Posted inଜାତୀୟ

ପାର୍ଲାମେଣ୍ଟରେ ସୂଚନା ଦେଲେ ପ୍ରତିରକ୍ଷାମନ୍ତ୍ରୀ, କେବଳ ଗ୍ରୁପ୍‌ କ୍ୟାପଟେନ୍‌ ଜୀବିତ…

ନୂଆଦିଲ୍ଲୀ,୯।୧୨: ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣା ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ପାର୍ଲାମେଣ୍ଟରେ ସୂଚନା ଦେଇଛନ୍ତି। ଏହି ଘଟଣାରେ ସିଡିଏସ ଜେନେରାଲ ବିପିନ ରାୱତ ଏବଂ ଅନ୍ୟ ୧୧ ଅଧିକାରୀମାନେ ଶହୀଦ୍‌ ହୋଇଛନ୍ତି। ରାଓ୍ବତଙ୍କ ସ୍ତ୍ରୀ ମଧୁଲିକା ରାଓ୍ବତଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ତେବେ କେବଳ ଗ୍ରୁ୍ରୁପ୍‌ କ୍ୟାପଟେନ୍‌ ବରୁଣ ସିଂ ଜୀବିତ ରହିଛନ୍ତି। ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ପ୍ରତିରକ୍ଷାମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ଗୁରୁବାର ଲୋକ ସଭାରେ ରାଜନାଥ ସିଂ ଏନେଇ ଏଭଳି କହିଛନ୍ତି। ଏହା ସହିତ ସେ ଶହିଦ୍‌ଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଯେ, ତାମିଲନାଡୁର କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଜେନେରାଲ ରାୱତ ତାଙ୍କ ନିର୍ଦ୍ଧାରିତ ଗସ୍ତରେ ଥିଲେ।

ବୁଧବାର ପୂର୍ବାହ୍ନ ୧୧ଟା ୪୮ରେ ଏମ୍‌ଆଇ-୧୭ ହେଲିକପ୍ଟର ଉଡ଼ାଣ ଆରମ୍ଭ କରିଥିଲା। ଏୟାର ଟ୍ରାଫିକ କଣ୍ଟ୍ରୋଲ ମଧ୍ୟାହ୍ନ ପ୍ରାୟ ୧୨ଟା ୮ରେ ନିୟନ୍ତ୍ରଣ ହରାଇଥିଲା। ଏହା ଜଳି ଉଠିଥିଲା। ପରେ କିଛି ସ୍ଥାନୀୟ ଲୋକ ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟର ନିକଟରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ଥାନୀୟ ପ୍ରଶାସନର ଏକ ଉଦ୍ଧାରକାରୀ ଦଳ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ୱଲିଙ୍ଗଟନ୍‌ ମିଲିଟାରୀ ହସ୍ପିଟାଲକୁ ପଠାଇଥିବା ରାଜନାଥ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହରମୁଜରେ ୫ ଯୁଦ୍ଧ ଜାହାଜ ଓହ୍ଲାଇଲା ଭାରତ, ଆଗକୁ କିଛି ବଡ଼…

ନୂଆଦିଲ୍ଲୀ,୨୬।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଜଡିତ ବିବାଦ ମଧ୍ୟରେ, ହରମୁଜ ପ୍ରଣାଳୀ ଆଲୋଚନାର ଏକ କେନ୍ଦ୍ରୀୟ ବିଷୟ ପାଲଟିଛି। ବିଶ୍ୱର ପ୍ରାୟ 20% ରୁ…

ବେଜିଂରେ ମୁହାଁମୁହିଁ ହେବେ ଟ୍ରମ୍ପ-ଜିନପିଙ୍ଗ, ଯୁଦ୍ଧକୁ ନେଇ ହେବ ବଡ଼ ଘୋଷଣା!

ବେଜିଂ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତାଙ୍କର ଗୁରୁତ୍ୱପୂର୍ଣ୍ଣ ସାକ୍ଷାତ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି। ତାଙ୍କ ସୋସିଆଲ…

୩ଦିନ ବ୍ୟାଙ୍କ ବନ୍ଦ; ଆଉ ମିଳିବନି ପେଟ୍ରୋଲ? ଦେଶରେ ଚହଳ!

ନୂଆଦିଲ୍ଲୀ,୨୬।୩: ଶୁକ୍ରବାର, ଶନିବାର ଓ ରବିବାର ବ୍ୟାଙ୍କ ଛୁଟି। ଶୁକ୍ରବାର ରାମନବମୀ ଛୁଟି, ଶନିବାର ଲାଷ୍ଟ ସଟର ଡେ, ରବିବାର ପଡୁଛି ସାପ୍ତାହିକ ଛୁଟି। ଯୁଦ୍ଧ ମୁକାବିଲା…

ମହାଗୌରୀ ବେଶରେ ମା’ ସମଲେଇ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ଅଷ୍ଟମ ଦିବସ ଗୁରୁବାର ଦେବୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ…

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟକ୍‌: ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୨୬।୩: ଆନ୍ଧ୍ରପ୍ରଦେଶର ମାର୍କାପୁରମ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦଶ ଜଣ ପ୍ରାଣ ହରାଇଛନ୍ତି। ରାୟାବରମ ନିକଟରେ କାଠ ଖଣି ନିକଟରେ ଏକ…

ଇରାନରୁ ଖୋଲାଖୋଲି LPG କିଣିଲା ଭାରତ, ଟ୍ରମ୍ପ ଦେଖି କାବା!

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ବର୍ତ୍ତମାନ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ଯୁଦ୍ଧର ଭୟ ମଧ୍ୟରେ, ଭାରତ ଏହାର ଘରୋଇ ରନ୍ଧନ ଗ୍ୟାସ ଆବଶ୍ୟକତା ପୂରଣ କରିବା…

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

ସରିଯିବ ଧାନକିଣା ଅବଧି, ସମସ୍ୟା ଅସମାହିତ

ବରଗଡ଼,୨୬ା୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୬ ଦିନ ବାକି। ମାତ୍ର ବରଗଡ଼ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri