ଖଣି ଦୁର୍ନୀତି: ଘେରିଲେ ବିରୋଧୀ

ଭୁବନେଶ୍ୱର,୬।୧୦(ବ୍ୟୁରୋ): ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ ବିରୋଧୀ ପୁଣି ସରକାରଙ୍କୁ ଘେରିଛନ୍ତି। ଖଣି ମାଫିଆ ଓ ଅଫିସର ଲକ୍ଷେ କୋଟି ଟଙ୍କା ଲୁଟି ନେଇଛନ୍ତି। ସରକାର ଜାଣିଶୁଣି କୋଟି କୋଟି ଟଙ୍କା ରାଜସ୍ବ ହରାଇଛନ୍ତି। କରୋନା ମହାମାରୀ ବେଳେ ରାଜ୍ୟର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏପରି ସ୍ଥଳେ ରାଜ୍ୟ ସରକାର ଖଣି ମାଫିଆମାନଙ୍କୁ ୧ ଲକ୍ଷ କୋଟି ଟଙ୍କା ଛାଡ଼ି ଦେଇଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।
ସୋମବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ମଙ୍ଗଳବାର ଏହା ଉପରେ ମୁଲତବୀ ପ୍ରସ୍ତାବ ଆଣିବାକୁ କହିଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଅହେତୁକ  ଅନୁକମ୍ପା ଯୋଗୁ ଗତ ୫ ବର୍ଷରେ ରାଜ୍ୟ ରାଜକୋଷ ୧ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହରାଇଛି। ଯେଉଁ ସରକାରୀ ଅଧିକାରୀଙ୍କ ଷଡ଼ଯନ୍ତ୍ର ପାଇଁ ଏହି ଅର୍ଥ ଯାଇଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ୧୦ଟି ଚିଠି ଲେଖି ଅବଗତ କରିଛି। ମାତ୍ର କୌଣସି ଉତ୍ତର ମିଳିନି। ଯେତେ ତଥ୍ୟ, ପ୍ରମାଣ ଦେଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, ଚିଠିର ପ୍ରାପ୍ତି ସ୍ବୀକୃତି ମଧ୍ୟ ମିଳିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଖଣି ଓ ଖଣିଜ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ )ସଂଶୋଧନ ଆଇନ- ୨୦୧୫ ଅନୁଯାୟୀ ରାଜ୍ୟ ସରକାର ଖଣିଗୁଡ଼ିକୁ ଉଚ୍ଚ ପ୍ରିମିୟମ୍‌ରେ ନିଲାମ କରିଥିଲେ ବହୁ ରାଜସ୍ବ ମିଳିଥାନ୍ତା। ଆଗାମୀ ବଜେଟରେ ବଳକା ୨ଲକ୍ଷ କୋଟି ଟଙ୍କା ରହିଥାନ୍ତା। ମାତ୍ର ରାଜ୍ୟ ସରକାର ଖଣି ବ୍ୟବସାୟୀଙ୍କ ସ୍ବାର୍ଥ ପାଇଁ ଖଣି ନିଲାମ କରିବା ପରିବର୍ତ୍ତେ ଲିଜ୍‌ ଅବଧିକୁ ଆହୁରି ୫ବର୍ଷ ବୃଦ୍ଧି କରିଦେଲେ। ୨୦୧୫ରୁ ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଖଣି ମିଆଦକୁ ସମ୍ପ୍ରସାରଣ କଲେ। ବର୍ଷେ ଅବଧି ବୃଦ୍ଧି କରି ନିଲାମ କରିପାରିଥାନ୍ତେ। ମାତ୍ର ସେଭଳି କଲେ ନାହିଁ। ରାଜ୍ୟ ପାଇଁ ଏହା ଏକ ଆତ୍ମଘାତୀ ନିଷ୍ପତ୍ତି। ଖଣି ମାଫିଆ ଓ ବେପାରୀଙ୍କ ସ୍ବାର୍ଥ ନିମନ୍ତେ କିଛି ମୁଷ୍ଟିମେୟ ଅଧିକାରୀ ଏଭଳି ଷଡ଼ଯନ୍ତ୍ର କରିଛନ୍ତି। ଫଳରେ ଏତେ ପରିମାଣର ଅର୍ଥ ରାଜ୍ୟ ରାଜକୋଷକୁ ଆସିପାରିଲା ନାହିଁ। ସିରାଜଉଦ୍ଦିନ୍‌, ରୁଙ୍ଗ୍‌ଟା ମାଇନ୍ସ ଏବଂ ଆର୍ଯ୍ୟନ ମାଇନିଂ ଆଣ୍ଡ୍‌ ଟ୍ରେଡିଂ କୋ(ଏଏମ୍‌ ଟିସି) ଭଳି ଖଣି କମ୍ପାନୀ ନାମରେ ଭିଜିଲାନ୍ସ ମାମଲା ଥିବା ସତ୍ତ୍ୱେ ମଧ୍ୟ ସେମାନଙ୍କୁ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଗଲା। ନିୟମ ଅନୁଯାୟୀ ଏମାନେ ଖଣି ଲିଜ୍‌ ନେବା ପାଇଁ ଅଯୋଗ୍ୟ ହୋଇଥିଲେ ମଧ୍ୟ ସେମାନଙ୍କୁ ଲିଜ୍‌ ଦିଆଯାଇଛି। ଲିଜ୍‌ ରଦ୍ଦ କରିବାକୁ କୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ସେମାନଙ୍କ ଲିଜ୍‌ ଅବଧିକୁ କ’ଣ ପାଇଁ ବଢ଼ାଯାଇଛି ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଥିଲେ। ଏ ବିଷୟରେ ବିଶଦ ଭାବରେ ଗୃହରେ ଆଲୋଚନା କରିବାକୁ ସେ ପ୍ରସ୍ତାବ ଦେଇଥିଲେ।
କେବଳ ଭାଜପା ନୁହେଁ, କଂଗ୍ରେସ ମଧ୍ୟ ଖଣି ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ। ସେ କହିଥିଲେ ଯେ, ଖଣି ଚୋରି ରୋକିବାରେ ଭିଜିଲାନ୍ସ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଖଣି ଚୋରି ଯୋଗୁ ରାଜ୍ୟ ସରକାର ଗତ ୩ ବର୍ଷରେ କେବଳ ୯ଟି ଖଣିରୁ ୩୬୦୦ କୋଟି ଟଙ୍କାର ରାଜସ୍ବ ହରାଇଛନ୍ତି। ଏଭଳି ବହୁତ ଖଣି କମ୍ପାନୀ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା କ୍ଷତି ସହୁଛନ୍ତି। ଏତେବଡ଼ ଦୁର୍ନୀତି ରାଜ୍ୟ ସରକାରଙ୍କ ବିନା ଅଜାଣତରେ କେବେ ହୋଇପାରିବ ନାହିଁ ବୋଲି ନରସିଂହ କହିଥିଲେ। ସେଣ୍ଟ୍ରାଲ ଏମ୍‌ପାଓ୍ବାର କମିଟି(ସିଇସି)ର ତଦାରଖରେ ରାଜ୍ୟରେ ଖଣି ନିଲାମ ହେଉଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିବା ବେଳେ ସୁପ୍ରିମକୋର୍ଟ ସିଇସି ରିପୋର୍ଟକୁ ଖାରଜ କରିଥିବା ସେ କହିଥିଲେ।
ଅନ୍ୟପକ୍ଷରେ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ବିଜେଡି ସଦସ୍ୟ ପ୍ରତାପ ଦେବ କହିଥିଲେ, ଖଣି ନିଲାମ ପ୍ରକ୍ରିୟା କେନ୍ଦ୍ରର ଆଇନ ଓ ସୁପ୍ରିମକୋର୍ଟଙ୍କ ଗାଇଡ଼ଲାଇନ ଅନୁଯାୟୀ ହେଉଛି। ଏଥିରେ ରାଜ୍ୟ ସରକାରଙ୍କର କିଛି ଲୁଚାଇବାର ନାହିଁ। ଖୋଦ୍‌ କେନ୍ଦ୍ର ସରକାର ଓଡ଼ିଶାକୁ ଏଥିପାଇଁ ପ୍ରଶଂସା କରୁଛନ୍ତି। ଘଟଣାର ରାଜନୀତୀକରଣ କରି ଶସ୍ତା ମାଇଲେଜ୍‌ ନେବାର ପ୍ରୟାସ କରା ନ ଯାଉ। ୨୦୧୫ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୀୟୂଷ ଗୋଏଲ କହିଥିଲେ, ନୂଆ ଆଇନ ବଳରେ ଖଣି ନିଲାମ ହେଲେ ରାଜ୍ୟ ଲକ୍ଷାଧିକ ଟଙ୍କା ପାଇବ। ୫ ବର୍ଷରେ ରାଜ୍ୟ କେତେ ଟଙ୍କା ପାଇଛି ବୋଲି ସେ ଓଲଟା ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri