Posted inଜାତୀୟ

୧୦ ରାଜ୍ୟରେ ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା, ସୁପ୍ରିମ୍‌କୋର୍ଟରେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୧୦।୫ : ଦେଶର ୧୦ଟି ରାଜ୍ୟରେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେବା ପ୍ରସଙ୍ଗରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କଠାରୁ ଅଧିକ ସମୟ ମାଗିଛନ୍ତି। ସୋମବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ନୂତନ ସତ୍ୟପାଠ ଦାଖଲ କରିଛନ୍ତି ଯେ ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଏବଂ ଅନ୍ୟ ଦଳଙ୍କ ସହ ବ୍ୟାପକ ପରାମର୍ଶର ଆବଶ୍ୟକତା ରହିଛି। କାରଣ ଏହି ବିଷୟ ସମଗ୍ର ଦେଶରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ। ବିସ୍ତୃତ ଆଲୋଚନା ବିନା ନିଆଯାଇଥିବା ନିଷ୍ପତ୍ତି ଦେଶ ପାଇଁ ଅପ୍ରତ୍ୟାଶିତ ଜଟିଳତାର କାରଣ ହୋଇପାରେ।

ଏହି ପ୍ରସଙ୍ଗରେ ଏକ ପିଟିଶନର ଜବାବ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ଚାରି ସପ୍ତାହ ସମୟ ଦେଇଥିଲେ। ଏହି ଆବେଦନରେ କେନ୍ଦ୍ର ସ୍ତରରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଚିହ୍ନଟ ପାଇଁ ଏକ ଗାଇଡଲାଇନ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି। ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ଦୃଷ୍ଟିରେ ରଖି କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରଣାଳୟ ସୁପ୍ରିମକୋର୍ଟରେ ଏକ ନୂତନ ସତ୍ୟପାଠ ଦାଖଲ କରିଛନ୍ତି। ମାର୍ଚ୍ଚ ୨୫ରେ ଦାଖଲ ହୋଇଥିବା ସତ୍ୟପାଠଠାରୁ କେନ୍ଦ୍ର ସରକାରଙ୍କ ନୂତନ ଅରଭିମୁଖ୍ୟରେ କିଛି ଭିନ୍ନତା ରହିଛି। ପୂର୍ବ ସତ୍ୟପାଠରେ ହିନ୍ଦୁମାନଙ୍କୁ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ସଂଖ୍ୟାଲଘୁ ବୋଲି ଘୋଷଣା କରିବାର ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ପକାଯାଇଥିଲା।

ଯେକୌଣସି ସମୁଦାୟଙ୍କୁ ସଂଖ୍ୟାଲଘୁ ଘୋଷିତ କରିବାର ଅଧିକାର ମଧ୍ୟ ରାଜ୍ୟଗୁଡିକର ବୋଲି କେନ୍ଦ୍ର ସରକାର କହିଥିଲେ। ଏହି କାରଣରୁ କେନ୍ଦ୍ର ସରକାରଙ୍କୁ ଏକ ନୂତନ ସତ୍ୟପାଠ ଦାଖଲ କରିବାକୁ ପଡ଼ିଥିଲା। ଆବେଦନକାରୀଙ୍କ ଦ୍ୱାରା ଦିଆଯାଇଥିବା ଦାବ ଦେଶର ବୃହତ ଜନସାଧାରଣ କିମ୍ବା ଜାତୀୟ ସ୍ବାର୍ଥରେ ନାହିଁ ବୋଲି କହି ଏହାକୁ ଖାରଜ କରିବାକୁ କେନ୍ଦ୍ର ସରକାର କହିଥିଲେ। ସୁପ୍ରିମକୋର୍ଟଙ୍କ ପକ୍ଷରୁ ବାରମ୍ବାର ଜବାବ ଲୋଡ଼ିବା ପରେ କେନ୍ଦ୍ର ସରକାର ନୀରବ ରହିଥିଲେ। ଏହାପରେ ୭୫୦୦ ଟଙ୍କା ଜରିମାନା ଦେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସତ୍ୟପାଠ ଦାଖଲ କରାଯାଇଥିଲା। ମାର୍ଚ୍ଚ ୨୮ରେ ହୋଇଥିବା ଶୁଣାଣି ସମୟରେ ମଧ୍ୟ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ ଏନେଇ ଧିକ ସମୟ ମାଗିଥିଲେ।

ଏହା ପରେ ବର୍ତ୍ତମାନ କେନ୍ଦ୍ର ପକ୍ଷରୁ ଏକ ନୂତନ ସତ୍ୟପାଠ ଦାଖଲ କରାଯାଇଛି। ରିପୋର୍ଟ ଅନୁଯାୟୀ, ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ୨୦୨୦ ରେ ଦାଖଲ ହୋଇଥିବା ଆବେଦନ ଉପରେ କେନ୍ଦ୍ର ପକ୍ଷରୁ ଏହି ସତ୍ୟପାଠ ଦାଖଲ ହୋଇଛି। ନୂତନ ସତ୍ୟପାଠରେ ନ୍ୟାଶନାଲ କମିଶନ ଫର ମାଇନରିଟି (ଏନସିଏମ) ଆକ୍ଟ, ୧୯୯୨ ଏବଂ ନ୍ୟାଶନାଲ କମିଶନ ଫର ମାଇନରିଟି ଏଜୁକେଶନାଲ ଇନଷ୍ଟିଚ୍ୟୁୀନ୍ସ ଆଦି ଦୁଇଟି ଅଧିନିୟମକୁ ରକ୍ଷା କରିଛନ୍ତି। ଏହି ଅଧିନିୟମ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଜାତୀୟ ଆୟୋଗ ଅନୁଯାୟୀ ନିଜ ପସନ୍ଦର ଶିକ୍ଷାନୁଷ୍ଠାନ ଗଠନ ତଥା ପରିଚାଳନା ୬ଟି ସମ୍ପ୍ରଦାୟକୁ ସଶକ୍ତ କରିଥାଏ।

କେନ୍ଦ୍ର ସରକାର ସତ୍ୟପାଠରେ କହିଛନ୍ତି ଯେ ଏହା ନିଶ୍ଚିତ କରିବାକୁ ହେବ ଯେ ସୁପ୍ରିମକୋର୍ଟରେ ସାମାଜିକ ଏବଂ ଅନ୍ୟାନ୍ୟ ଦିଗକୁ ଦୃଷ୍ଟିରେ ରଖି ଏକ ସୁଚିନ୍ତିତ ଉପାୟ ଅବଲମ୍ବନ କରିବା ଆବଶ୍ୟକ। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ କେନ୍ଦ୍ର ସରକାର ଏହାର ରେକର୍ଡ ରଖିବାକୁ କହିଛନ୍ତି।

୨୦୧୧ଜନଗଣନା ଆଧାରରେ ଅଶ୍ୱିନୀ ଉପାଧ୍ୟାୟ କହିଛନ୍ତି ଯେ ଲକ୍ଷ୍ମାଦୀପ, ମିଜୋରାମ, ନାଗାଲାଣ୍ଡ, ମେଘାଳୟ, ଜମ୍ମୁ-କଶ୍ମୀର, ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ପଞ୍ଜାବରେ ହିନ୍ଦୁମାନେ ସଂଖ୍ୟାଲଘୁ ଅଟନ୍ତି। ଏଭଳି ପରିସ୍ଥିତିରେ, ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ହିନ୍ଦୁମାନଙ୍କୁ ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଅଳ୍ପସଂଖ୍ୟକ ମାନ୍ୟତା ଦିଆଯିବା ଉଚିତ୍‌।

ଏହାପୂର୍ବରୁ୨୦୧୭ରେ ସେ ହିନ୍ଦୁମାନଙ୍କ ପାଇଁ ସଂଖ୍ୟାଲଘୁ ମାନ୍ୟତା ଦାବି କରି ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ସେହି ସମୟରେ କେବଳ କେନ୍ଦ୍ର ସରକାର ଏଥିରୁ ସୁରକ୍ଷା ଦେଇପାରିବେ। ଏନେଇ ସଂଖ୍ୟାଲଘୁ ସମ୍ପ୍ରଦାୟର ଜାତୀୟ ଆୟୋଗକୁ ଏହି ଆବେଦନ ପଠାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri