କୋଇଲା ପର୍‌ମିଟ୍‌ରେ ମାଟି ଚାଲାଣ

ସମ୍ବଲପୁର,୧୪ା୧୦(ବ୍ୟୁରୋ):ସମ୍ବଲପୁର ଜିଲା ତଲାବିରା କୋଇଲା ଖଣିରେ କୋଇଲା ପରିବହନ ଓ ଚୋରା ଚାଲାଣକୁ ନେଇ ନିୟମିତ ଆପରାଧିକ କାର୍ଯ୍ୟ ଘଟୁଛି। ଏପରିସ୍ଥଳେ ବୁଧବାର ରାତିରେ ଆଦାନୀ କମ୍ପାନୀର ଜଣେ ଡାଟା ଅପରେଟର ରାଜ କିଶୋର ସାହୁଙ୍କୁ ମାରପିଟ ଓ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଆର଼୍ୟାନ ଇସ୍ପାତ କମ୍ପାନୀ ଏବେ ଆଦାନୀ କମ୍ପାନୀର କୋଇଲା ସାଇଡିଂରେ କୋଇଲା ବଦଳରେ ମାଟି ଖାଲି କରିବାକୁ ନେଇ ଏହି ଘଟଣା ଘଟିଛି। ଅଭିଯୋଗ ଆଧାରରେ ଠେଲକୋଲୋଇ ଥାନା ପୋଲିସ ଏକ ମାମଲା (ନଂ.୨୫୨/୨୨) ରୁଜୁକରି ତଦନ୍ତ ଆରମ୍ଭ କରିଛି। ଲପଙ୍ଗା ଗ୍ରାମର ଆୟୁଷ ବେହେରା ଓ ତାଙ୍କ ଦୁଇ ସହଯୋଗୀଙ୍କ ନାମରେ ମାମଲା ରୁଜୁ ହୋଇଥିବା ପୋଲିସ କହିଛି। ନିୟମିତ ଭାବେ ଆର଼୍ୟାନ ଇସ୍ପାତ ସାଇଡିଂ ଓ ଓଜନ ସ୍ଥାନରେ ଗଣ୍ଡଗୋଳ ଘଟୁଛି। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ହେଲେ କୋଇଲା ମାଫିଆଙ୍କ ସହ ଆଲୋଚନା ପରେ ଫେରିଆସିଥିଲା। ପରେ ଦୁର୍ବୃତ୍ତମାନେ କମ୍ପାନୀ ଭିତରକୁ ବଳପୂର୍ବକ ପ୍ରବେଶ କରି କୋଇଲା ସାଇଡିଂରେ ମାଟି ବୋଝେଇ ହୋଇଥିବା କୋଇଲା ଖାଲିକରି ଫେରାର ହୋଇଯାଇଥିଲେ।
କିଛିଦିନ ପୂର୍ବରୁ ଜଣେ କର୍ମଚାରୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା। ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିଲା। ସେହିପରି ପ୍ରାୟ ୩ମାସ ପୂର୍ବରୁ ଏକ କୋଇଲା ବୋଝେଇ ଟ୍ରକ୍‌ରେ ଜଣେ ଓଜନ କରିବା ସୁପରଭାଇଜରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ମଧ୍ୟ ପୋଲିସ ଦୁର୍ଘଟଣାର ରୂପ ଦେଇ ମାମଲା ଚାପି ଦେଇଥିଲା। ବାରମ୍ବାର ଆର଼୍ୟାନ ଇସ୍ପାତ ସାଇଡିଂରେ ଏଭଳି ଘଟଣା ଘଟୁଛି। ଏହାକୁ ନେଇ କୋଇଲା ମାଫିଆଙ୍କ ସମ୍ପୃକ୍ତି ଥିବା ସନ୍ଦେହ ହେଉଛି । ପୂର୍ବଘଟଣା ଓ ଗତକାଲି ରାତିର ଘଟଣାକୁ ଦେଖିଲେ ସାମଞ୍ଜସ୍ୟ ରହିଛି। ଏହି ଘଟଣାରେ ରାଜନୈତିକ ବ୍ୟକ୍ତିବିଶେଷ, ନେତା, ମନ୍ତ୍ରୀଙ୍କ ପରୋକ୍ଷ ସମ୍ପୃକ୍ତି ରହୁଛି ବୋଲି ଅଭିଯୋଗ ହେଉଛି। କୋଇଲା ପରିବହନକୁ ନେଇ ପୂର୍ବରୁ ଗାଡ଼ି ପୋଡ଼ିବା, ହତ୍ୟା ଧମକ, ଫାଙ୍କା ଗୁଳିଚାଳନା କରିବା ଭଳି ଘଟଣାର ଥାନାରେ ମାମଲା ରହିଛି। ଅନ୍ୟପଟେ ଆଦାନୀ କମ୍ପାନୀ, ଟ୍ରାନ୍ସପୋର୍ଟର ମିଳିମିଶି କୋଇଲା ଲୁଟ କରୁଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ପରିବହନ ସଂସ୍ଥା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ କୋଇଲା ଚୋରା ଚାଲାଣ ବୃଦ୍ଧି ହେବାରେ ଲାଗିଛି। ଗତ ମାସରେ ଶାସନ ଥାନା ପୋଲିସ ଏକ କୋଇଲା ବୋଝେଇ ଟ୍ରକ୍‌ ଜବତ କରିଥିଲା। ଘଟଣାସ୍ଥଳରେ କୋଇଲା ମାଫିଆ, ରାଜନେତା ପହଞ୍ଚତ୍ ମାମଲାକୁ ରଫାଦଫା କରିଥିଲେ। ପୋଲିସକୁ ନକଲି କାଗଜପତ୍ର ଦାଖଲ କରି ଫେରାର ହେବାରେ ସକ୍ଷମ ହୋଇଥିଲେ। ପୋଲିସ ମଧ୍ୟ ଏହି ଘଟଣାକୁ ହାଲକା ଭାବେ ନେଇ ଚୁପ ବସିଯାଇଥିଲା। ଏ ସମ୍ପର୍କରେ ଠେଲକୋଲୋଇ ଥାନାଧିକାରୀ ବି. ମିଶ୍ର କହିଛନ୍ତି, ଆଦାନୀ କମ୍ପାନୀର ଡାଟା ଅପରେଟର ରାଜକିଶୋର ସାହୁଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି। ଆୟୁଷ ବେହେରା ଓ ତାଙ୍କ ଦୁଇ ସମର୍ଥକଙ୍କ ନାମରେ ପୋଲିସ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି। ଟ୍ରକ୍‌ ଜବତ ସହ ଡ୍ରାଇଭରଙ୍କୁ ଗିରଫ କରିବା ପରେ ଘଟଣାର ପର୍ଦ୍ଦଫାଶ ହୋଇପାରିବ। ଅନ୍ୟପଟେ କୋଇଲା ବଦଳରେ ମାଟି ପକାଇବା ଘଟଣାରେ ଟ୍ରାନ୍ସପୋର୍ଟର ଓ କମ୍ପାନୀ ପକ୍ଷରୁ କୌଣସି ଅଭିଯୋଗ କରାଯାଇ ନ ଥିବା ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri