ପରିବହନ ବେଳେ ଖଣିଜ ଚୋରି

ଭୁବନେଶ୍ୱର,୪।୧୦(ବ୍ୟୁରୋ): ହାର୍ଡ କୋକ୍‌, ଚାର୍ଜକ୍ରୋମ୍‌ ଭଳି ମୂଲ୍ୟବାନ ଖଣିଜ ପଦାର୍ଥକୁ ବନ୍ଦର ଓ ବିଭିନ୍ନ ସ୍ଥାନକୁ ପରିବହନ ବେଳେ ଚୋରି ହେଉଛି। ଏଥିରେ ସମ୍ପୃକ୍ତ ଏକ ବଡ଼ ର଼୍ୟାକେଟକୁ ରବିବାର କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଫ୍‌) ଧରିଛି। କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରେ ଏସ୍‌ଟିଏଫ୍‌ ଟିମ୍‌ ଚଢାଉ କରି ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ତାମିଲନାଡୁ ତିରୁଭରୁନ୍‌ ଜିଲା ୱାଦିଙ୍ଗମେନ୍‌ ଥାନା ଅଞ୍ଚଳର ଜୟବାଲ ଅରୁମୁଗଙ୍ଗ୍‌, ଥାଞ୍ଜାଭୁର୍‌ ଜିଲା କୁମ୍ବାକୋନମ୍‌ ଥାନା ଅଞ୍ଚଳର ରାଜେନ୍ଦ୍ରବାଳ ମୁର୍ଗାନ ଏବଂ ସ୍ଥାନୀୟ ଥାନାଞ୍ଚଳର ନିଶାକର ସ୍ବାଇଁ ଓ ଭଗବାନ ରାଉତ। ତେବେ ର଼୍ୟାକେଟର ମାଷ୍ଟର ମାଇଣ୍ଡ୍‌ ଗୋପାଳପୁରର ଅଜୟ ପ୍ରଧାନ ଓରଫ ଭୁଆଁ ଫେରାର ହୋଇଯାଇଛନ୍ତି। ଏଥିସହ କଜଳକଣାରୁ ୩୭ ଟନ୍‌ ହାର୍ଡ କୋକ୍‌, ୩ ଟନ୍‌ ଚାର୍ଜ କ୍ରୋମ୍‌, ୨ଟି ଟ୍ରକ୍‌, ଗୋଟିଏ ଜେସିବି ଓ ୨ଟି ବାଇକ ଜବତ ହୋଇଛି। ଏନେଇ ଚୌଦ୍ୱାର ଥାନାରେ ମାମଲା (ନଂ.୪୧୩) ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି। ସୋମବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ତେବେ ଏମାନେ କେତେଦିନ ହେଲା ଏହି କାରବାର ଚଳାଇଥିଲେ, ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ସେନେଇ ଏସ୍‌ଟିଏଫ୍‌ ତଦନ୍ତ ଜାରି ରଖିଛି।
ଚୌଦ୍ୱାର ୫୫ ନଂ. ଜାତୀୟ ରାଜପଥ ଦେଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଖଣିଜ ପଦାର୍ଥ ରପ୍ତାନି କରାଯାଉଛି। ଅଭିଯୁକ୍ତମାନେ ବିଳମ୍ବିତ ରାତିରେ ଟ୍ରକର ଡ୍ରାଇଭରମାନଙ୍କୁ ହାତଗୁଞ୍ଜା ଦେଇ
ସେଥିରୁ ୪ରୁ ୫ କୁଇଣ୍ଟାଲ ବିଭିନ୍ନ
ପ୍ରକାର ଖଣିଜ ପଦାର୍ଥ କାଢିଦିଅନ୍ତି। ତେବେ ଏମାନେ ଉକ୍ତ ଖଣିଜ ପଦାର୍ଥକୁ
ଜାତୀୟ ରାଜପଥ ନିକଟ କଜଳକଣା ନିକଟରେ ଗଚ୍ଛିତ କରି ରଖୁଥିଲେ। ସୁବିଧା ଦେଖି ଏମାନେ ସେସବୁକୁ ଟ୍ରକ ମାଧ୍ୟମରେ ରାଜ୍ୟ ବାହାରକୁ ଚାଲାଣ କରୁଥିଲେ। ତେବେ ଏନେଇ ଏସ୍‌ଟିଏଫ୍‌ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ରବିବାର ସକାଳେ ଏସ୍‌ଟିଏଫ୍‌ର ଏକ ଟିମ୍‌ ସେଠାରେ ଚଢାଉ କରିଥିଲା।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଏସ୍‌ଟିଏଫ୍‌ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଖଣିଜ ପଦାର୍ଥ ଚୋରି ରାକେଟକୁ ଠାବ କରି ସମ୍ପୃକ୍ତ ୩୨ ଜଣଙ୍କୁ ଗିରଫ କରିଛି। ଏପର୍ଯ୍ୟନ୍ତ ଏସ୍‌ଟିଏଫ୍‌ ୨୯୯ ଟନ୍‌ ହାର୍ଡ କୋକ୍‌, ୨୧୯ ଟନ୍‌ ଚାର୍ଜକ୍ରୋମ୍‌, ୧୫୦ ଟନ୍‌ କୋଇଲା ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri