ରାୟଗଡ଼ା,୨୭ା୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ଉପକଣ୍ଠସ୍ଥ ସିରିଗୁଡ଼ା ପାର୍ଶ୍ୱରେ ପ୍ରବାହିତ ଝଞ୍ଜାବତୀ ନଦୀରେ ଗାଧୋଇବା ସମୟରେ ଜଣେ ୯ ବର୍ଷର ନାବାଳକ ପାଣିରେ ଭାସି ନିଖୋଜ ହୋଇଯାଇଛନ୍ତି। ନାବାଳକ ଜଣକ ହେଲେ ସିରିଗୁଡ଼ା ଗ୍ରାମର ରୋହନ ବିଡ଼ିକା।
ଘଟଣାରୁ ପ୍ରକାଶ ଯେ, ରୋହନ ନିଜର କିଛି ସାଙ୍ଗମାନଙ୍କ ସହିତ ମିଶି ଅପରାହ୍ନରେ ନିକଟସ୍ଥ ଝଞ୍ଜାବତୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ସେଠାରେ ନଦୀରେ ଭାସି ଯାଇ ନିଖୋଜ ହୋଇଯାଇଥିବା ଜଣାପଡ଼ିଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ପାଣିରେ ପଶି ଖୋଜାଖୋଜି ଜାରି ରଖିଛନ୍ତି। ତେବେ ରୋହନ କେଉଁଭଳି ପରିସ୍ଥିତିରେ ଏପରି ଅଘଟଣର ଶିକାର ହୋଇଛନ୍ତି ତାହା ତଦନ୍ତ ପରେ ଜଣାପଡ଼ିବ।


