ମନ୍ତ୍ରୀଙ୍କ ବଡ଼ ସୂଚନା: ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ ବହି

ଭୁବନେଶ୍ୱର, ୩।୬: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନ୍ଦ ଗଣ୍ଡ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ ବହି। ୯୦% ବହି ଛପା ସାରିଲାଣି; ପିଲାଙ୍କ ପାଖରେ ପହଞ୍ଚୁଛି। ବାକି ୧୦% ବହି ଖରା ଛୁଟି ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚିବ। ପ୍ରିଣ୍ଟିଂ ସମସ୍ୟା ପାଇଁ ବହି ଛପା ବିଳମ୍ବ ହୋଇଥିବା କଥାକୁ ମନ୍ତ୍ରୀ ସ୍ବୀକାର କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ ଘୋଷଣା କରାଯାଇଛି।

Odisha’s No.1 Odia Daily

Share