ମନ୍ତ୍ରୀ ହତ୍ୟା ମାମଲା, ସମ୍ବଲପୁରରେ କ୍ରାଇମବ୍ରାଞ୍ଚ ଟିମ୍‌

ସମ୍ବଲପୁର,୩।୨(ବ୍ୟୁରୋ): ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ବୁର୍ଲା ଭୀମସାରରେ ତଦନ୍ତ ଆରମ୍ଭ କରିଛି। ୨ ଡିଏସ୍‌ପିଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ବୁର୍ଲାରେ ପହଞ୍ଚି ତନାଘନା ଚଳାଇଛି। ଗୁଳିକାଣ୍ଡ ସମୟରେ ଆହତ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି ଜୀବନ କୁମାର ନାୟକ ଭୀମସାର ଇଏନ୍‌ଟି ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଗୁଳିକାଣ୍ଡ ଦିନ ଜୀବନଙ୍କର ବେକ ପଛପଟେ ମଧ୍ୟ ଗୁଳି ବାଜିଥିଲା। ତେବେ ଜୀବନଙ୍କ ବୟାନ ରେକର୍ଡ କରାଯିବା ସହ କ୍ରାଇମବ୍ରାଞ୍ଚ ରକ୍ତଭିଜା ଶାର୍ଟ ଜବତ କରିଛି ।