ମନ୍ତ୍ରୀଙ୍କ ହତ୍ୟା ଘଟଣା: ଗୋପାଳଙ୍କ ଘରେ କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍‌

ବ୍ରହ୍ମପୁର ଅଫିସ, ୩୧।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗତ ୨୯ ତାରିଖରେ ପୋଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ଗୁଳିକରି ହତ୍ୟା କରିଥିଲେ। ମୁଖ୍ୟମନ୍ତ୍ରୀ ଉକ୍ତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହତ୍ୟାକାରୀ ପୋଲିସ ଏଏସ୍‌ଆଇଙ୍କ ଘର ଗଞ୍ଜାମ ଜିଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧୀନ ଜଳେଶ୍ବରଖଣ୍ଡିରେ। ମନ୍ତ୍ରୀଙ୍କ ହତ୍ୟା ଘଟଣା ପଛରେ ହତ୍ୟାକାରୀ ପୋଲିସ ଗୋପାଳକୃଷ୍ଣଙ୍କ ବ୍ରହ୍ମପୁରରେ ରହୁଥିବା ତାଙ୍କ ପରିବାରଙ୍କ ସହ କ’ଣ ଲିଙ୍କ୍‌ ରହିଛି କି ନାହିଁ ସେ ନେଇ ଅଧିକ ତଥ୍ୟ ହାସଲ କରିବା ପାଇଁ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ୍‌ ମଙ୍ଗଳବାର ମଧ୍ୟାହ୍ନରେ ପହଞ୍ଚିଛି।
ଡିଏସ୍‌ପି ଶିଶିର ମିଶ୍ରଙ୍କ ଅଧ୍ୟକ୍ଷତାରେ ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ଜଳେଶ୍ୱରଖଣ୍ଡିରେ ରହୁଥିବା ଗୋପାଳକୃଷ୍ଣଙ୍କ ସ୍ତ୍ରୀ ଜୟନ୍ତୀଙ୍କୁ ଭେଟି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଜୟନ୍ତୀଙ୍କ ସହ, ତାଙ୍କ ଝିଅ ଓ ପୁଅ ମଧ୍ୟ ସେଠାରେ ରହୁଛନ୍ତି। ଉକ୍ତ ଟିମ୍‌ ମନ୍ତ୍ରୀ ହତ୍ୟାକାଣ୍ଡ ଘଟଣାର ବିଭିନ୍ନ ଦିଗକୁ ଆଧାର କରି ଜୟନ୍ତୀଙ୍କୁ ପଚାରିଥିଲେ। ଏପରିକି ଜୟନ୍ତୀଙ୍କ ସ୍ବାମୀ ଘଟଣା ଦିନ କେଉଁ ସମୟରେ ତାଙ୍କୁ ଫୋନ କରିଥିଲା ଓ ସେ ତାଙ୍କ ସହ କଣ କଣ କଥାବର୍ତ୍ତା ହୋଇଥିଲେ ସେ ନେଇ ପଚରାଉଚରା ଚାଲିଥିବା ଜଣାପଡିଛି। ଘରେଥିବା ସମସ୍ତ ସଦସ୍ୟଙ୍କୁ ଠାରୁ ପୃଥକ ପୃଥକ ଭାବେ ଉକ୍ତ ଟିମ୍‌ ତଥ୍ୟ ହାସଲ କାରିଛି। ଏ ନେଇ କ୍ରାଇମବ୍ରାଞ୍ଚ ଡିିଏସ୍‌ପି ଦାସ ଖବରଦାତାଙ୍କୁ କହିଛନ୍ତି ଯେ, ମନ୍ତ୍ରୀଙ୍କ ହତ୍ୟା ଘଟଣାର ବ୍ରହ୍ମପୁର ଲିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri