କରାଚି,୧ା୯: ଇଂଲଣ୍ଡ ଟୁର୍ରେ ପ୍ରଥମ ଦୁଇ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍ରେ ଆମୂଳଚୂଳ ପରିବର୍ତ୍ତନ ଜାରି ରହିଛି। ଦଳର ୭ ଖେଳାଳିଙ୍କୁ ସ୍ବଦେଶ ପଠାଇ ଦିଆଯିବା ସହ ମୁଖ୍ୟ କୋଚ୍ ସର୍ଫରାଜ ଅହମ୍ମଦ ଓ ବୋଲିଂ କୋଚ୍ ଉମର ଗୁଲଙ୍କୁ ହଟାଇ ଦିଆଯିବା ପରେ ପୂର୍ବତନ ଅଧିନାୟକ ମିଶ୍ବା-ଉଲ-ହକ୍ ଜାତୀୟ ଚୟନ କମିଟିରୁ ଇସ୍ତଫା ଦେଇଛନ୍ତି।
ଜିଓ ନ୍ୟୁଜ୍ ମୁତାବକ, ମିଶ୍ବା ତାଙ୍କ ନିଷ୍ପତ୍ତି ସମ୍ପର୍କରେ ପିସିବିକୁ ଅବଗତ କରାଇଛନ୍ତି ଏବଂ ଆନୁଷ୍ଠାନିକ ଭାବେ ପଦ ଛାଡ଼ିବା ପୂର୍ବରୁ ସେ ନୋଟିସ ପିରିଅଡ୍ରେ ରହିବେ। ହେଲେ ପିସିବି ଏପର୍ଯ୍ୟନ୍ତ ତାଙ୍କ ଇସ୍ତଫାକୁ ଗ୍ରହଣ କରିନାହିଁ। ମିଶ୍ବାଙ୍କ ଇସ୍ତଫା ନିଷ୍ପତ୍ତିର ସମୟ ପିସିବିର ପରିବର୍ତ୍ତନରେ ଚୟନ କମିଟିର ଭୂମିକା ଉପରେ ପ୍ରଶ୍ନ ଉଠାଉଛି। କିଛି ରିପୋର୍ଟ ମୁତାବକ, ମିଶ୍ବା ଚୟନ କମିଟିର

