ବରଯାତ୍ରୀ ନେଇ ଯାଉଥିଲା ବେଳେ ଓଲଟିଲା ମିନିଟ୍ରକ୍‌: ୨ ମୃତ, ୨୦ ଆହତ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ଗଜପତି ଜିଲା ଆର. ଉଦୟଗିରି ନିକଟ କଙ୍କଡ଼ାଗୁଡ଼ା ଛକ ନିକଟରେ ମଙ୍ଗଳବାର ମଧ୍ୟାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ମିନିଟ୍ରକ୍‌ ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକ ହେଲେ ଜନଥ ଦଳବେହେରା ଏବଂ ଗାୟତ୍ରୀ ବଡରଇତ। ଖବରପାଇ ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି। ସମସ୍ତ ଆହତଙ୍କୁ ଆର. ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଜମାଡିହ ଗାଁର ଲୋକେ ତୁମୁନ ଗାଁକୁ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିବା ବେଳେ ବାଟରେ ୪୦୭ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିଥିଲା।