ବିଏଲ୍‌ଏଫ୍‌ ଆକାଉଣ୍ଟରୁ ଟଙ୍କା ଆତ୍ମସାତ୍‌ ଘଟଣାକୁ ନେଇ ତୀବ୍ର ହେଉଛି ଅସନ୍ତୋଷ

ଆନନ୍ଦପୁର,୧୭ା୫(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ବିଏଲ୍‌ଏଫ୍‌ ଆକାଉଣ୍ଟରୁ ଟଙ୍କା ଆତ୍ମସାତ୍‌ ଘଟଣାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ରାଜନୈତିକ ବ୍ୟକ୍ତିବିଶେଷଙ୍କ ବାହୁ ଛାୟା ତଳେ ରହିଥିବା ସମ୍ପାଦିକା ପୂର୍ବତନ ସଭାପତିଙ୍କ ପ୍ରରୋଚନାରେ ବିଭିନ୍ନ ଅନିୟମିତତା କାର୍ଯ୍ୟ କରିବା, ଅର୍ଥ ଆତ୍ମସାତ୍‌ କରିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ସଭାନେତ୍ରୀ ସାବିତ୍ରୀ ସା। ବିଏଲ୍‌ଏଫ୍‌ରେ ହୋଇଥିବା ଅନିୟମିତତା ପ୍ରସଙ୍ଗର ଦାବି କରି ସଭାନେତ୍ରୀ ଓ ସଦସ୍ୟ ସଞ୍ଜୁଲତା ମଲ୍ଲିକ, ମନୋଜାମଞ୍ଜରୀ ପାତ୍ର, ଉଷାରାଣୀ ସାହୁ, ସସ୍ମିତା ଜେନା, ଆରତି ମହାପାତ୍ର, ଭାଗ୍ୟଶ୍ରୀ ରାଉତ, ତିଳୋତ୍ତମା ରାଉତ, ପଦ୍ମାବତୀ ଶତପଥୀ, ପୁଷ୍ପଲତା ସ୍ବାଇଁଙ୍କ ସମତେ ଅନ୍ୟ ସଦସ୍ୟମାନେ ଆନନ୍ଦପୁର ଉପଜିଲାପାଳଙ୍କଠାରୁ ଆରମ୍ଭ କରି ଜିଲାପାଳ, ପି.ଡି.କେନ୍ଦୁଝର, ଡିପିସି ମିଶନଶକ୍ତି କେନ୍ଦୁଝର, ମିଶନ ଶକ୍ତି ସଚିବ ଭୁବନେଶ୍ୱରଙ୍କୁ ଅବଗତ କରାଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହୋଇଛି। ହାଟଡିହୀ ବିଏଲ୍‌ଏଫ୍‌ରେ ହୋଇଥିବା ଦୁର୍ନୀତି ପ୍ରସଙ୍ଗରେ ଗତ ୨୯.୩.୨୦୨୩ରେ ସଭାପତି ସାବିତ୍ରୀ ସାଙ୍କ ନେତୃତ୍ୱରେ ସଦସ୍ୟମାନେ ଆନନ୍ଦପୁର ଉପଜିଲାପାଳଙ୍କୁ ଦାବିପତ୍ର ଦେଇଥିଲେ ସୁଦ୍ଧା ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଉପଜିଲାପାଳଙ୍କୁ ସାକ୍ଷାତ କରିବା ଅବସରରେ ଆସିଥିବା ସଭାପତି ସା ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ତାଙ୍କର ଅଭିଯୋଗ ପ୍ରକାଶ କରିଛନ୍ତି। ଗତ ୧୩.୧.୨୦୨୧ରେ ଶାଢ଼ି କିଣା ବାବଦକୁ ସିଡିପିଓ ଓ ବିପିସିଙ୍କ ଅଗୋଚରରେ ସମ୍ପାଦିକାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅର୍ଥ ଉଠାଣ କରିବା, ଅଭିଯୋଗ ପରେ ବିଏଲ୍‌ଏଫ୍‌ ଆକାଉଣ୍ଟକୁ ଅର୍ଥ ଫେରସ୍ତ କରିବା ଏବଂ ଅଦ୍ୟାବଧି ସମ୍ପୂର୍ଣ୍ଣ ଫେରସ୍ତ ହୋଇ ନ ଥିବାର ଅଭିଯୋଗ ସହିତ ସେପ୍ଟେମ୍ବର ୨୦୨୨ରେ ଲୋନ୍‌ରୁ ଆଦାୟ ହୋଇଥିବା ୩୦୮୭୧ ଟଙ୍କା କିସ୍ତି ୨୦୨୩ ଜାନୁୟାରୀରେ ଜମା କରିବା, କ୍ଷମତାର ଅପବ୍ୟବହାର କରି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ନନ୍ଦପଦା ଶାଖାରେ କଳିଙ୍ଗା ଜିପିଏଲ୍‌ଏଫ୍‌ ଜମାଖାତାରେ ଟଙ୍କା ନେଣଦେଣକୁ ବନ୍ଦ ରଖିବାକୁ ଦରଖାସ୍ତ ଦେବା,ବ୍ୟାଙ୍କ ମିତ୍ର ସିଆରପି ଓ ଏମ୍‌ବିକେ ଚୟନରେ ଅନିୟମିତତା ପାଇଁ ବାଧ୍ୟ କରାଯିବା ଭଳି ବହୁ ଅନିୟମିତତା ସମ୍ପର୍କରେ ଅଭିଯୋଗ ହୋଇଥିବା ସଭାପତି ସା ପ୍ରକାଶ କରିଛନ୍ତି। ଏପରିକି ଘଟଣାର ତଦନ୍ତ କରାଯାଇ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri