Posted inଜାତୀୟ

ଭାରତୀୟ ସେନା ପାଇଁ ‘ସୁରକ୍ଷା କବଚ’: ହୃଦଘାତ ପୂର୍ବରୁ ସତର୍କ କରାଇବ ସ୍ବଦେଶୀ ଚିପ୍

ନୂଆଦିଲ୍ଲୀ,୨୯।୧: ଭାରତୀୟ ସେନା ପାଇଁ ଏକ ଚମତ୍କାରୀ ଚିପ୍ ବିକଶିତ କରିଛି DRDO। ଦିଲ୍ଲୀର ମିରାଣ୍ଡା ହାଉସ କଲେଜ ଏବଂ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ର ମିଳିତ ସହଯୋଗରେ ଏକ ସ୍ୱଦେଶୀ ବାୟୋଲୋଜିକାଲ ଚିପ୍ ବିକଶିତ କରାଯାଇଛି। ‘BioFET’ ନାମକ ଏହି ପୋର୍ଟେବଲ୍ ସେନ୍ସରଟି ଯୁଦ୍ଧକ୍ଷେତ୍ରରେ ମୁତୟନ ଥିବା ସୈନିକମାନଙ୍କୁ ହୃଦଘାତ ହେବା ପୂର୍ବରୁ ସତର୍କ ସୂଚନା ପ୍ରଦାନ କରିବାରେ ସକ୍ଷମ ହେବ।

ଏହି ଉପକରଣଟି ରକ୍ତ ନମୁନାରୁ ଏକାସାଙ୍ଗରେ ତିନୋଟି ଜୈବିକ ଅଣୁକୁ ଚିହ୍ନଟ କରିପାରିବ। ଗବେଷଣା ଦଳର ନେତୃତ୍ୱ ନେଉଥିବା ପ୍ରଫେସର ମୋନିକା ତୋମାରଙ୍କ ଅନୁଯାୟୀ ଏହା ରକ୍ତ ସେରମ୍‌କୁ ବିଶ୍ଳେଷଣ କରି ହୃଦଘାତ ସହ ଜଡ଼ିତ ବାୟୋମାର୍କରଗୁଡ଼ିକରେ ହେଉଥିବା ବିପଜ୍ଜନକ ପରିବର୍ତ୍ତନକୁ ଧରିପାରେ। ଗ୍ଲୁକୋମିଟର ପରି ଏହି ଚିପ୍‌ରେ ରକ୍ତ ଟିପାଏ ପକାଇଲେ ଏହା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ସୂଚନା ପ୍ରଦର୍ଶନ କରିଥାଏ। ଯଦି ବାୟୋମାର୍କରର ସ୍ତର ନିର୍ଦ୍ଧାରିତ ସୀମା ଅତିକ୍ରମ କରେ, ତେବେ ଏହା ହୃଦଘାତର ଆଶଙ୍କା ଥିବା ନେଇ ସତର୍କ କରାଇଥାଏ।

ହିମାଳୟ ପରି ଅତ୍ୟଧିକ ଶୀତଳ ଅଞ୍ଚଳରେ କାର୍ଯ୍ୟରତ ସୈନିକମାନଙ୍କ ପାଇଁ ଏହି ଟେକ୍ନୋଲୋଜି ବରଦାନ ସଦୃଶ ହେବ। ଶୂନ୍ୟରୁ କମ୍ ତାପମାତ୍ରାରେ ରକ୍ତ ବହଳିଆ ହୋଇ ହଠାତ ଜମାଟ ବାନ୍ଧିବାର ଭୟ ରହିଥାଏ, ଯାହା ଅକାଳ ହୃଦଘାତର କାରଣ ସାଜେ। ଆଗୁଆ ସୂଚନା ମିଳିଲେ ସୈନିକଙ୍କୁ ତୁରନ୍ତ ବେସ୍ କ୍ୟାମ୍ପ ବା ମିଲିଟାରୀ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇପାରିବ।

ଏହା ଓଜନରେ ହାଲୁକା ଏବଂ ପୋର୍ଟେବଲ୍ ହୋଇଥିବାରୁ ଏହାକୁ ଯୁଦ୍ଧକ୍ଷେତ୍ର ବା ଦୁର୍ଗମ ଅଞ୍ଚଳକୁ ସହଜରେ ନିଆଯାଇପାରିବ। ପ୍ରାୟ ୫ ବର୍ଷର କଠିନ ପରିଶ୍ରମ ପରେ ଏହି ପ୍ରୋଟୋଟାଇପ୍ ପ୍ରସ୍ତୁତ ହୋଇଛି। ଏହି ପ୍ରକଳ୍ପର ଅନ୍ୟ ଏକ ବିଶେଷତ୍ୱ ହେଉଛି ଏହାର ଆତ୍ମନିର୍ଭରଶୀଳତା। ଏଥିରେ ବ୍ୟବହୃତ ଯନ୍ତ୍ରପାତି ଭାରତରେ ନିର୍ମିତ ହୋଇଥିବାରୁ ଏହାର ଉତ୍ପାଦନ ଖର୍ଚ୍ଚ ପ୍ରାୟ ୫୦-୬୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି।

ବର୍ତ୍ତମାନ ଏହି ଚିପ୍‌କୁ DRDO ନିକଟରେ ପରୀକ୍ଷଣ ପାଇଁ ହସ୍ତାନ୍ତର କରାଯାଇଛି। ଯଦି ଫିଲ୍ଡ ଟ୍ରାଏଲ୍ ସଫଳ ହୁଏ, ତେବେ ଏହା ଭାରତୀୟ ସେନାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି: ଏତିକି ଟଙ୍କାକୁ ବଢିଗଲା ଲୋକଙ୍କ ମୁଣ୍ଡପିଛା ଆୟ

ଭୁବନେଶ୍ୱର,୨୯।୧: ଓଡ଼ିଶାର ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଏକ ବଡ଼ ସଫଳତା ଦେଖିବାକୁ ମିଳିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ନିଟ୍ ଘରୋଇ ଉତ୍ପାଦ ୧,୬୮,୯୬୬ ଟଙ୍କାରେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ: ଏହି କାମ ପାଇଁ ରାଜ୍ୟ ସରକାରଙ୍କୁ କଲେ ପ୍ରଶଂସା

ଭୁବନେଶ୍ୱର,୨୯।୧: ଗୁରୁବାର ଲୋକସେବା ଭାବନାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ବିଶ୍ବବ୍ୟାଙ୍କ ଅଧ୍ୟକ୍ଷ ଅଜ୍ଞ ବାଙ୍ଗା। ଓଡ଼ିଶାର ବିକାଶ ଧାରାକୁ ଆହୁରି ଗତିଶୀଳ କରିବା ଉପରେ…

ଭୁବନେଶ୍ୱରରେ ଡେଲିଭରି ବୟଙ୍କୁ ମାରି ଫିଙ୍ଗିଦେଲେ ! ବିଲ ଭିତରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୯।୧(ତ୍ରିନାଥ ମହାନ୍ତି): ମଞ୍ଚେଶର ଥାନା ଅନ୍ତର୍ଗତ ପାଣ୍ଡରା ନିକଟରେ ଥିବା ବିଲ ମଝିର ଏକ ପାଚେରୀ କଡ଼ରୁ ଜଣେ ଡେଲିଭରୀ ବଏଙ୍କ ସନ୍ଦେହ ଜନକ ମୃତଦେହ ଜବତ…

ଯୌତୁକ ପାଇଁ ଗର୍ଭବତୀ ମହିଳା କମାଣ୍ଡୋଙ୍କୁ ଡମ୍ବେଲ୍‌ରେ ପିଟି ପିଟି ହତ୍ୟା କଲେ ସ୍ୱାମୀ

ନୂଆଦିଲ୍ଲୀ,୨୯।୧: ରାଜଧାନୀ ଦିଲ୍ଲୀରୁ ଏକ ଲୋମ ଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ରେ କାର୍ଯ୍ୟରତ ୨୭ ବର୍ଷୀୟା ମହିଳା କମାଣ୍ଡୋ କାଜଲଙ୍କୁ ତାଙ୍କ…

ଭିଜିଲାନ୍ସ ଜାଲରେ ଏସସିବି ମେଡିକାଲର ସହକାରୀ ପ୍ରଫେସର: ୨.୬୩ ଲକ୍ଷ ଟଙ୍କା ଜବତ

କଟକ,୨୯।୧: ଭିଜିଲାନ୍ସ ଜାଲରେ ପଡିଲେ ଏସସିବି ମେଡିକାଲର ଡାକ୍ତର ସନାତନ ବେହେରା। ଚିକିତ୍ସା ସରଞ୍ଜାମ ଯୋଗାଉଥିବା ବିଡରଙ୍କ ଠାରୁ ଲାଞ୍ଚ ନେଇ ଧରାପଡିଲେ। ଗୁରୁବାର ଅପରାହ୍ନରେ ତାଙ୍କ…

ସୁନେତ୍ରା ହେବେ ଉପ ମୁଖ୍ୟମନ୍ତ୍ରୀ! ଅଜିତ ପାଓ୍ବାରଙ୍କ ନିଧନ ପରେ…

ମୁମ୍ବାଇ,୨୯।୧: ଦିବଂଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି କରିବାକୁ ଦାବି ହୋଇଛି। ଏନସିପି ନେତା ଏବଂ ମନ୍ତ୍ରୀ ନରହରି ଜିରୱାଲ…

‘ଡିଜିଟାଲ୍ ନିଶା’ରେ ଭାରତୀୟ ଯୁବପିଢ଼ି: ଚିନ୍ତା ପ୍ରକଟ କଲେ ସରକାର

ନୂଆଦିଲ୍ଲୀ,୨୯।୧: ଦିନକୁ ଦିନ ଭାରତୀୟ ଯୁବପିଢ଼ିଙ୍କ ଡିଜିଟାଲ ନିଶା ବଢ଼ିବାରେ ଲାଗିଛି। ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ୨୦୨୫-୨୬ ରିପୋର୍ଟରେ ଏହି ଧାରାକୁ ‘ଉଦ୍‌ବେଗଜନକ’ ବୋଲି ଦର୍ଶାଯାଇଛି।…

UGC New Rules: General, SC, ST, OBCଙ୍କ ପାଇଁ ହେଉ ଅଲଗା ଅଲଗା ହଷ୍ଟେଲ, ଶୁଣୁ ଶୁଣୁ କାହିଁକି ରାଗିଗଲେ CJI, କହିଲେ…

ନୂଆଦିଲ୍ଲୀ,୨୯।୧: ନୂତନ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ନିୟମକୁ ଗୁରୁବାର (ଜାନୁଆରୀ ୨୯, ୨୦୨୬)ରେ ଚ୍ୟାଲେଞ୍ଜ କରି ଏକ ଆବେଦନର ଶୁଣାଣି କରିବା ସମୟରେ, ବିଭିନ୍ନ ଜାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri