ସିଏଜିଙ୍କ ହାତରେ ଖଣି ଦୁର୍ନୀତି: ସରକାରଙ୍କ ବିପୁଳ ପରିମାଣର ରାଜସ୍ବ ହାନି

ଭୁବନେଶ୍ୱର,୨ା୪(ରବିନାରାୟଣ ଜେନା): ରାଜ୍ୟରେ ଗତ ୨୨ ବର୍ଷରେ ଖଣିଜ ଅଞ୍ଚଳରେ ଲିଜ୍‌ଧାରୀମାନେ କିଭଳି ମନଇଚ୍ଛା ଖଣିଜ ପଦାର୍ଥ ଉତ୍ତୋଳନ କରିଛନ୍ତି ତା’ର ଦସ୍ତାବିଜ୍‌ ରାଜ୍ୟ ମହାଲେଖାକାରଙ୍କ ହାତରେ ଲାଗିଛି। ଏଥିପାଇଁ ସୁପ୍ରିମ୍‌କୋର୍ଟଙ୍କ ହସ୍ତକ୍ଷେପ ପରେ ଦୁଇଟି ପର୍ଯ୍ୟାୟରେ ଖଣି ଲିଜ୍‌ଧାରୀମାନେ ପ୍ରାୟ ୧୭ ହଜାର ୭୦୩ କୋଟି ଟଙ୍କା ପଇଠ କରିଛନ୍ତି ବୋଲି ରାଜ୍ୟ ମହାଲେଖାକାର ଅତୁଲ ପ୍ରକାଶ କହିଛନ୍ତି।

ବୁଧବାର ସିଏଜିଙ୍କ ପକ୍ଷରୁ ଅନୁଷ୍ଠିିତ ଖବରଦାତା ସମ୍ମିଳନୀରେ ଅତୁଲ କହିଥିଲେ, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଙ୍ଗଲ ଜମିର ଅଣଜଙ୍ଗଲ ଉପଯୋଗ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଖଣି ଲିଜ୍‌ଧାରୀଙ୍କଠାରୁ ଅସୁଲ କରାଯାଇଥିବା ଅତିରିକ୍ତ ନେଟ୍‌ ପ୍ରୋଜେକ୍ଟ ମୂଲ୍ୟର ୫୦ ପ୍ରତିଶତରେ ନିର୍ଦ୍ଦିଷ୍ଟ ଆଦିବାସୀ କଲ୍ୟାଣ ଏବଂ କ୍ଷେତ୍ର ବିକାଶ କାର୍ଯ୍ୟ କରାଯିବ। ଏହାକୁ ନେଇ ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମ(ଓମ୍‌ବାଡସୀ) ନିର୍ଦ୍ଦିଷ୍ଟ ଆଦିବାସୀ କଲ୍ୟାଣ ଏବଂ ଖଣିଜ ଧାରକ କ୍ଷେତ୍ର ବିକାଶ କାର୍ଯ୍ୟ ପାଇଁ ୨୦୧୪ ଡିସେମ୍ବର ୨ରେ ପ୍ରତିଷ୍ଠା କରାଯାଇଥିଲା। ମାତ୍ର ଉପରୋକ୍ତ କାର୍ଯ୍ୟ ପାଇଁ ଓମ୍‌ବାଡସୀ ସିଇଓ ପ୍ରଥମ ପର୍ଯ୍ୟାୟରେ ୮୬୯.୪୨କୋଟି ଟଙ୍କା ଦେଇଥିଲେ।

ସୁପ୍ରିମ୍‌କୋର୍ଟଙ୍କ ଆଦେଶ ଅନୁସାରେ, ଯେକୌଣସି ଲୌହ ବା ମାଙ୍ଗାନିଜ୍‌ ଧାତୁ ପରିବେଶ ପ୍ରଭାବ ଆକଳନ ବିଜ୍ଞପ୍ତି ୧୯୯୪ କିମ୍ବା ୨୦୦୬ ଅନୁପାଳନ ନ କରି ଉତ୍ତୋଳନ ହୋଇଥିଲେ ତାହା ବେଆଇନ ଖନନ ଭାବେ ଧରାଯିବ। ଏହି କ୍ରମରେ ୨୦୦୦-୦୧ରୁ ୨୦୨୨ ମାର୍ଚ୍ଚ ସୁଦ୍ଧା ଖଣିଜ ମୂଲ୍ୟର ଶତପ୍ରତିଶତ ଆଦାୟ କରାଯିବାକୁ ନିର୍ଦ୍ଦେଶ ରହିଛି। ଏହାକୁ ଦୃଷ୍ଟିରେ ରଖି ଖଣି ଲିଜ୍‌ଧାରୀମାନଙ୍କଠାରୁ କ୍ଷତିପୂରଣ ବାବଦରେ ଦ୍ୱିତୀୟ ପର୍ଯ୍ୟାୟରେ ୧୬ ହଜାର ୮୩୩.୫୪ କୋଟି ଟଙ୍କା ଆଦାୟ କରାଯାଇ ଓମ୍‌ବାଡସୀ ପାଣ୍ଠିରେ ଜମା କରାଯାଇଥିଲା ବୋଲି ଅତୁଲ୍ୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri