ବିଏଲ୍‌ଏଫ୍‌ ଆକାଉଣ୍ଟରୁ ଟଙ୍କା ଆତ୍ମସାତ୍‌ ଘଟଣାକୁ ନେଇ ତୀବ୍ର ହେଉଛି ଅସନ୍ତୋଷ

ଆନନ୍ଦପୁର,୧୭ା୫(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ବିଏଲ୍‌ଏଫ୍‌ ଆକାଉଣ୍ଟରୁ ଟଙ୍କା ଆତ୍ମସାତ୍‌ ଘଟଣାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ରାଜନୈତିକ ବ୍ୟକ୍ତିବିଶେଷଙ୍କ ବାହୁ ଛାୟା ତଳେ ରହିଥିବା ସମ୍ପାଦିକା ପୂର୍ବତନ ସଭାପତିଙ୍କ ପ୍ରରୋଚନାରେ ବିଭିନ୍ନ ଅନିୟମିତତା କାର୍ଯ୍ୟ କରିବା, ଅର୍ଥ ଆତ୍ମସାତ୍‌ କରିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ସଭାନେତ୍ରୀ ସାବିତ୍ରୀ ସା। ବିଏଲ୍‌ଏଫ୍‌ରେ ହୋଇଥିବା ଅନିୟମିତତା ପ୍ରସଙ୍ଗର ଦାବି କରି ସଭାନେତ୍ରୀ ଓ ସଦସ୍ୟ ସଞ୍ଜୁଲତା ମଲ୍ଲିକ, ମନୋଜାମଞ୍ଜରୀ ପାତ୍ର, ଉଷାରାଣୀ ସାହୁ, ସସ୍ମିତା ଜେନା, ଆରତି ମହାପାତ୍ର, ଭାଗ୍ୟଶ୍ରୀ ରାଉତ, ତିଳୋତ୍ତମା ରାଉତ, ପଦ୍ମାବତୀ ଶତପଥୀ, ପୁଷ୍ପଲତା ସ୍ବାଇଁଙ୍କ ସମତେ ଅନ୍ୟ ସଦସ୍ୟମାନେ ଆନନ୍ଦପୁର ଉପଜିଲାପାଳଙ୍କଠାରୁ ଆରମ୍ଭ କରି ଜିଲାପାଳ, ପି.ଡି.କେନ୍ଦୁଝର, ଡିପିସି ମିଶନଶକ୍ତି କେନ୍ଦୁଝର, ମିଶନ ଶକ୍ତି ସଚିବ ଭୁବନେଶ୍ୱରଙ୍କୁ ଅବଗତ କରାଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହୋଇଛି। ହାଟଡିହୀ ବିଏଲ୍‌ଏଫ୍‌ରେ ହୋଇଥିବା ଦୁର୍ନୀତି ପ୍ରସଙ୍ଗରେ ଗତ ୨୯.୩.୨୦୨୩ରେ ସଭାପତି ସାବିତ୍ରୀ ସାଙ୍କ ନେତୃତ୍ୱରେ ସଦସ୍ୟମାନେ ଆନନ୍ଦପୁର ଉପଜିଲାପାଳଙ୍କୁ ଦାବିପତ୍ର ଦେଇଥିଲେ ସୁଦ୍ଧା ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଉପଜିଲାପାଳଙ୍କୁ ସାକ୍ଷାତ କରିବା ଅବସରରେ ଆସିଥିବା ସଭାପତି ସା ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ତାଙ୍କର ଅଭିଯୋଗ ପ୍ରକାଶ କରିଛନ୍ତି। ଗତ ୧୩.୧.୨୦୨୧ରେ ଶାଢ଼ି କିଣା ବାବଦକୁ ସିଡିପିଓ ଓ ବିପିସିଙ୍କ ଅଗୋଚରରେ ସମ୍ପାଦିକାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅର୍ଥ ଉଠାଣ କରିବା, ଅଭିଯୋଗ ପରେ ବିଏଲ୍‌ଏଫ୍‌ ଆକାଉଣ୍ଟକୁ ଅର୍ଥ ଫେରସ୍ତ କରିବା ଏବଂ ଅଦ୍ୟାବଧି ସମ୍ପୂର୍ଣ୍ଣ ଫେରସ୍ତ ହୋଇ ନ ଥିବାର ଅଭିଯୋଗ ସହିତ ସେପ୍ଟେମ୍ବର ୨୦୨୨ରେ ଲୋନ୍‌ରୁ ଆଦାୟ ହୋଇଥିବା ୩୦୮୭୧ ଟଙ୍କା କିସ୍ତି ୨୦୨୩ ଜାନୁୟାରୀରେ ଜମା କରିବା, କ୍ଷମତାର ଅପବ୍ୟବହାର କରି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ନନ୍ଦପଦା ଶାଖାରେ କଳିଙ୍ଗା ଜିପିଏଲ୍‌ଏଫ୍‌ ଜମାଖାତାରେ ଟଙ୍କା ନେଣଦେଣକୁ ବନ୍ଦ ରଖିବାକୁ ଦରଖାସ୍ତ ଦେବା,ବ୍ୟାଙ୍କ ମିତ୍ର ସିଆରପି ଓ ଏମ୍‌ବିକେ ଚୟନରେ ଅନିୟମିତତା ପାଇଁ ବାଧ୍ୟ କରାଯିବା ଭଳି ବହୁ ଅନିୟମିତତା ସମ୍ପର୍କରେ ଅଭିଯୋଗ ହୋଇଥିବା ସଭାପତି ସା ପ୍ରକାଶ କରିଛନ୍ତି। ଏପରିକି ଘଟଣାର ତଦନ୍ତ କରାଯାଇ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଭ-ଇନ୍‌ରେ ରହୁଥିଲେ ମିଳିବ ବିବାହିତ ମାନ୍ୟତା, ଏଥର ଜନଗଣନାର ନୂଆ ନିୟମ ବିଷୟରେ ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୩: ଦେଶର ସର୍ବବୃହତ ପ୍ରଶାସନିକ କାର୍ଯ୍ୟ, ଜନଗଣନା, ଏବେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି। ସରକାର ୨୦୨୭ ଜନଗଣନାକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଛନ୍ତି,…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

ପାକିସ୍ତାନର ଖୋଲିଗଲା ପୋଲ୍‌: ଯୁଦ୍ଧ ନାଁରେ କରୁଛି ଏହି କାମ, ସାମ୍ନାକୁ ଆସିଲା ସାଂଘାତିକ କଥା

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷରେ ଯୁଦ୍ଧବିରାମ ପାଇଁ ପାକିସ୍ତାନ ପଦକ୍ଷେପ ନେଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି…

ଯୁଦ୍ଧ ଭିତରେ ବଡ଼ ଡିଲ୍‌ କରିଦେଲେ ମୋଦି-ପୁଟିନ୍‌, ଭାରତୀୟ ଯୁବପିଢ଼ିଙ୍କୁ ମିଳିବ ବଡ଼ ଫାଇଦା!

ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଆଉ କେବଳ ଅସ୍ତ୍ରଶସ୍ତ୍ର କିଣା ବିକ୍ରୟ ପର୍ଯ୍ୟନ୍ତ ସୀମିତ ନାହିଁ। ଦୁଇ ଦେଶ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ମିଳିତ ଭାବରେ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

ଇରାନକୁ ଭୟଙ୍କର ଧମକ ଦେଲେ ଟ୍ରମ୍ପ, ଶୁଣିକି ଥରହର ହେଲା…..

ତେହରାନ,୩୦ା୩: ଇରାନ ସହିତ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ଧମକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri