ପର୍ଯ୍ୟଟନ ମନ୍ତ୍ରୀଙ୍କୁ କରୋନା, ଟୁଇଟ୍‌ କରି ଦେଲେ ସୂଚନା

ଭୁବନେଶ୍ୱର,୭ା୯(ବ୍ୟୁରୋ): ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ଆକ୍ରାନ୍ତ ହୋଇଛନ୍ତି। ମନ୍ତ୍ରୀ ନିଜେ ଟୁଇଟ୍‌ କରି ସୋମବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାର୍ଚ୍ଚ ୨୦ରୁ ନିରନ୍ତର ଭାବେ କାର୍ଯ୍ୟ କରିଆସୁଥିଲି। ଏହି ମହାମାରୀ ସମୟରେ ଲୋକମାନେ ଯେମିତି ନିଜକୁ ଏକୁଟିଆ ଅନୁଭବ ନ କରିବେ ସେମିତି କାର୍ଯ୍ୟ କରିଛି। ମୁଖ୍ୟମନ୍ତ୍ରୀଙ୍କ ଯେଉଁ ହିସାବରେ କହିଛନ୍ତି ସେହି ଅନୁସାରେ କାର୍ଯ୍ୟ କରିଛି। ଶେଷରେ ମୋତେ କରୋନା କବଳିତ କରିନେଲା। ୭ ଦିନ ମଧ୍ୟରେ ମୋ’ ସମ୍ପର୍କରେ ଯେଉଁମାନେ ଆସିଛନ୍ତି ସେମାନେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରୁହନ୍ତୁ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।