ସ୍କୁଲରେ ଚାଲିଥିଲା ଗଣେଶ ପୂଜା, ହଠାତ୍‌ ଟଳିପଡ଼ିଲେ ଛାତ୍ର, ଆଉ ତା’ ପରେ…

ନୀଳଗିରି,୨୭ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): ଉତ୍ସବମୁଖର ଥିଲା ସ୍କୁଲ ପରିସର। ସାଙ୍ଗସାଥୀରେ ପିଲାମାନଙ୍କ ସାଥୀରେ ଗୀତର ତାଳେତାଳେ ନାଚୁଥିଲେ ନବମଶ୍ରେଣୀରେ ଛାତ୍ର ପ୍ରିୟାଂଶୁ। ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତଳେ ପଡ଼ିଯାଇଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଦଉଡ଼ି ଆସିଥିଲେ। ମାତ୍ର ସେହିଠାରେ ଛାତ୍ରଟିର ପ୍ରାଣବାୟୁ ଉଡ଼ିଯାଇଥିଲା। ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୀଳଗିରି ବ୍ଲକ ସିଆଡ଼ିମାଳ ପଞ୍ଚାୟତ ସିଆଡିମାଳ ଗ୍ରାମରେ। ଗ୍ରାମର ଲକ୍ଷ୍ମୀନାରାୟଣ ଦାସବାବୁଙ୍କ ୧୫ବର୍ଷୀୟ ପୁଅ ପ୍ରିୟାଂଶୁ ପ୍ରୀତମ ନିକଟସ୍ଥ ଜଡ଼ିଦା ରାଧାମାଧବ ଜୀଉ ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଆଜି ଗଣେଶ ଚତୁର୍ଥୀ ଅବସରରେ ଘରୁ ଗାଧୋଇପାଧୋଇ ଗଜାନନଙ୍କ ପୂଜାରେ ସାମିଲ ହୋଇଥିଲେ। ପୂଜାସାରି ସାଙ୍ଗସାଥୀଙ୍କ ସହିତ ଖେଳୁଥିବା ବେଳେ ହଠାତ୍‌ ଗଣେଶଙ୍କ ବିଗ୍ରହ ସମ୍ମୁଖରେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ସାଙ୍ଗସାଥୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପରିବାର ଲୋକେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି। ବାପା ଲକ୍ଷ୍ମୀନାରାୟଣ ଏବଂ ମାଆ ମାଳତୀ ଦାସବାବୁଙ୍କର ଦୁଇ ପୁଅ ମଧ୍ୟରୁ ପ୍ରିୟାଂଶୁ ବଡ଼ପୁଅ ଥିଲେ। ଏଭଳି ଦୁଃଖଦ ଘଟଣା ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆରେ ବାଲୁକା କଳା ପ୍ରଦର୍ଶନ କରିବେ ଓଡ଼ିଆ ପୁଅ ଓମ୍‌ ପ୍ରକାଶ

କର୍ଲାମୁଣ୍ଡା:୩।୫(ପ୍ରଦୀପ କୁମାର ସାହୁ): ଭାରତ-ରୁଷିଆ ଦୂତବାସଙ୍କ ମିଳିତ ଆନୁକୂଲ୍ୟରେ ଚଳିତ ମାସ ୧୦ରୁ ୧୨ତାରିଖ ପର୍ଯ୍ୟନ୍ତ ରୁଷିଆର ଏଲିସ୍ଥାଠାରେ ଭାରତୀୟ ସଂସ୍କୃତି ଦିବସ (Day of Indian…

ପରିସ୍ରା ପାଇଁ ଯାଇଥିବା ବେଳେ ଯୁବତୀଙ୍କୁ କାମୁଡିଦେଲା ସାପ, ଚାଲିଗଲା ଜୀବନ

ଦିଗପହଣ୍ଡି,୩ା୫(ଅଶେଷ ନାଥ ମିଶ୍ର): ସାପ କାମୁଡାରେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ତଲାସିଙ୍ଗି…

କାଳ ବୈଶାଖୀ ତାଣ୍ଡବ: ଉଡ଼ିଗଲା ୧୬୦ ଆଜବେଷ୍ଟସ ଛପର

ନନ୍ଦପୁର ୩।୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ସଦର ମହକୁମାରେ ରବିବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ଝଡ଼ ତୋଫାନରେ ଏକ…

ଘରେ ଶୋଇଥିଲା ୨ ମାସର ଶିଶୁ, ହଠାତ୍‌ ଲାଗିଗଲା ନିଆଁ, ଆଉ ତା’ପରେ…

ଖଜୁରିପଡ଼ା, ୩ା୫(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଟିଟ୍ରାପଙ୍ଗା ପଞ୍ଚାୟତ ତିଲକପଡ଼ା ଗ୍ରାମର ଶୁଭେନ୍ଦୁ ଦିଗାଲଙ୍କ ଘରେ ନିଆଁ ଲାଗି ଆସବାପତ୍ର ପୋଡ଼ି ପାଉଁଶ ହୋଇଯାଇଛି।…

ମିକ୍ସଚର ମେସିନ୍ ଗାଡ଼ି ଓଲଟିବା ଘଟଣା, ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଞ୍ଜନଗର,୩।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର ତିଲିସିଙ୍ଗିରେ ମିକ୍ସଚର ଗାଡ଼ି ଓଲଟିବା ଘଟଣାରେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ମଦନ ସିଂ…

ଶୋଇଥିବା ବେଳେ ମହିଳାଙ୍କୁ କାମୁଡିଦେଲା ସାପ, ତାପରେ….

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ) : ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସିନ୍ଦିରାପଲ୍ଲୀ ଗ୍ରାମର ସାବିତ୍ରୀ…

ବାଲେଶ୍ବର ବଢୁଛି ଜିଞ୍ଜର କାରବାର; ମାଡି ବସିଲା ଅବକାରୀ ପୋଲିସ, ୭ଅଭିଯୁକ୍ତ ଗିରଫ

ବାଲେଶ୍ୱର,୩ା୫( ବାଞ୍ଛାନିଧି ଦେ): ଜିଞ୍ଜର ଚାଲାଣ ବେଳେ ମାଡି ବସିଲା ଅବକାରୀ ପୋଲିସ । ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ଭ୍ରାମ୍ୟମାଣ…

ପ୍ରଗତି କଲିଜିଏଟ ସ୍କୁଲର ସଫଳତା: ରଜତ ମେହେର ସ୍କୁଲ ଟପ୍ପର

ଭବାନୀପାଟଣା,୩।୫(ଉତ୍ତମ କୁମାର ଦାଶ)- ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ଭବାନୀପାଟଣା ସହର ନିକଟସ୍ଥ ପ୍ରଗତି କଲିଜିଏଟ ସ୍କୁଲ ଅପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri