Posted inଜାତୀୟ

ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି

ଉଦୟପୁର,୧୪।୫(ପି.ଟି.): ରାଜସ୍ଥାନର ଉଦୟପୁରଠାରେ କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିରକୁ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶୁକ୍ରବାର ଉଦ୍‌ଘାଟନ କରିବା ସହ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୋଦି ସରକାର ଦେଶରେ ବିଭେଦ ଓ ଆତଙ୍କର ବାତାବରଣ ସୃଷ୍ଟି କରିଥିବା ସେ କହିଛନ୍ତି। ଭାଜପାର ‘ସର୍ବନିମ୍ନ ସରକାର, ସର୍ବାଧିକ ଶାସନ’ର ସ୍ଲୋଗାନର ଅର୍ଥ ଦେଶକୁ ସ୍ଥାୟୀ ଧ୍ରୁବୀକରଣ ସ୍ଥିତିରେ ରଖିବା, ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିବା ଓ ବିରୋଧୀ ରାଜନେତାଙ୍କୁ ଧମକ ଦେବା ବୋଲି କଂଗ୍ରେସ ଅଧ୍ୟକ୍ଷା କହିଛନ୍ତି। ସଂଖ୍ୟାଲଘୁ ଆମ ସମାଜର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଆମ ସାଧାରଣତନ୍ତ୍ରରେ ସମାନ ନାଗରିକ ହୋଇଥିବାବେଳେ ସେମାନଙ୍କୁ ଅସୁରକ୍ଷିତ ଓ ଭୟର ବାତାବରଣ ମଧ୍ୟରେ ରହିବାକୁ ପଡ଼ୁଛି। ସେମାନଙ୍କ ପ୍ରତି ନୃଶଂସତା ବଢ଼ୁଛି। ସେମାନେ ଯେଉଁ ଘୃଣାର ନିଆଁ ଲଗାଇଛନ୍ତି, ତାହା ବହୁ ଲୋକଙ୍କ ଜୀବନ ନେଲାଣି। ଏହାର ପରିଣାମ ଭୟଙ୍କର ଓ କଳ୍ପନାତୀତ ବୋଲି କଂଗ୍ରେସ ଅଧ୍ୟକ୍ଷା କହିଛନ୍ତି।
ଚିନ୍ତନ ଶିବିର ଉଦ୍‌ଘାଟନୀ ଭାଷଣରେ ସୋନିଆ ଉପସ୍ଥିତ ୪୫୦ ପ୍ରତିନିଧିଙ୍କୁ ଖୋଲାମନରେ ଆଲୋଚନା କରିବା ସହ ସୁଦୃଢ଼ ସଂଗଠନ, ସଂକଳ୍ପ ଓ ଏକତାର ସ୍ପଷ୍ଟ ବାର୍ତ୍ତା ଦେବାକୁ ଆହ୍ବାନ ଦେଇଥିଲେ। ଦଳ ଏବେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ସେଗୁଡ଼ିକ ଉପରେ ଆଲୋଚନା ପାଇଁ ଚିନ୍ତନ ଶିବିର ଏକ ସୁଯୋଗ। ଏଥିରେ ଜାତୀୟ ପ୍ରସଙ୍ଗ ସମେତ ନିଜ ଦଳର ସଂଗଠନକୁ ନେଇ ଆତ୍ମଚିନ୍ତନ କରିବାକୁ ହେବ ବୋଲି କଂଗ୍ରେସ ନେତ୍ରୀ କହିଥିଲେ। ସାମୂହିକ ଉଦ୍ୟମ ଦ୍ୱାରା ଦଳ ପୁନର୍ଜୀବିତ ହୋଇପାରିବ। ଉକ୍ତ ଶିବିରରୁ ଏହି ଯାତ୍ରା ଆରମ୍ଭ ହେବ। ସଙ୍ଗଠନରେ ପରିବର୍ତ୍ତନ ଆଣିବାକୁ ହେବ। ଏହାକୁ କେବଳ ବଞ୍ଚାଇ ରଖିବା ନୁହେଁ ଆଗେଇ ନେବାକୁ ହେବ। ସେଥିପାଇଁ ଦଳୀୟ ନୀତିରେ ଉନ୍ନତି ଓ ପରିବର୍ତ୍ତନ ଆବଶ୍ୟକ ବୋଲି ସୋନିଆ କହିଛନ୍ତି।
୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ କ୍ଷମତାରୁ ହଟାଇବାକୁ ଲକ୍ଷ୍ୟ ରଖିଥିବା କଂଗ୍ରେସ ୩ ଦିନିଆ ନବ ସଂକଳ୍ପ ଚିନ୍ତନ ଶିବିରରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛି। ଗୋଟିଏ ପରିବାର ଗୋଟିଏ ଟିକେଟ ପ୍ରସ୍ତାବ ଉପରେ ବୈଠକରେ ନିଷ୍ପତ୍ତି ନିଆଯିବ। ସଂଗଠନରେ ଯୁବ ନେତୃତ୍ୱକୁ ପ୍ରାଧାନ୍ୟ ଦେବା ଉପରେ ଦଳ ଚିନ୍ତା କରୁଛି। ବ୍ଲକ୍‌ ସ୍ତରରୁ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ପର୍ଯ୍ୟନ୍ତ ୫୦ ପତିଶତ କାର୍ଯ୍ୟକର୍ତ୍ତାଙ୍କ ବୟସ ୫୦ ବର୍ଷରୁ କମ୍‌ ରଖାଯିବ। ଏଥିସହିତ କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ଏବଂ ଏଆଇସିସି କମିଟି ଓ ଏହାର ବିଭିନ୍ନ ଶାଖା ସଂଗଠନରେ ବ୍ୟାପକ ପରିବର୍ତ୍ତନ ହେବ। ବର୍ତ୍ତମାନ ସିଡବ୍ଲ୍ୟୁସି ସଦସ୍ୟଙ୍କ ହାରାହାରି ବୟସ ୬୮ ରହିଥିବାବେଳେ ଜଣେ ହେଲେ ସଦସ୍ୟଙ୍କ ବୟସ ୫୦ ବର୍ଷରୁ କମ୍‌ ନାହିଁ। ନିଜ ସଂଗଠନକୁ ମଜଭୁତ କରିବା ସହ ମେଣ୍ଟ ପ୍ରସଙ୍ଗରେ ଚିନ୍ତନ ଶିବିରରେ ଆଲୋଚନା ହେବ। ସମଭାବାପନ୍ନ ଦଳ ଏବଂ ଦେଶର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷାକୁ ନେଇ ଚିନ୍ତିତ ଦଳ ସହ ମେଣ୍ଟ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ଜାତୀୟତାବାଦ ଓ ଦେଶପ୍ରେମ କଂଗ୍ରେସର ନୀତି। ଭାରତୀୟ ଜାତୀୟତାବାଦ ଏବଂ ଛଦ୍ମ ଜାତୀୟତାବାଦ ମଧ୍ୟରେ ଲଢ଼େଇ ଚାଲିଛି। ଭାଜପା-ଆର୍‌ଏସ୍‌ଏସ୍‌ ଦେଶରେ ଛଦ୍ମ ଜାତୀୟତାବାଦର ପ୍ରସାର ଚଳାଇଛନ୍ତି। ଯେଉଁମାନେ କଂଗ୍ରେସର ନୀତି ଆଦର୍ଶ ସହ ଅଛନ୍ତି, ସେମାନେ ଭାରତୀୟ ଜୀବନଶୈଳୀ ଓ ଚିନ୍ତାଧାରାର ପ୍ରତିନିଧିତ୍ୱ କରୁଛନ୍ତି ବୋଲି ଖାର୍ଗେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri