ସଞ୍ଜ ନଇଁଲେ ମାଫିଆ ସକ୍ରିୟ

ଅନୁଗୋଳ ଅଫିସ, ୧୦।୧: ପ୍ରାୟ ବର୍ଷେ ହେଲାଣି କରୋନା ମୁକାବିଲାରେ ପ୍ରଶାସନ ବ୍ୟସ୍ତ ରହିଛି। ଏହାର ସୁଯୋଗ ନେଇ ଅନୁଗୋଳ ଜିଲାରେ ସକ୍ରିୟ ହୋଇପଡ଼ିଛନ୍ତି ଲଘୁ ଖଣିଜ ପଦାର୍ଥ ମାଫିଆ। ସଞ୍ଜ ନଇଁଲେ ଅନାବାଦୀ, ଗୋଚର ଜମିରୁ ମାଟି ତାଡ଼ି ଟ୍ରକ୍‌, ଟିପ୍ପର ଓ ଟ୍ରାକ୍ଟର ଯୋଗେ ଚୋରା ଚାଲାଣ କରୁଛନ୍ତି। ବିଭିନ୍ନ ନଦୀରୁ ବାଲି, ପାହାଡ଼ିଆ ସ୍ଥାନରୁ ମୋରମ ଓ ମାଙ୍କଡ଼ା ପଥର ଜିଲାର ବିଭିନ୍ନ ସ୍ଥାନ ସହ ଜିଲା ବାହାରକୁ ପଠାଉଛନ୍ତି। ବିଶେଷକରି ବିଳମ୍ବିତ ରାତିରେ ବଅଁରପାଳ ଓ ବଡ଼କେରା ଦେଇ ଏସବୁର ଚୋରା ଚାଲାଣ କରି ମାଫିଆମାନେ ଲକ୍ଷ ଲକ୍ଷ ଟଙ୍କାର ଲାଭାଂଶ ପକେଟରେ ଭରୁଥିବା ବେଳେ ସରକାରଙ୍କୁ ଏ ବାବଦ ରାଜସ୍ବ ମିଳୁନାହିଁ। ତେବେ ବିଳମ୍ବ ହେଲେ ମଧ୍ୟ ଜିଲା ପ୍ରଶାସନ ଏ ଦିଗରେ ଜୋରଦାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଘନ ଘନ ଯାଞ୍ଚ, ଚଢ଼ାଉ କରି ମାଫିଆମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଉଛି। ଇତିମଧ୍ୟରେ ୩୫ଟି ଗାଡ଼ି ଧରାଯାଇ ପାଖାପାଖି ୧୫ ଲକ୍ଷରୁ ଅଧିକ ଟଙ୍କାର ଜରିମାନା ଆଦାୟ କରାଯାଇଛି।
ଖଣି ଖାଦାନ ଭରା ଅନୁଗୋଳ ଜିଲାରେ ଲଘୁ ଖଣିଜ ପଦାର୍ଥର ବିପୁଳ ଭଣ୍ଡାର ରହିଛି। ଏସବୁ ମଧ୍ୟରୁ ଅନେକ ଖଣିଜର ନିଲାମ ଦିଆଯାଇ ନାହିଁ। ଫଳରେ ଉକ୍ତ ସ୍ଥାନକୁ ଟାର୍ଗେଟ୍‌ କରୁଛନ୍ତି ମାଫିଆମାନେ। ସେମାନେ ରାତିରେ ମେଶିନ ଲଗାଇ ମାଟି, ମୋରମ ଆଦି ତାଡ଼ି ଚାଲାଣ କରୁଛନ୍ତି। ଏପରି କି ଚାଲିଥିବା ସରକାରୀ ନିର୍ମାଣ ସ୍ଥାନକୁ ଏସବୁ ପଠାଇ ଲକ୍ଷ ଲକ୍ଷ ଟଙ୍କାର ମୁନାଫା କମାଉଛନ୍ତି। ଏଭଳି କାର୍ଯ୍ୟରେ ସହଯୋଗ କରି କେତେଜଣ ସରକାରୀ କର୍ମଚାରୀ ମଧ୍ୟ ଅର୍ଥ ହଡପ୍‌ କରୁଛନ୍ତି। ସେମାନେ ମାଫିଆମାନଙ୍କୁ ସମସ୍ତ ସୂଚନା ପ୍ରଦାନ କରୁଛନ୍ତି। ଫଳରେ ଚଢ଼ାଉ ପୂର୍ବରୁ ଚୋରା ଚାଲାଣକାରୀମାନେ ଖସିଯିବାର ବାଟ ପାଇଯାଉଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଜିଲା ପ୍ରଶାସନ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍‌ ଆରମ୍ଭ କରାଯାଇଛି। ଗତ ଡିସେମ୍ବର ୧୦ ତାରିଖରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏ ନେଇ ବୈଠକ ବସିଥିଲା। ଲଘୁ ଖଣିଜର ଚୋରା କାରବାର ରୋକିବାକୁ ଜିଲାପାଳ ତାଗିଦ୍‌ କରିବା ପରେ ପ୍ରତ୍ୟେକ ଉପଖଣ୍ଡରେ ଉପଜିଲାପାଳଙ୍କ ତତ୍ତ୍ୱାବଧାନରେ ବିବିଧ ଶୃଙ୍ଖଳା ଟିମ୍‌ ଗଠନ କରାଯାଇ ଚଢ଼ାଉ ଆରମ୍ଭ କରାଯାଇଛି। ଏହି ଟିମ୍‌ରେ ରାଜସ୍ବ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଡିସନାଲ ତହସିଲଦାର ଓ ରାଜସ୍ବ କର୍ମଚାରୀଙ୍କୁ ସାମିଲ କରାଯାଇଛି। ସ୍ଥାନୀୟ ପୋଲିସ ପକ୍ଷରୁ ଆବଶ୍ୟକ ସହଯୋଗ କରାଯାଉଛି। ଫଳରେ ଡିସେମ୍ବର ୧୫ରୁ କେବଳ ଅନୁଗୋଳ ଉପଖଣ୍ଡରୁ ଚୋରା ଚାଲାଣ ବେଳେ ୩୫ଟି ଗାଡ଼ି ଏହି ଟିମ୍‌ ହାତରେ ଧରାପଡ଼ିଛି। ସେଥିରୁ ପାଖାପାଖି ୧୫ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି। ଗତ ୩ ଦିନ ମଧ୍ୟରେ ସାଢ଼େ ୩ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି। ସେହିପରି କୋଇଲା ମାଫିଆମାନଙ୍କ ଉପରେ ମଧ୍ୟ ପ୍ରଶାସନ, ପୋଲିସ ନଜର ରଖିଛି। ଅତର୍କିତ ଚଢ଼ାଉ କରି ଏମାନଙ୍କୁ ଧରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ସରକାରଙ୍କ ନିର୍ଦ୍ଦେଶ ପାଳନ କରାଯାଉଛି
ଲଘୁ ଖଣିଜର ବେଆଇନ ଚାଲାଣ ଅପରାଧ। ଏପରି କାର୍ଯ୍ୟରେ ଜଡ଼ିତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ତେଣୁ ଜିଲାର ବିଭିନ୍ନ ସ୍ଥାନରେ ବିବିଧ ଶୃଙ୍ଖଳା ଟିମ୍‌ ଗଢ଼ାଯାଇ ଚଢ଼ାଉ କରାଯାଉଛି। ଆଗକୁ ଏପରି ଚଢ଼ାଉ ଜାରି ରହିବ। ମାଫିଆଙ୍କ ବିରୋଧରେ ମାମଲା ରୁଜୁ ସହ ଜରିମାନା ଆଦାୟ କରାଯିବ।
-ବାସୁଦେବ ଶତପଥୀ, ଅନୁଗୋଳ ଉପଜିଲାପାଳ
ମାଫିଆଙ୍କୁ ପ୍ରଶ୍ରୟ ଦିଆଯିବ ନାହିଁ
ଚୋରାରେ ଚାଲାଣ ହେଉଥିବା ଲଘୁ ଖଣିଜ ପଦାର୍ଥ ଉପରେ ପୋଲିସ ନଜର ରଖିଛି। ବିଭିନ୍ନ ସମୟରେ ଗାଡ଼ି ଯାଞ୍ଚ କରାଯାଉଛି। ଧରାପଡ଼ୁଥିବା ଗାଡ଼ିକୁ ତୁରନ୍ତ ସ୍ଥାନୀୟ ତହସିଲଦାରଙ୍କୁ ହସ୍ତାନ୍ତର କରାଯାଉଛି। ତହସିଲଦାରଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରାଯାଉଛି। ବଡ଼କେରା ଦେଇ କୋଇଲା ଚୋରା ଚାଲାଣ ଅଭିଯୋଗର ଅନୁସନ୍ଧାନ କରାଯିବ।
-ଅଶ୍ୱିନୀ ସାହୁ, ଏସ୍‌ଡିପିଓ, ଅନୁଗୋଳ
ସ୍ଥାୟୀ ପ୍ରତିକାର କରାଯିବା ଦରକାର
ଲଘୁ ଖଣିଜ ପଦାର୍ଥ ସମ୍ପର୍କିତ ରୟାଲିଟି ପ୍ରଦାନରେ ଅନେକ ସମୟରେ ସମସ୍ୟା ରହୁଛି। କେତେକ ସ୍ଥାନରେ ଏହା ଦିଆଯାଉଥିଲେ ମଧ୍ୟ କେତେଜଣ ସରକାରୀ ଅଧିକାରୀ ଏହାକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି। ପୂର୍ବରୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ସ୍ଥାୟୀ ପ୍ରତିକାର କରାଗଲେ ଗାଡ଼ି ମାଲିକଙ୍କ ସହ ଜନସାଧାରଣଙ୍କ ପାଇଁ ଭଲ ହେବ।
-ବିଭୂତି ଦାସ, ସଭାପତି, ଅନୁଗୋଳ ଜିଲା ଟ୍ରକ୍‌ ମାଲିକ ସଂଘ
ଚୋରା ଚାଲାଣକାରୀ ସାବାଡ୍‌ ହେବେ
ପ୍ରଶାସନ ପକ୍ଷରୁ କରାଯାଉଥିବା ଚଢ଼ାଉ ନିଶ୍ଚିତ ସ୍ବାଗତଯୋଗ୍ୟ। ତେବେ ବହୁ ପୂର୍ବରୁ ଏପରି କରାଯିବା ଆବଶ୍ୟକ ଥିଲା। ପ୍ରଶାସନ ଢିଲାପଣର ଫାଇଦା ମାଫିଆମାନେ ଉଠାଉଥିଲେ। ଏବେ ଧରପଗଡ଼ ଜୋରଦାର କରାଯାଉଥିବାରୁ ଚୋରା ଚାଲାଣକାରୀ ସାବାଡ଼ ହେବେ।
-ପ୍ରଦୀପ ଦେବତା, ଆଇନଜୀବୀ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

ଯୁଦ୍ଧ ବନ୍ଦ ଘୋଷଣା କରି ଟ୍ରମ୍ପ କମାଉଛନ୍ତି ମୋଟା ଅଙ୍କର ଟଙ୍କା! ଜାଣିଲେ ଉଡିବ ହୋସ୍‌

ଓ଼୍ବାଶିଂଟନ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଟ୍ରମ୍ପ ଇରାନକୁ 48 ଘଣ୍ଟାର ଅଲଟିମେଟମ ଦେଇଥିଲେ: ଶତ୍ରୁତା ବନ୍ଦ କର, ନଚେତ ଆମେରିକା ଇରାନର…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

ଯୁଦ୍ଧ ସଙ୍କଟକୁ ନେଇ ରାଜ୍ୟ ସଭାରେ ଏମିତି କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜ୍ୟ ସଭାରେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଭାରତର ରଣନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ପଶ୍ଚିମ…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଇସ୍ରାଏଲ ଉପରେ ମିଶାଇଲ୍ ଆଟାକ୍ କଲା ଇରାନ, ତେହରାନ୍‌ ଆମେରିକା ସହ ଆଲୋଚନା ପାଇଁ ମନାକରିବାରୁ ପୁଣି ବଢ଼ିଲା ତେଲ ଦର

ତେହରାନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଆଲୋଚନା ଆରମ୍ଭ କରିବା ପାଇଁ ପ୍ରୟାସ ତୀବ୍ର ହୋଇଛି । ତଥାପି, ପରିସ୍ଥିତି ସ୍ୱାଭାବିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri