ବଢ଼ିଚାଲିଛି ଲଘୁ ଖଣିଜ ସମ୍ପଦ ଚାଲାଣ

ଖୋର୍ଦ୍ଧା ଅଫିସ,୪ା୭: ଖୋର୍ଦ୍ଧା ଜିଲାରେ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ବଢ଼ିଚାଲିଛି। ମାଫିଆମାନେ ଦୈନିକ ଶହ ଶହ ଟ୍ରକରେ ମାଙ୍କଡ଼ା ପଥର, ମୋରମ, କଳାମୁଗୁନି ଓ ବଉଳମାଳା ପଥର ଜିଲା ତଥା ବାହାର ଜିଲାକୁ ଚାଲାଣ କରୁଛନ୍ତି। ଏପରି କି ତାପଙ୍ଗ ମୁଣ୍ଡିଆ, ଟାଙ୍ଗୀ ଆରିଆପଡା ବୃଷବନ୍ଧ ପାହାଡ଼, ୧୬ ନମ୍ବର ଜାତୀୟ ରାଜପଥ ଉଭୟ ପାର୍ଶ୍ୱରେ ରହିଥିବା ପାହାଡକୁ ନଣ୍ଡା କରିସାରିଲେଣି। ରାଜପଥ ସମ୍ପ୍ରସାରଣ ଆଳରେ ପଥର ଏବଂ ମୋରମ ଚାଲାଣ କରାଯାଉଛି। ଏନେଇ ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଲୋକଦେଖାଣିଆ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।
ଟାଙ୍ଗୀ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱ ପାହାଡ଼ କଟାଯାଇ ମୋରମ ଚାଲାଣ ଯୋଗୁ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ବର୍ଷାହେଲେ କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି। ପ୍ରଶାସନ ଏବଂ ପୋଲିସର କେତେଜଣ ଅସାଧୁ କର୍ମଚାରୀଙ୍କୁ ହାତବାରିଶି କରି ମାଫିଆମାନେ ଲଘୁ ଖଣିଜ ସମ୍ପଦ ହରିଲୁଟ କରିଚାଲିଛନ୍ତି। ଜାତୀୟ ରାଜପଥ ଏମାନଙ୍କ ଗଳାବାଟ ସାଜିଛି। ବେଆଇନ ଖଣିରେ ଚଢ଼ାଉ ପୂର୍ବରୁ ମାଫିଆଙ୍କୁ ସୂଚନା ମିଳିଯାଉଥିବାରୁ ଘଟଣାସ୍ଥଳରୁ ଚମ୍ପଟ ମାରୁଛନ୍ତି। ତେବେ ପ୍ରଶାସନ ମେଶିନ, ଯନ୍ତ୍ରପାତି ଏବଂ ପଥର ବୋଝେଇ ଯାନ ଜବତ କରିବା ସହ ଏହାର ଚାଳକଙ୍କୁ ଗିରଫ କରୁଛି। ଅନ୍ୟପକ୍ଷରେ ବେଆଇନ ଭାବେ ପଥର ଖନନ, ବ୍ଲାଷ୍ଟିଂ, ପଥର ଚାଲାଣ ରୋକିବାକୁ ଦୈନିକ ଏକାଧିକ ଗ୍ରାମବାସୀ ଜିଲା ପ୍ରଶାସନର କାର୍ଯ୍ୟାଳୟକୁ ଦୌଡୁଛନ୍ତି। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ପରେ ବି କାର୍ଯ୍ୟକାରୀ ହେଉନାହିଁ। ଏସ୍‌ଟିଏଫ୍‌ର ବାରମ୍ବାର ଚଢ଼ାଉ ଫଳରେ ମାଫିଆଙ୍କ ମଧ୍ୟରେ ଛନକା ପଶିିଥିଲା। ତେବେ କିଛି ଦିନ ପରେ ଏସଟିଏଫ ଶୀଥିଳ ପଡିଗଲା। ଅନ୍ୟପକ୍ଷରେ ଏନେଇ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ କୁହନ୍ତି, ଜିଲା ପ୍ରଶାସନ, ଜଙ୍ଗଲ ବିଭାଗ ଏବଂ ପୋଲିସକୁ ନେଇ ଏକ ଯୁଗ୍ମ କମିଟି ଗଠନ କରାଯିବ। ଏହି କମିଟି ବେଆଇନ ଭାବେ ଚାଲିଥିବା ପଥର ଖଣି ଏବଂ କ୍ରଶର ୟୁନିଟ ଉପରେ ଚଢ଼ାଉ କରିବ। ରାଜ୍ୟ ପ୍ରଦୂଷଣ ବୋର୍ଡ ବିନା ଅନୁମତିରେ ଚାଲିଥିବା କ୍ରଶର ୟୁନିଟ୍‌ ସିଲ୍‌ କରାଯିବ। ଏଣିକି ଚୋରାଚାଲାଣରେ ବ୍ୟବହାର ଗାଡ଼ି ଧରାପଡିଲେ ଜରିମାନା ସହ ଏହାର ଲାଇସେନ୍ସ ରଦ୍ଦ କରାଯିବ। ଚୋରା ଚାଲାଣକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri