ଜେଲ ଗଲେ କୋଟିପତି ଟେକ୍‌ନିକାଲ କନସଲଟାଣ୍ଟ

କେନ୍ଦୁଝର,୧୧ା୮(ସ୍ବ.ପ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଭିଜିଲାନ୍ସ ଯୋଡ଼ା ବ୍ଲକରେ କାର୍ଯ୍ୟରତ ସମଗ୍ର ଶିକ୍ଷା ଅଭିଯାନର ଟେକ୍‌ନିକାଲ୍‌ କନ୍‌ସଲ୍‌ଟାଣ୍ଟ ଇଂ. କ୍ଷେତ୍ରବାସୀ ମହାନ୍ତଙ୍କୁ ବୁଧବାର ଗିରଫ କରିଛି।

ମଙ୍ଗଳବାର କେନ୍ଦୁଝରସ୍ଥିତ ତାଙ୍କ ବାସଭବନ, ରଘୁନାଥପୁର ଗାଁରେ ଥିବା ଘର, ଜଜପଶି ସ୍ଥିତ ସାନଭାଇ ଘର ଓ ଯୋଡ଼ା ବ୍ଲକ ଅଫିସରେ ଚଢାଉ କରି ୨ କୋଟି ୪ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିଲା। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା (ନଂ.୧୩/୨୦୨୧) ରୁଜୁ କରି ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଭିଜିଲାନ୍ସ ଇନ୍ସପେକ୍ଟର ଦୈତାରୀ ଘଡ଼େଇ ସୂଚନା ଦେଇଛନ୍ତି।