରହିଥିବା ଟିଏମ୍‌ସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏକ୍ସ’ ହ୍ୟାଣ୍ଡେଲ୍‌ରେ ଲେଖିଛନ୍ତି। ଲୋକ ସଭା ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାମାନଙ୍କୁ ଗିରଫ କରିବା ଲାଗି ପଶ୍ଚିମ ବର୍ଦ୍ଧମାନ ଜିଲାର ବରିଷ୍ଠ ଭାଜପା ନେତା ଏନ୍‌ଆଇଏ ଏସ୍‌ପିଙ୍କୁ ଗତ ମାସ
୨୬ ତାରିଖରେ ସାକ୍ଷାତ କରି ଏକ ତାଲିକା ଦେଇଥିଲେ ବୋଲି ଟିଏମ୍‌ସି ନେତା କୁନାଲ ଘୋଷ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଥିଲେ। ସାହସ ଥିଲେ ଭାଜପା ନେତାମାନେ ପ୍ରମାଣ ସହ ଏହି ଅଭିଯୋଗର ଖଣ୍ଡନ କରିବାକୁ କୁନାଲ ଆହ୍ବାନ ଦେଇଛନ୍ତି। ନଚେତ୍‌ ଆମେ ଭାଜପା ନେତାଙ୍କ କଲ୍‌ ରେକର୍ଡ ଏବଂ ସିସିଟିଭି ଫୁଟେଜ୍‌ ସହ ୪୮ ଘଣ୍ଟା ମଧ୍ୟରେ ପ୍ରମାଣ ଉପସ୍ଥାପନ କରିବୁ ବୋଲି କୁନାଲ କହିଛନ୍ତି। ୨୦୨୨ର ଏକ ବାଣ ବିସ୍ଫୋରଣ ମାମଲାର ତଦନ୍ତ କଥା ଦେଢ଼ବର୍ଷ ପରେ ନିର୍ବାଚନର ଠିକ୍‌ ପୂର୍ବରୁ ଏନ୍‌ଆଇଏର ମନେ ପଡ଼ିଲା କିପରି ବୋଲି ଟିଏମ୍‌ସି ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ପ୍ରଶ୍ନ କରିଛନ୍ତି। କେନ୍ଦ୍ରୀୟ ଏଜେନ୍ସି ଜରିଆରେ ଟିଏମ୍‌ସି ନେତାମାନଙ୍କୁ ଗିରଫ କରିବା ଲାଗି ଭାଜପାର ଏହା ଏକ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ଏହାର ଜବାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜଲପାଇଗୁଡ଼ିରେ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, ଟିଏମ୍‌ସି ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବିରୋଧ କରୁଛି। ଏଥିଯୋଗୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜୁଛି ବୋଲି ମମତାଙ୍କୁ ସେ ଟାର୍ଗେଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri