Categories: ଖେଳ

ପଦ ଛାଡ଼ିଲେ ମିସ୍‌ବା-ଉଲ୍‌-ହକ୍‌

ଲାହୋର,୧୪।୧୦: ମିସ୍‌ବା-ଉଲ୍‌-ହକ୍‌ ପାକିସ୍ତାନ କ୍ରିକେଟ୍‌ ଦଳର ମୁଖ୍ୟ ଚୟନକର୍ତ୍ତା ପଦରୁ ଓହରି ଯାଇଛନ୍ତି। ପାକିସ୍ତାନ ଦଳର ମୁଖ୍ୟ କୋଚ୍‌ ଭାବେ ନିଜ ଦାୟିତ୍ୱ ଉପରେ ଅଧିକ ଧ୍ୟାନ ଦେବାପାଇଁ ମୁଖ୍ୟ ଚୟନକର୍ତ୍ତା ପଦ ଛାଡ଼ିବାକୁ ମିସ୍‌ବା ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ନଭେମ୍ବର ୩୦ ପର୍ଯ୍ୟନ୍ତ ସେ ମୁଖ୍ୟ ଚୟନକର୍ତ୍ତା ପଦରେ ରହିବେ ବୋଲି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)କୁ ଜଣାଇ ଦେଇଛନ୍ତି। ଲାହୋରରେ ବୁଧବାର ଅନୁଷ୍ଠିତ ଖବଦରଦାତା ସମ୍ମିଳନୀରେ ମିସ୍‌ବା ଏହି ସୂଚନା ପ୍ରଦାନ କରିଛନ୍ତି। ପାକିସ୍ତାନ ଦଳର ଏହି ପୂର୍ବତନ ଅଭିଜ୍ଞ ଖେଳାଳି କହିଛନ୍ତି, ଆଗାମୀ ଜିମ୍ବାଓ୍ବେ ବିପକ୍ଷ ସିରିଜ ଲାଗି ସେ ଦଳ ଚୟନ କରିବେ। କିନ୍ତୁ ଏହାପରେ କେବଳ ମୁଖ୍ୟ ପ୍ରଶିକ୍ଷକ ଭାବରେ ମୋର ଭୂମିକା ଉପରେ ଧ୍ୟାନ ଦେବି। ଏଠାରେ ଉଲ୍ଲେଖଯୋଗ୍ୟ, ଗତବର୍ଷ ମିସ୍‌ବା ଗତବର୍ଷ ସେପ୍ଟେମ୍ବରରୁ ପାକିସ୍ତାନ କ୍ରିକେଟ୍‌ ଦଳର ମୁଖ୍ୟ ଚୟନକର୍ତ୍ତା ଓ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ୱ ସମ୍ପାଦନ କରି ଆସୁଛନ୍ତି।

Share