ଅଞ୍ଚଳର ଭିତ୍ତିଭୂମିର ବିକାଶ ସହ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ନେଇ ମନ୍ତ୍ରୀ-ବିଧାୟକଙ୍କ ସମୀକ୍ଷା

ଛତ୍ରପୁର,୧୧ା୧୧(ଦିଲ୍ଲୀପ ସାମଲ): ଉପକୂଳବର୍ତ୍ତୀ ଅଞ୍ଚଳର ଭିତ୍ତିଭୂମି ବିକାଶ ଓ ମତ୍ସ୍ୟଜୀବୀଙ୍କ ଜୀବନଜୀବିକାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ନୋଳିଆ ନୂଆଗାଁଠାରେ ଉପକୂଳବର୍ତ୍ତୀ ରାସ୍ତା ଓ ଜେଟି ନିର୍ମାଣ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରାଯାଇଛି।

ଓଡ଼ିଶା ସରକାରଙ୍କ ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ନୋଳିଆ ନୂଆଗାଁଠାରେ ପହଞ୍ଚି ମତ୍ସ୍ୟ, ପରିବହନ ସମେତ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଏହି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଓ କାର୍ଯ୍ୟାନ୍ବୟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଏହି ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ହେଲେ ଉପକୂଳବର୍ତ୍ତୀ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ମତ୍ସ୍ୟଜୀବୀମାନେ ମାଛ ଧରିବା ଓ ପରିବହନ କ୍ଷେତ୍ରରେ ବିଶେଷ ସୁବିଧା ପାଇପାରିବେ। ଏଥିସହ ସେମାନଙ୍କ ଜୀବିକାର ଉନ୍ନତି ଓ ଆର୍ଥିକ ସମୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ଆଶା ପ୍ରକାଶ ପାଇଛି।

Dharitri – Odisha’s No.1 Odia Daily

Share