Posted inଫୁରସତ

ମିନି ସ୍କର୍ଟ ଫ୍ୟାଶନ

ମିନି ସ୍କର୍ଟର ଫ୍ୟାଶନ ମଧ୍ୟ କେବେ ବି ଆଉଟ୍‌ ଅଫ୍‌ ଟ୍ରେଣ୍ଡ ହୁଏ ନାହିଁ। ବିଶେଷକରି ଖରାଦିନେ ଏହାର ଡିମାଣ୍ଡ ଯୁବତୀଙ୍କ ଭିତରେ ବେଶ୍‌ ରହୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଏହି ମିନି ସ୍କର୍ଟକୁ କ୍ୟାରି କରିବା ସମୟରେ କିଛିଟା ଜରୁରୀ କଥା ଉପରେ ନଜର ଦେବା ମଧ୍ୟ ନିହାତି ଆବଶ୍ୟକ। ଯେମିତିକି:

* ଅଣ୍ଡର ଗାର୍ମେଣ୍ଟ୍ସ କ’ଣ ପିନ୍ଧିବେ: ମିନି ସ୍କର୍ଟର ନାଁ ଉଠିବା ମାତ୍ରେ ମନ ଭିତରେ ଏକ ଛୋଟ ସ୍କର୍ଟର ଛବି ଆସିଯାଏ। ସେଥିପାଇଁ ଅନେକେ ଦ୍ୱନ୍ଦ୍ୱରେ ପଡିଯାନ୍ତି ଯେ, ଏହି ସ୍କର୍ଟ ସହିତ କେଉଁ ଧରଣର ଅଣ୍ଡର୍‌ ଗାର୍ମେଣ୍ଟ୍ସ ପିନ୍ଧିବା ଆବଶ୍ୟକ! ମିନି ସ୍କର୍ଟ ତଳେ ମୁଖ୍ୟତଃ ନ୍ୟୁଡ୍‌ ଶଟର୍‌ସ ପିନ୍ଧିବା ଦରକାର। ଯୁବତୀମାନେ ଚାହିଁଲେ ନିଜ ସ୍କର୍ଟର ରଙ୍ଗକୁ ମ୍ୟାଚିଂ କଲାଭଳି ଶଟର୍‌ସ ମଧ୍ୟ ଟ୍ରାଏ କରିପାରିବେ। ଏହା ସବୁ ଦୃଷ୍ଟିରୁ ସୁରକ୍ଷିତ ହୋଇଥାଏ।

* ନର୍ମାଲ୍‌ ଟପ୍ସ ପିନ୍ଧିପାରିବେ: ଯେହେତୁ ଆପଣ ମିନି ସ୍କର୍ଟ ପିନ୍ଧୁଛନ୍ତି, ତା’ସହିତ କେବେ ବି ବଡି ଫିଟିଙ୍ଗ୍‌ ହେଲା ଭଳି ଟପ୍ସ ପିନ୍ଧିବା ଠିକ୍‌ ନୁହେଁ। କାରଣ ଏହା ଆଖିକୁ ସେତେ ଭଲ ଦେଖାଯାଇ ନଥାଏ। ତେଣୁ ମିନି ସ୍କର୍ଟ ପିନ୍ଧିଲା ବେଳେ ଆପଣ ଚେଷ୍ଟା କରିବେ ଯେତେ ସମ୍ଭବ ନର୍ମାଲ୍‌ ଟପ୍ସ ପିନ୍ଧିବେ।

* ଜ୍ୟାକେଟ୍‌ ବି ଟ୍ରାଏ କରିପାରିବେ: ମିନି ସ୍କର୍ଟ ସହ କେବଳ ଟି-ଶାର୍ଟ କି ଟପ୍ସ ନୁହେଁ, ଯୁବତୀମାନେ ଚାହିଁଲେ ଟପ୍ସ ଉପରେ ଜ୍ୟାକେଟ୍‌ ମଧ୍ୟ ଟ୍ରାଏ କରିପାରିବେ। ତେଣିକି ସେ ଲେଦର୍‌ ହେଉ ଅବା ଡେନିମ୍‌ କିମ୍ବା ଅନ୍ୟ ଯେ କୌଣସି ଫ୍ୟାବ୍ରିକ୍‌ର ଜ୍ୟାକେଟ୍‌ ହେଉନା କାହିଁକି, ଏହା ଲୁକ୍‌କୁ ବେଶ୍‌ ଷ୍ଟାଇଲିଶ୍‌ କରି ଦେଇଥାଏ।

* ସୁଜ୍‌ ବି ଲାଗିବ ଷ୍ଟାଇଲିଶ୍‌: ମିନି ସ୍କର୍ଟ ସହ ହିଲ୍‌ ପିନ୍ଧିବାର ଫ୍ୟାଶନ ଏବେ ଟିକେ ପୁରୁଣା ହୋଇଗଲାଣି। ଆପଣ ଚାହିଁଲେ ଏହା ସହିତ ମ୍ୟାଚିଂ କରି ସୁଜ୍‌ ବି ପିନ୍ଧିପାରିବେ। କାରଣ ଏହା ଟ୍ରେଣ୍ଡି ଲୁକ୍‌ ଦେଇଥାଏ।
ମିନି ସ୍କର୍ଟର ବିଭିନ୍ନ ଭେରାଇଟି

* ଡେନିମ୍‌ ମିନି ସ୍କର୍ଟ: ଏହି ସ୍କର୍ଟ ଯୁବତୀଙ୍କୁ ୟୁଥ୍‌ ଲୁକ୍‌ ଦେଇଥାଏ। ଡେନିମ୍‌ ମିନି ସ୍କର୍ଟ ସହ ଆପଣ ଚାହିଁଲେ ମ୍ୟାଚିଂ କରି କ୍ରପ୍‌ ଟି-ଶାର୍ଟ ଏବଂ ତା’ଉପରେ ହାଫ୍‌ ସ୍ଲିଭ୍‌ର ଡେନିମ୍‌ ଜ୍ୟାକେଟ୍‌ ମଧ୍ୟ କ୍ୟାରି କରିପାରିବେ। କେବଳ ସେତିକି ନୁହେଁ, ଏହା ସହିତ ମାଚିଂ ହେଲା ଭଳି ସୁଜ୍‌ ପିନ୍ଧିଲେ ତ ଲୁକ୍‌ ଆହୁରି ଆକର୍ଷଣୀୟ ଲାଗିବ।

* ଲେଦର ମିନି ସ୍କର୍ଟ: ଲେଦର୍‌ର ମିନି ସ୍କର୍ଟ ବି ଯୁବତୀଙ୍କୁ ସ୍ମାର୍ଟ ଲୁକ୍‌ ଦେଇଥାଏ। ବିଶେଷକରି ମଷ୍ଟାର୍ଡ ୟେଲୋ କଲର୍‌ର ଲେଦର୍‌ ମିନି ସ୍କର୍ଟ ସହ ପୋଲ୍‌କା ଡଟ୍‌ ପ୍ରିଣ୍ଟ ହୋଇଥିବା କଳା ରଙ୍ଗର କଟନ୍‌ ଟି-ଶାର୍ଟ ପିନ୍ଧିଲେ କୁଲ୍‌ ଲୁକ୍‌ ମିଳିଥାଏ। ଯୁବତୀମାନେ ଚାହିଁଲେ ନିଜ ମନ ପସନ୍ଦର ଯେ କୌଣସି ରଙ୍ଗର ମିନି ସ୍କର୍ଟ ଓ ଟପ୍ସକୁ ଏହିଭଳି ଭାବେ ପେୟାର୍‌ କରି ମଧ୍ୟ ପିନ୍ଧିପାରିବେ।

* କଟନ୍‌ ମିନି ସ୍କର୍ଟ: ଖରାଦିନେ ପିନ୍ଧିବା ପାଇଁ କଟନ୍‌ ଫ୍ୟାବ୍ରିକ୍‌ ମିନି ସ୍କର୍ଟ ଏକ ଭଲ ଅପ୍ସନ ହୋଇଥାଏ। ଏହା କମ୍ଫଟେବଲ୍‌ ଲାଗିବା ସହ ଦେହକୁ ବେଶୀ ଗରମ ମଧ୍ୟ ଲାଗି ନଥାଏ। କଟନ୍‌ ମିନି ସ୍କର୍ଟ ସହ ଆପଣ ଚାହିଁଲେ ମ୍ୟାଚିଂ କରି କଟନ୍‌ ଟପ୍ସ ମଧ୍ୟ ପିନ୍ଧିପାରିବେ।

*ଷ୍ଟ୍ରାଇପ୍‌ ପ୍ରିଣ୍ଟ ମିନି ସ୍କର୍ଟ: ଏହି ପ୍ରିଣ୍ଟର ମିନି ସ୍କର୍ଟ ଆଖିକୁ ସୁନ୍ଦର ଦେଖାଯିବା ସହ ଯୁବତୀଙ୍କୁ ଆଉଟ୍‌ଷ୍ଟାଣ୍ଡିଂ ଲୁକ୍‌ ବି ଦେଇଥାଏ। ତେବେ ଏହି ପ୍ରିଣ୍ଟର ସ୍କର୍ଟ ସହ ଯେତେ ସମ୍ଭବ ପ୍ଲେନ୍‌ ଟପ୍ସ ବା ଟି-ଶାର୍ଟ ପିନ୍ଧିବେ ସେତେ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri