ସିଏଜିଙ୍କ ହାତରେ ଖଣି ଦୁର୍ନୀତି: ସରକାରଙ୍କ ବିପୁଳ ପରିମାଣର ରାଜସ୍ବ ହାନି

ଭୁବନେଶ୍ୱର,୨ା୪(ରବିନାରାୟଣ ଜେନା): ରାଜ୍ୟରେ ଗତ ୨୨ ବର୍ଷରେ ଖଣିଜ ଅଞ୍ଚଳରେ ଲିଜ୍‌ଧାରୀମାନେ କିଭଳି ମନଇଚ୍ଛା ଖଣିଜ ପଦାର୍ଥ ଉତ୍ତୋଳନ କରିଛନ୍ତି ତା’ର ଦସ୍ତାବିଜ୍‌ ରାଜ୍ୟ ମହାଲେଖାକାରଙ୍କ ହାତରେ ଲାଗିଛି। ଏଥିପାଇଁ ସୁପ୍ରିମ୍‌କୋର୍ଟଙ୍କ ହସ୍ତକ୍ଷେପ ପରେ ଦୁଇଟି ପର୍ଯ୍ୟାୟରେ ଖଣି ଲିଜ୍‌ଧାରୀମାନେ ପ୍ରାୟ ୧୭ ହଜାର ୭୦୩ କୋଟି ଟଙ୍କା ପଇଠ କରିଛନ୍ତି ବୋଲି ରାଜ୍ୟ ମହାଲେଖାକାର ଅତୁଲ ପ୍ରକାଶ କହିଛନ୍ତି।

ବୁଧବାର ସିଏଜିଙ୍କ ପକ୍ଷରୁ ଅନୁଷ୍ଠିିତ ଖବରଦାତା ସମ୍ମିଳନୀରେ ଅତୁଲ କହିଥିଲେ, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଙ୍ଗଲ ଜମିର ଅଣଜଙ୍ଗଲ ଉପଯୋଗ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଖଣି ଲିଜ୍‌ଧାରୀଙ୍କଠାରୁ ଅସୁଲ କରାଯାଇଥିବା ଅତିରିକ୍ତ ନେଟ୍‌ ପ୍ରୋଜେକ୍ଟ ମୂଲ୍ୟର ୫୦ ପ୍ରତିଶତରେ ନିର୍ଦ୍ଦିଷ୍ଟ ଆଦିବାସୀ କଲ୍ୟାଣ ଏବଂ କ୍ଷେତ୍ର ବିକାଶ କାର୍ଯ୍ୟ କରାଯିବ। ଏହାକୁ ନେଇ ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମ(ଓମ୍‌ବାଡସୀ) ନିର୍ଦ୍ଦିଷ୍ଟ ଆଦିବାସୀ କଲ୍ୟାଣ ଏବଂ ଖଣିଜ ଧାରକ କ୍ଷେତ୍ର ବିକାଶ କାର୍ଯ୍ୟ ପାଇଁ ୨୦୧୪ ଡିସେମ୍ବର ୨ରେ ପ୍ରତିଷ୍ଠା କରାଯାଇଥିଲା। ମାତ୍ର ଉପରୋକ୍ତ କାର୍ଯ୍ୟ ପାଇଁ ଓମ୍‌ବାଡସୀ ସିଇଓ ପ୍ରଥମ ପର୍ଯ୍ୟାୟରେ ୮୬୯.୪୨କୋଟି ଟଙ୍କା ଦେଇଥିଲେ।

ସୁପ୍ରିମ୍‌କୋର୍ଟଙ୍କ ଆଦେଶ ଅନୁସାରେ, ଯେକୌଣସି ଲୌହ ବା ମାଙ୍ଗାନିଜ୍‌ ଧାତୁ ପରିବେଶ ପ୍ରଭାବ ଆକଳନ ବିଜ୍ଞପ୍ତି ୧୯୯୪ କିମ୍ବା ୨୦୦୬ ଅନୁପାଳନ ନ କରି ଉତ୍ତୋଳନ ହୋଇଥିଲେ ତାହା ବେଆଇନ ଖନନ ଭାବେ ଧରାଯିବ। ଏହି କ୍ରମରେ ୨୦୦୦-୦୧ରୁ ୨୦୨୨ ମାର୍ଚ୍ଚ ସୁଦ୍ଧା ଖଣିଜ ମୂଲ୍ୟର ଶତପ୍ରତିଶତ ଆଦାୟ କରାଯିବାକୁ ନିର୍ଦ୍ଦେଶ ରହିଛି। ଏହାକୁ ଦୃଷ୍ଟିରେ ରଖି ଖଣି ଲିଜ୍‌ଧାରୀମାନଙ୍କଠାରୁ କ୍ଷତିପୂରଣ ବାବଦରେ ଦ୍ୱିତୀୟ ପର୍ଯ୍ୟାୟରେ ୧୬ ହଜାର ୮୩୩.୫୪ କୋଟି ଟଙ୍କା ଆଦାୟ କରାଯାଇ ଓମ୍‌ବାଡସୀ ପାଣ୍ଠିରେ ଜମା କରାଯାଇଥିଲା ବୋଲି ଅତୁଲ୍ୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?