ରାତିଦିନ ଚାଲିଛି ମାଙ୍କଡା ପଥର ଉତ୍ତୋଳନ

ଖଇରା,୨୨।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ କୁପାରୀ ରାଜସ୍ବ କ୍ଷେତ୍ର ଅଧୀନ ବରପଦା, ହରିପୁର, ବାରାଯୋଡି ତଥା କୁପାରୀ କଲେଜ ପଛପଟ ଗୋଚର ଜମିରେ ବେଆଇନ ଭାବେ ଚାଲିଥିବା ଅନ୍ୟୁନ ୩୫ ଖଣିରୁ ମାଙ୍କଡା ପଥର ଉତ୍ତୋଳନ କରାଯାଉଛି ା ରାତିଦିନ ମେଶିନ ବ୍ୟବହାର କରି ମାଫିଆମାନେ ଶହ ଶହ ଟ୍ରିପ ମୋରମ ଜିଲା ବାହାରକୁ ଚାଲାଣ କରୁଛନ୍ତି। କୋଭିଡ-୧୯ କଟକଣା କି ପ୍ରଶାସନ ଲୋକଦେଖାଣିଆ ତାଦିଦ୍‌ର କୌଣସି ଫରକ ପଡୁନାହିଁ ା ଖଇରାର ଅର୍ଦ୍ଧାଧିକ କର୍ମଚାରୀ ଏଥିରେ ସମ୍ପୃକ୍ତ ଥିବାରୁ ଚଢାଉ ପାଇଁ ରାଜସ୍ବ ଅଧିକାରୀଙ୍କ ଗାଡି ଖଣି ଅଞ୍ଚଳକୁ ବାହାରିବା ପୂର୍ବରୁ ଖଣି ମାଫିଆମାନେ ଅବଗତ ହୋଇ ଯାଉଛନ୍ତି ା ଫଳରେ ଅଧିକାରୀମାନେ ପହଞ୍ଚିବା ପୂର୍ବରୁ ଖଣି ମାଫିଆମାନେ ତାଙ୍କର ପାୱାର ଟିଲର ଏବଂ କଟର ମେଶିନଗୁଡିକୁ ସୁରକ୍ଷିତ ସ୍ଥାନରେ ଲୁଚାଇ ଦେଉଛନ୍ତି। ଅଧିକାରୀମାନେ ବାଧ୍ୟ ହୋଇ ଖଣି ଅଞ୍ଚଳ ବୁଲାବୁଲି କରି ନିରାଶ ହୋଇ ମୁକ୍ତ ହସ୍ତରେ କାର୍ଯ୍ୟାଳୟକୁ ଫେରି ଆସୁଛନ୍ତି ା ଖଣି ମାଫିଆ ଓ ଅଧିକାରୀଙ୍କ ମଧ୍ୟରେ ଏଭଳି ଲୁଚାଲୁଚି ଖେଳ ଭିତରେ କୁପାରୀ ପର୍ଯ୍ୟଟନ କ୍ଷେତ୍ରର ମାନଚିତ୍ର ବଦଳିବାରେ ଲାଗିଛି। ମାଙ୍କଡା ପଥର ଉତ୍ତୋଳନ ହୋଇଥିବା ଶହ ଶହ ଏକର ଜମି କୃତ୍ରିମ ହ୍ରଦ ପାଲଟିବା ପରିବେଶ ଓ ବୁଦ୍ଧିଜୀବୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ା ତୁରନ୍ତ ଏହା ଉପରେ ଅଙ୍କୁଶ ଲଗାଇବାକୁ ଏବଂ ଖଣି ଉତ୍ତୋଳନକାରୀଙ୍କ ସହ ସମ୍ପୃକ୍ତ ଥିବା କେତେଜଣ ତହସିଲ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁପାରୀର ବିଭିନ୍ନ ସଙ୍ଗଠନ ତରଫରୁ ଦାବି କରାଯାଇଛି ା
କୁପାରୀକୁ ୧୯୯୯ରେ ପର୍ଯ୍ୟଟନ କ୍ଷେତ୍ର ଭାବେ ଘୋଷଣା କରାଯାଇଛି। ଏଥିପାଇଁ କୁପାରୀ ସଂଲଗ୍ନ ଖାଲି ପଡିଥିବା ବିଭିନ୍ନ ସରକାରୀ ଜମିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପ୍ରଶାସନ ତରଫରୁ ହାତକୁ ନିଆଯାଇଛି। ସେହିଦିନଠାରୁ ମାଙ୍କଡା ଖଣି ନିଲାମ ମଧ୍ୟ ବନ୍ଦ ଅଛି ା ହେଲେ କେତେଜଣ ଖଣି ମାଫିଆ ଏହା ଉପରେ ଲୋଲୁପ ଦୃଷ୍ଟି ପକାଇ କ୍ରମାଗତ ସମୟ ବ୍ୟବଧାନରେ ମାଙ୍କଡା ପଥର କାଟି ବିକ୍ରି କରୁଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ କୁପାରୀ ହରେକୃଷ୍ଣ ମହତାବ କଲେଜ ପଛ ପଟ ଜାଗାକୁ ଦୃଷ୍ଟି ନିକ୍ଷେପ କଲେ କୁପାରୀ ଭୂଇଁ ଯେ ଖୁବ୍‌ଶୀଘ୍ର ଶ୍ମଶାନରେ ପରିଣତ ହେବ ତାହା ଅନୁମାନ କରାଯାଇପାରିବ। ଘଟଣାକ୍ରମେ ରବିବାର ରାତିରେ ମାଙ୍କଡା ପଥର ଉତ୍ତୋଳନ ବେଳେ ସ୍ଥାନୀୟ ଗ୍ରାମବାସୀ ଖଇରା ତହସିଲଦାରଙ୍କୁ ଖବର ଦେଇଥିଲେ ା ତହସିଲଦାର ପ୍ରସ୍ତୁତ ହୋଇ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଉତ୍ତୋଳନକାରୀମାନେ ନିଜ ନିଜର ଯନ୍ତ୍ରପାତି ଧରି ସୁରକ୍ଷିତ ସ୍ଥାନକୁ ପଳାଇ ଯାଇଥିଲେ। ସମସ୍ତଙ୍କ ସମ୍ମୁଖରେ ମାଙ୍କଡା ଖୋଳା ଚାଲିଥିବା ବେଳେ ରାଜସ୍ବ ବିଭାଗ ହାତରେ ଧରା ନ ପଡିବା ଉକ୍ତ ବିଭାଗ ତଥା ଜିଲା ପ୍ରଶାସନର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ତହସିଲଦାର ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରେ ସେ ଯେତେବେଳେ ବି ଅଭିଯୋଗ ପାଇଯାଉଛନ୍ତି ଖଣି ଉତ୍ତୋଳନକାରୀମାନେ କୌଣସି ସୂତ୍ରରୁ ଖବରପାଇ ଖସି ଯାଉଛନ୍ତି ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ହଠାତ୍‌ ୟୁ-ଟର୍ନ ନେଲେ ଟ୍ରମ୍ପ, କହିଲେ ଇରାନୀ ଲୋକମାନେ ବହୁତ ଶକ୍ତିଶାଳୀ, ମୁଁ ସେମାନଙ୍କୁ…

ଓ୍ବାଶିଂଟନ୍‌,୩।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟ ଅପେକ୍ଷା ତାଙ୍କ ଅଜବ ବୟାନ ପାଇଁ ଅଧିକ ପ୍ରସିଦ୍ଧ। ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଟ୍ରମ୍ପ…

ଟ୍ରମ୍ପଙ୍କ ମିଛର ପର୍ଦ୍ଦାଫାସ କଲା ଆମେରିକୀୟ ରିପୋର୍ଟ: ଖୋଲିଗଲା ସବୁ ପୋଲ୍‌, ଏବେ ବି..

ନୂଆଦିଲ୍ଲୀ,୩।୪:ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ପ୍ରମୁଖ ଗୋଇନ୍ଦା ରିପୋର୍ଟ ଆମେରିକା ଏବଂ ଇସ୍ରାଏଲର ଦାବି ଉପରେ ପ୍ରଶ୍ନ ଉଠାଇଛି। ଆମେରିକୀୟ ଗୋଇନ୍ଦା ସୂତ୍ରରୁ ଜଣାପଡିଛି…

‘ଏବେ ଆରମ୍ଭ ତ ହୋଇ ନାହିଁ…’, ଇରାନର ସର୍ବବୃହତ ପୋଲ ଉପରେ ଆକ୍ରମଣ ପରେ ତେହରାନକୁ ପୁଣି କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୩।୪: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଏକ ସଂଘର୍ଷ ଚାଲିଛି। ଆମେରିକା ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଗତକାଲି ରାତିରେ, ଆମେରିକା ଇରାନର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଟ୍ରମ୍ପ: ସାଧାରଣ ଲୋକଙ୍କ ଉପରେ ପଡିବ ବଡ଼ ପ୍ରଭାବ, ଲାଗୁ କଲେ…

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ଔଷଧ ଉପରେ ୧୦୦% ଟାରିଫ୍‌ ଲାଗୁ କରିଛନ୍ତି। ଏହି ଔଷଧଗୁଡ଼ିକରେ…

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ପଦରୁ ହଟଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରାଘବ ଚଢା: କହୁ କହୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି (AAP) ନେତା ଏବଂ ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଉପନେତା ପଦରୁ ହଟିବା ପରେ ପ୍ରଥମ ଥର ପାଇଁ ଏନେଇ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri