ମନ୍ତ୍ରୀଙ୍କ ବଡ଼ ବୟାନ: ଅଯୋଗ୍ୟ କଟିବାରୁ ୨୧୦ କୋଟି ବଞ୍ଚିଛି

ଭୁବନେଶ୍ୱର,୩୦ା୧୧(ସୁନିତ୍‌ ମିଶ୍ର): ମୁଲତବୀ ପ୍ରସ୍ତାବରେ ବିରୋଧୀ ଆଣିଥିବା ଅଭିଯୋଗକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଖଣ୍ଡନ କରିଛନ୍ତି। ସେ ଏହାର ଜବାବରେ କହିଛନ୍ତି, ଇ-କଓ୍ବୋଇସି ସର୍ଭେ ଆଳରେ ଗତ ଜୁନ୍‌ଠାରୁ ଜଣେ ହେଲେ ଯୋଗ୍ୟ ବ୍ୟକ୍ତିଙ୍କ ରାଶନକାର୍ଡ କଟାଯାଇନାହିଁ। ଗତ ଜୁନ୍‌ରୁ ଅଦ୍ୟାବଧି ଏନ୍‌ଏଫ୍‌ଏସ୍‌(ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା) ୨୦୧୩ ଆଇନ ଅନୁଯାୟୀ ୯୯ ଲକ୍ଷ ୫୨ ହଜାର ୧୫୩ ପରିବାରର ୩ କୋଟି ୨୭ ଲକ୍ଷ ୮୭ ହଜାର ୨୬୩ ଜଣଙ୍କୁ ଚାଉଳ ବଣ୍ଟନ କରାଯାଉଛି।

ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କିଛି ନୂଆ କଥା ନୁହେଁ। ୨୦୧୫ରୁ ୨୦୨୪ ମଧ୍ୟରେ ଏହି ପ୍ରକ୍ରିୟା ଗତ ସରକାର କରିଥିଲେ। ସେଥିରେ ୧୦ ଲକ୍ଷରୁ ଅଧିକ ପରିବାରର ୩୦ ଲକ୍ଷ ହିତାଧିକାରୀଙ୍କ କାର୍ଡ କଟାଯାଇଥିଲା। କେବଳ ସେତିକି ନୁହେଁ, ଲୋକଙ୍କୁ ଅକଥନୀୟ ଅତ୍ୟାଚାର କରାଯିବା ସହ ମହିଳାଙ୍କୁ ମଧ୍ୟ ଛଡ଼ାଯାଇ ନ ଥିଲା, ଜେଲରେ ପୂରାଯାଇଥିଲା। ଏହାସହ ଲୋକଙ୍କୁ ଅର୍ଥଦଣ୍ଡ ମଧ୍ୟ ଦେଇ ଭୟର ବାତାବରଣ ସୃଷ୍ଟି କରାଯାଇଥିଲା। ୬ ଲକ୍ଷ ୯୫ ହଜାର ୫୩୦ ମୃତ ହିତାଧିକାରୀ ଚିହ୍ନଟ କରାଯାଇ ସେମାନଙ୍କ କାର୍ଡ କଟାଯାଇଛି, ଯେଉଁମାନଙ୍କୁ ଭୂତ ହିତାଧିକାରୀ କୁହାଯାଉଛି। ୭୫,୦୩୦ ସରକାରୀ ଚାକିରିଆ କାର୍ଡ ହାତେଇଥିଲେ, ସେମାନଙ୍କ କାର୍ଡ କଟାଯାଇଛି। ଇନ୍‌କମ୍‌ ଟ୍ୟାକ୍ସ ଦେଉଥିବା ୪୫ ହଜାର ୪୯୬ ଜଣଙ୍କ କାର୍ଡ କଟାଯାଇଛି। ଏହିପରି ମୋଟ୍‌ ୮ ଲକ୍ଷ ୧୬ ହଜାର ୦୫୬ ଜଣଙ୍କ ରାଶନ କାର୍ଡ କଟାଯାଇଛି। ଏହାଦ୍ୱାରା ବର୍ଷରେ ସରକାରଙ୍କ ରାଜକୋଷରେ ୨୧୦ କୋଟି ଟଙ୍କା ବଞ୍ଚିଛି ବୋଲି ମନ୍ତ୍ରୀ ପାତ୍ର କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି, ଇ-କଓ୍ବୋଇସି ଦ୍ୱାରା ବାହାର ରାଜ୍ୟରେ ମଧ୍ୟ ଲୋକଙ୍କୁ ଚାଉଳ ମିଳିପାରୁଛି। ବିରୋଧୀ ଅଭିଯୋଗ କରୁଥିଲେ ଅନ୍ୟ ରାଜ୍ୟରେ ଏ ବ୍ୟବସ୍ଥା ନାହିଁ। ହେଲେ ତାମିଲନାଡୁ, କର୍ନାଟକ ଏବଂ କେରଳରେ ଇ-କଓ୍ବୋଇସି ହେଉଛି। ପୂର୍ବ ସରକାର ସମୟରେ ପୋର୍ଟାଲ ବନ୍ଦ କରିଦିଆଯାଇଥିଲା। ଫଳରେ ହିତାଧିକାରୀ ଆବେଦନ କରିପାରୁ ନ ଥିଲେ। ହେଲେ ଭାଜପା ସରକାର ଆସିବା ପରେ ପୋର୍ଟାଲ ଖୋଲିଲା ଏବଂ ବର୍ତ୍ତମାନ ସୁଦ୍ଧା ୧୫ ଲକ୍ଷ ଲୋକ ଆବେଦନ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୩୯ ହଜାର ୮୨୭ ଜଣଙ୍କୁ ଇନ୍‌କ୍ୱାରି କରି କାର୍ଡ ଦିଆଯାଇସାରିଛି। ସହରାଞ୍ଚଳରେ ଦେଢ ଲକ୍ଷ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ଲାଗି କୁହାଯାଇଛି। ସେହିପରି ଗ୍ରାମାଞ୍ଚଳରେ ୧୩ ଲକ୍ଷ ୫୦ ହଜାର ନୂଆ ହିତାଧିକାରୀଙ୍କୁ ଯୋଡ଼ିବାକୁ କୁହାଯାଇଛି। ପୂର୍ବ ସରକାର ସମୟରେ ରାଜନୈତିକ ଉଦ୍ଦେଶ୍ୟ ରଖି ଯେଉଁମାନଙ୍କୁ ଭାଜପାର କହି କାଟିଦିଆଯାଉଥିଲା ସେମାନେ ଆଉ ଆବେଦନ କରିପାରୁ ନ ଥିଲେ। ହେଲେ ଏ ସରକାର ସେ ବ୍ୟବସ୍ଥା ବନ୍ଦ କରିଛନ୍ତି।

ବିରୋଧୀ ଅଭିଯୋଗ କରୁଥିଲେ ଯିଏ ଲୋନ୍‌ ପାଇଁ ଆବେଦନ କରୁଛନ୍ତି ସେମାନଙ୍କ କାର୍ଡ କଟାଯାଉଛି, ଏହା ସମ୍ପୂର୍ଣ୍ଣ ଭୁଲ୍‌ କଥା। ଗତ ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବରରେ ହିତାଧିକାରୀଙ୍କୁ ମାଗଣାରେ ୫ କେଜି ଲେଖା ଚାଉଳ ଦିଆଯାଇଛି। ୧୭ ମାସ ଭିତରେ ଜଣେ ହେଲେ ଚାଷୀ ଆତ୍ମହତ୍ୟା କରିନାହାନ୍ତି, ବରଂ ସେମାନେ ସୁନାଦୋକାନ ଯାଇ ଏବେ ଆର୍ଥିକ ସ୍ବଚ୍ଛଳ ହୋଇପାରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ମୁନିରଙ୍କ ହାତରେ ନ୍ୟୁକ୍ଲିଅର ବଟନ୍‌

ଇସ୍‌ଲାମାବାଦ,୬ା୧୨: ପାକିସ୍ତାନ ରାଷ୍ଟ୍ରପତି ଆସିଫ୍‌ ଅଲୀ ଜର୍ଦ୍ଦାରୀଙ୍କ ଅଫିସିଆଲ୍‌ ‘X’ ହ୍ୟାଣ୍ଡେଲରୁ ଶୁକ୍ରବାର ଏକ ପୋଷ୍ଟ କରାଯାଇଛି। ବର୍ତ୍ତମାନ ସିଓଏଏସ୍‌ ଥିବା ଫିଲ୍ଡ ମାର୍ଶଲ ଆସିମ୍‌...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ଫିକା ପଡ଼ିଲା ଖ୍ରୀଷ୍ଟମାସ ସେଲିବ୍ରେଶନ, ୧୦ ମୃତ ୧୯ ଆହତ

ପ୍ୟାରିସ,୬।୧୨: ଫ୍ରାନ୍ସର ଗୁଆଡେଲୁପର ସେଣ୍ଟ-ଆନରେ ଏକ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଗାଡ଼ି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କୁ ଚାପି...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଏହିସବୁ ଭାରତୀୟ ଖାଦ୍ୟ ଖାଇଲେ ପୁଟିନ୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ଭୋଜିରେ କଶ୍ମୀର ଅଖରୋଟ ଗୁଚ୍ଚି ଦୁନ ଚେଟିନ ଏବଂ...

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri