ଖଣିକୁ ଅଡ଼ୁଆ ରପ୍ତାନି ଶୁଳ୍କ

ଯୋଡ଼ା,୨୦।୬(ଡି.ଏନ.ଏ.): ଖଣିଜ ସମ୍ପଦ ରପ୍ତାନି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବର୍ଦ୍ଧିତ ଶୁଳ୍କ ଓଡ଼ିଶାର ଖଣି ସମୃଦ୍ଧ ଅଞ୍ଚଳ ପାଇଁ ଅଭିଶାପ ସଦୃଶ ହୋଇଛି। ଗତ ମେ ମାସରେ କେନ୍ଦ୍ର ସରକାର ଲୁହାପଥର ରପ୍ତାନି ଉପରେ ୪୯% ଏବଂ ଲୁହାପଥର ଗୁଣ୍ଡ ବ୍ୟବହାର କରି ନିର୍ମିତ ପେଲେଟ୍ସ ଉପରେ ୫୫% ରପ୍ତାନି କର ଧାର୍ଯ୍ୟ କରିବା ଦ୍ୱାରା ଖଣି ଅଞ୍ଚଳରେ ବ୍ୟବସାୟ ପ୍ରଭାବିତ ହୋଇଛି। ଏହାଦ୍ୱାରା ଖଣି ଏବଂ ଶିଳ୍ପରୁ ସର୍ବାଧିକ ରାଜସ୍ବ ପାଉଥିବା ରାଜ୍ୟ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ଦୂରଦୃଷ୍ଟିହୀନ କେନ୍ଦ୍ରୀୟ ନୀତି କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ଗଢ଼ିଉଠିଥିବା ପେଲେଟ୍ସ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକୁ ରୁଗ୍‌ଣ କରିଦେଇଥିବାବେଳେ ଏଠାରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ। ଏହାକୁ ନେଇ ଖଣି ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଓଡ଼ିଶାର ବିଭିନ୍ନ ଖଣିମଣ୍ଡଳରୁ ଉତ୍ତୋଳନ ହେଉଥିବା ଲୁହାପଥର ମଧ୍ୟରୁ ସର୍ବାଧିକ ପରିମାଣର ଲୋ-ଗ୍ରେଡ୍‌ ବା ନିମ୍ନମାନର। ଏଭଳି ଲୁହାପଥରକୁ ଇସ୍ପାତରେ ପରିଣତ କରିବା ଭଳି ଜ୍ଞାନକୌଶଳ କିମ୍ବା ଭିତ୍ତିଭୂମି ଭାରତରେ ବିକଶିତ ହୋଇନାହିଁ। ତେଣୁ ଏହାର ସିଂହଭାଗ ବିଦେଶକୁ ରପ୍ତାନି କରାଯାଇଥାଏ। କେବଳ ଯୋଡ଼ା ଖଣିମଣ୍ଡଳରୁ ୩୦%ରୁ ଊର୍ଦ୍ଧ୍ୱ ଲୋ-ଗ୍ରେଡ ଲୁହାପଥର ଗୁଣ୍ଡ ୨୦୨୦-୨୧ ଆର୍ଥିକ ବର୍ଷରେ ରପ୍ତାନି ହୋଇଛି। ଅପରପକ୍ଷେ ଲୁହାପଥର ଗୁଣ୍ଡ ବ୍ୟବହାର କରି ରାଜ୍ୟରେ ଅନେକ ପେଲେଟ୍ସ ଶିଳ୍ପାନୁଷ୍ଠାନ ଗଢ଼ି ଉଠିଛି। ଏବେ ରପ୍ତାନି ଶୁଳ୍କ ଲାଗିବା ପରେ ଲୁହାପଥର ଉତ୍ତୋଳନ ବ୍ୟୟସାପେକ୍ଷ ହେବା ସହ ପେଲେଟ୍ସ ଶିଳ୍ପର ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଥିବା ଶିଳ୍ପ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।
ପରିବେଶୀୟ ଅନୁମୋଦନ ଅନୁଯାୟୀ ଲିଜ୍‌ଧାରୀ ଧାର୍ଯ୍ୟ ଖଣିଜ ଉତ୍ପାଦନ କରି ନ ପାରିଲେ ସରକାର ଜରିମାନା ଧାର୍ଯ୍ୟ କରିଛନ୍ତି। ତେଣୁ ଖଣି ଲିଜ୍‌ଧାରୀମାନେ ବାଧ୍ୟବାଧକତାରେ ଲୁହାପଥର ଉତ୍ତୋଳନ କରୁଛନ୍ତି। ହେଲେ ଏହା ରପ୍ତାନି ହୋଇପାରୁ ନ ଥିବାରୁ ତାହା ଗଚ୍ଛିତ ହୋଇ ରହୁଛି। ଅନ୍ୟପଟେ ରପ୍ତାନି ପ୍ରଭାବିତ ହେବା ପରେ ବିଦେଶୀ ମୁଦ୍ରା ପ୍ରବାହ ହ୍ରାସ ପାଉଛି, ଯାହା ପ୍ରତ୍ୟକ୍ଷ ଭାବେ ଦେଶର ଅର୍ଥନୀତିକୁ ଦୁର୍ବଳ କରୁଛି। ସେପଟେ ରାଜ୍ୟ ତଥା ଦେଶରେ ସ୍ପଞ୍ଜ ଆଇରନ କାରଖାନାଗୁଡିକ ପେଲେଟ୍ସ କିଣୁନାହାନ୍ତି। ବିଶେଷ କରି ରପ୍ତାନି କର ବୃଦ୍ଧି ପରେ ଓଡ଼ିଶାର ଶିଳ୍ପ ଜଗତରେ ଏଭଳି ବିଷମ ପରିସ୍ଥିତି ଦେଖାଦେଇଛି। କେନ୍ଦ୍ରର ଏହି ନୀତି ଓଡ଼ିଶାର ରାଜସ୍ବ ଉପରେ ବ୍ୟାପକ ପ୍ରଭାବ ପକାଇଛି ବୋଲି ଜଣେ ଶିଳ୍ପପତି ନିଜ ନାମ ଗୋପନ ରଖିବା ସର୍ତ୍ତରେ ଏହା କହିଛନ୍ତି। କେନ୍ଦ୍ର ସରକାର ରପ୍ତାନି କର ଉପରେ ସଂଶୋଧନ ନ କଲେ ଲୁହାପଥର ଉପରେ ନିର୍ଭରଶୀଳ ଶିଳ୍ପସଂସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri