ଖଣି, ଶିଳ୍ପାଞ୍ଚଳରେ ଠିକାସଂସ୍ଥା ମାଲାମାଲ୍‌: ଦୁର୍ଦ୍ଦିନରେ ଠିକା ଶ୍ରମିକ, କର୍ମଚାରୀ

ଯାଜପୁର ଅଫିସ,୧ା୧୧: ଶିଳ୍ପୋନ୍ନତ ଯାଜପୁର ଜିଲାରେ ଥିବା କମ୍ପାନୀଗୁଡିକ ସେମାନଙ୍କ ପାଇଁ ଥିବା ନୀତି ନିୟମକୁ ଉଲ୍ଲଂଘନ କରୁଥିବା ପୂର୍ବରୁ ଅଭିଯୋଗ ହୋଇଆସୁଛି। ଏମାନଙ୍କ କଳା କାରନାମା ଦେଖି ଖଣି ଓ କମ୍ପାନୀ ଅଧୀନରେ ଥିବା ଠିକାସଂସ୍ଥାଗୁଡିକ ମଧ୍ୟ ପ୍ରଶାସନକୁ ଠକି ଚାଲିଛନ୍ତି। ବିଶେଷକରି ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟେନଲେସ ଷ୍ଟିଲ, ବିଆରପିଏଲ, ଭିସା ଷ୍ଟିଲ, ରୋହିତ ଫେରୋଟେକ, ୟାଜଦାନି, ଟାଟା ଷ୍ଟିଲ ମାଇନିଂ ଲିଃ, ଇମ୍ଫା ଖଣି, ବେଦାନ୍ତ ଫେକର ଖଣି, ସିମେଣ୍ଟ କାରଖାନା କ୍ଷେତ୍ରରେ ଏହା ଅଧିକ। ଏହି କମ୍ପାନୀର କାରଖାନା ଓ ଖଣି ଖାଦାନରେ ପରିଚାଳନା, ପରିବହନ, ରକ୍ଷଣାବେକ୍ଷଣ, ମରାମତି ଆଦି କ୍ଷେତ୍ରରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଠିକାସଂସ୍ଥାଗୁଡିକ ନିୟୋଜିତ ଅଛନ୍ତି। ଏହି ଠିକାସଂସ୍ଥାଗୁଡିକରେ ନିୟୋଜିତ କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କୁ ଅଧା ଦରମା ଦେଇ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି।

ସୁକିନ୍ଦା ଖଣି ଏବଂ କଳିଙ୍ଗନଗର ଶିଳ୍ପ ସଂସ୍ଥାଗୁଡିକରେ ପ୍ରଭାବିତ ଅଞ୍ଚଳବାସୀ ତଥା କ୍ଷତିଗ୍ରସ୍ତ ପରିବାରଙ୍କ ସମସ୍ୟା ଅସମାହିତ। ବିସ୍ଥାପନର ଦୁଃଖ ସାଙ୍ଗକୁ ଠିକାସଂସ୍ଥାଗୁଡିକର ଶୋଷଣ ଲୋକଙ୍କୁ ଆନ୍ଦୋଳନମୁଖୀ କରିଛି। ଏହାର ସୁଯୋଗ ନେଇ ବିଭିନ୍ନ ଶ୍ରମିକ ସଂଗଠନ ଗଢ଼ି ଉଠିଛି। କିନ୍ତୁ ସେଗୁଡ଼ିକ ନିଜର ସ୍ବାର୍ଥସାଧନ କରୁଥିବା ମନେ ହେଉଛି। ଚାନ୍ଦିଆ, ବାଲିଗୋଠ, ଟାଙ୍ଗରସାହି, ବରପାଳ, କୁଡୁମୀସାହି, ଅରାସାହି ସମେତ ଖଣି ଅଞ୍ଚଳର ବହୁ ଗ୍ରାମର ଚାଷଜମି ସବୁ ଶିଳ୍ପ ଓ ଖଣିରେ ବ୍ୟବହାର ହୋଇ ସାରିଲାଣି। ଚାଷବାସ ଯିବା ପରେ ଅଞ୍ଚଳବାସୀ ଠିକାସଂସ୍ଥାଗୁଡିକ ଉପରେ ନିର୍ଭର କରୁଛନ୍ତି। ଯାଜପୁରରୋଡ ଯୁଗ୍ମ ଶ୍ରମ କମିଶନ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ୬ଟି ବୃହତ୍‌ କମ୍ପାନୀରେ ୩୬୪ ଅଣଓଡ଼ିଆ ଠିକାସଂସ୍ଥାକୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏଥିରେ ୩,୭୫୪ କର୍ମଚାରୀ ଏବଂ ୨୧,୯୫୬ ଜଣ ଶ୍ରମିକ ନିୟୋଜିତ ଅଛନ୍ତି। ସେହିପରି ୧୮୪ ଓଡିଆ ଠିକାସଂସ୍ଥାରେ ମାତ୍ର ୬୪୦ ଜଣ କର୍ମଚାରୀ ଏବଂ ୫୫୫୫ ଜଣ ଶ୍ରମିକଙ୍କୁ ନିଯୁକ୍ତି ଦିଆଯାଇଛି। ଉଚ୍ଚତର କୁଶଳୀ କର୍ମଚାରୀ ଏବଂ ଶ୍ରମିକଙ୍କ ପାଇଁ ଦୈନିକ ୧୦୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ କାରଖାନା କର୍ତ୍ତୃପକ୍ଷ ପ୍ରଦାନ କରୁଥିବାବେଳେ ନିୟୋଜିତ ଠିକାସଂସ୍ଥାଗୁଡିକ ତାହାର ପ୍ରାୟ ୪୦ ପ୍ରତିଶତ ପାଉଣା ଦେଇ ବାକି ନିଜ ପକେଟକୁ ନେଉଛନ୍ତି। ସେହିପରି ଅର୍ଦ୍ଧ କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ପାଇଁ କାରଖାନା କର୍ତ୍ତୃପକ୍ଷ ଦୈନିକ ୪୦୦ରୁ ୧୦୦୦ ଟଙ୍କା ଲେଖାଏ ଦେଉଥିବାବେଳେ ଅନୁରୂପ ଭାବେ ପ୍ରାୟ ୪୦% ପାଉଣା ଦେଇ ଶୋଷଣ କରାଯାଉଛି। ଅବଧି ସରିଲେ ଶ୍ରମିକମାନଙ୍କୁ ତଡା ଖାଇବାକୁ ପଡୁଛି। ଠିକା ଶ୍ରମିକ ଉଚ୍ଛେଦ ଆଇନକୁ ଉଲ୍ଲଂଘନ କରି ଫୁଲ ଆଣ୍ଡ ଫାଇନାଲ ପ୍ରାପ୍ୟ ପ୍ରଦାନ ପୂର୍ବରୁ ଠିକାସଂସ୍ଥାଗୁଡ଼ିକ ଫେରାର ହୋଇଥିବା ଘଟଣା କଳିଙ୍ଗନଗର ଶିଳ୍ପାଞ୍ଚଳରେ ନଜିର ରହିଛି। ଏଭଳିସ୍ଥିତିରେ ଚାକିରି ହରାଇଥିବା ଶିକ୍ଷିତ ଯୁବତୀଯୁବକଙ୍କ ସପକ୍ଷରେ ବିଭିନ୍ନ ଶ୍ରମିକ ସଂଗଠନ ଠିଆ ହେବା ବଦଳରେ ଠିକାସଂସ୍ଥାର ସୁରକ୍ଷା କବଚ ସାଜିଛନ୍ତି। ଶ୍ରମ ବିଭାଗ ମଧ୍ୟ ନୀରବଦ୍ରଷ୍ଟା ସାଜିଛି। ଏ ସଂକ୍ରାନ୍ତରେ ସରକାର ଓ ଜିଲା ପ୍ରଶାସନ ଦୃଷ୍ଟି ନଦେଲେ ଠିକାସଂସ୍ଥା ଲାଭ ଉଠାଉଥିବେ ଏବଂ ସ୍ଥାନୀୟ ଶିକ୍ଷିତ ଯୁବତୀଯୁବକ ବେକାର ହେଉଥିବେ ବୋଲି ନାଗରିକ ମହଲରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri